ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ମୋଦି ।
ଖଲ୍ଲିକୋଟ ହିଂସା ଓ ହତ୍ୟା ଘଟଣାରେ ପୋଲିସକୁ ଟାର୍ଗେଟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ ।
ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି । ବିଜେପି ସରକାର ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ।
କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ‘ଔକାତ୍’ ଏବଂ ‘ଦମ୍’ ଶବ୍ଦର ବ୍ୟବହାର କରିବା ବି ଅନୁଚିତ । ପୂର୍ବତନ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି ବୋଲି କହିଛନ୍ତି ଅପରାଜିତା ।
ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ।
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ। ଏଥର ବିଜେପି ପାଇଁ ସମ୍ମାନର ଲଢ଼େଇ। ଗତ ୩ଟି ନିର୍ବାଚନରେ ବିଜେପି ଏଠାରେ ଖାତା ଖୋଲିପାରିନଥିବା ବେଳେ ଏଥର କିନ୍ତୁ ଖୁବ ଆଶାବାଦୀ ଅଛି।
ଆଜି ତୃତୀୟ ଥର ପାଇଁ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ସେହିପରି ଆଜି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ ।
ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍। କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ। ଆଉ ଆଜି ବି ଉପକୂଳ ଓଡ଼ିଶାର ୩ଟି ସ୍ଥାନରେ ମିଳିତ ପ୍ରଚାର ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ତୀବ୍ର ହମଲା କରିଛନ୍ତି ଏହି ପାଞ୍ଚ ନେତା।
ଓଡ଼ିଶା ଛାଡ଼ି ପଳାଇବେ କି ପାଣ୍ତିଆନ୍ ? ଭୁବନେଶ୍ୱରରୁ ବିମାନରେ ବସି ସିଧା ଚେନ୍ନାଇରେ ଲ୍ୟାଣ୍ତ କରିବେ। ଏମିତି କିଛି ଢ଼ଙ୍ଗରେ ଭିକେ ପାଣ୍ତିଆନ୍ଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି।
ବୈଜୟନ୍ତ କହିଛନ୍ତି ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ୨ ଜଣ ବୁଲି ବୁଲି କମେଡ଼ି ଭିଡିଓ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ତିଆରି କରି ମଝିରେ ମଝିରେ ଛାଡ଼ୁଛନ୍ତି । ଏଆଇ, ଡିପଫେକ୍ ଭିଡିଓ କଥା କହିବାରୁ ଲୁଚିଛପି ଭିଡିଓ ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।
୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।
୫ ହେଭିୱେଟ୍ ବାଲେଶ୍ୱରରେ ରୋଡ୍ ସୋ’ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି ୫ ହେଭିୱେଟ୍।
ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ୫ ବରିଷ୍ଠ ନେତା । କାର୍ଯ୍ୟକର୍ତ୍ତାଙ୍କ ସହ ବଡ଼ ରଣନୀତି ନେଇ ଆଲୋଚନା ହେବ କହିଲେ ଧର୍ମେନ୍ଦ୍ର ।
ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ସମ୍ବଲପୁରରେ ବିଶାଳ ଜନସଭା କରିବେ ଶାହ । ଏହାପରେ କେନ୍ଦୁଝର, ପର୍ଜଙ୍ଗ ଓ ନୟାଗଡ଼ ସଭାରେ ଯୋଗ ଦେବେ ଅମିତ ଶାହ ।
ସେପଟେ ଚଳିତ ନିର୍ବାଚନରେ ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍ଙ୍କୁ କରୁଛି ଡାଇରେକ୍ଟ ଆଟାକ୍।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନରେ ଓଡ଼ିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା ।
ଓଡ଼ିଶାରେ ବିଜେପି ପାଇଁ ଡ୍ରିମ୍ ଗାଲ ହେମାମାଳିନୀଙ୍କ ମାରାଥନ ପ୍ରଚାର। ଆଜି ଗୋଟିଏ ଦିନରେ ଭୁବନେଶ୍ବର, କଟକ ଓ ପୁରୀ ଜିଲ୍ଲାର ୩ଟି ସ୍ଥାନରେ ଘନ ଘନ ସମାବେଶ ଓ ରୋଡ୍ ସୋ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ମଥୁରା ସାଂସଦ।
ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନଙ୍କୁ କରୁଛି ଡାଇରେକ୍ଟ ଆଟାକ୍।
ଜାଗା ମିଶନରେ ସରକାର ଦେଇଛନ୍ତି ପଟ୍ଟା ଫଲ୍ସ ପଟ୍ଟା। ସେଇଟା କେବଳ କାଗଜ। ସାଲିଆ ସାହି ଆଶୀର୍ବାଦ ସମାବେଶରେ ଏମିତି ଅଭିଯୋଗ ଆଣିବା ସହ, ବିଜେପି ସରକାରଙ୍କୁ ଆସିଲେ ବସ୍ତି ବାସିନ୍ଦାଙ୍କୁ ୬୦୦ ବର୍ଗ ଫୁଟ୍ ଜମି ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଭୁବନେଶ୍ୱରର ସାଲିଆ ସାହି, କଟକର କିଶୋରନଗର ଏବଂ ପୁରୀର ପିପିଲି। ରାଜ୍ୟର ତିନି ଜିଲ୍ଲାର ୩ଟି ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ଡ୍ରିମ୍ ଗାର୍ଲ ହେମାମାଳିନୀ।
ଜାଗା ମିଶନ ନାଁରେ ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବାଣ୍ଟିଥିଲା ସରକାର। ହେଲେ ବଣ୍ଟା ହେଉ ହେଉ ଦେଖିବାକୁ ମିଳିଥିଲା ଅସନ୍ତୋଷ।
ପ୍ରଥମେ ମୋଦିଙ୍କ ଡୁପ୍ଲିକେଟ୍ ଚାବି ବାଣ। ତା ପରେ ରତ୍ନଭଣ୍ଡାର ଖୋଲିବାକୁ ଶାହାଙ୍କ ଗ୍ୟାରେଣ୍ଟି। ଆଉ ଭଣ୍ଡାର ଘରର ଢିଲା ସୁରକ୍ଷାକୁ ନେଇ ନଡ୍ଡାଙ୍କ ନନଷ୍ଟପ୍ ନିଶାନା।
ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜୟ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବିଜୟ।
୧୯ ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ।