ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସରଗରମ ରାଜନୀତି । ଗୋଟିଏ ପଟେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ଶଙ୍ଖ ଶିବିରରେ ସାମିଲ ହୋଇଥିବା ବେଳେ ଝାରସୁଗୁଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି କର୍ମୀ । ଝାରସୁଗୁଡ଼ା ସହରରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରଚାର କରିବା ବେଳେ ବିଜେଡି ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ବିଜେପି କର୍ମୀ ଝାରସୁଗୁଡ଼ା ଟାଉନ ଥାନା ଘେରାଉ କରିଥିବା ବେଳେ କେନ୍ଦ୍ରୀୟ ଫୋର୍ସ ମୁତୟନ ଦାବିରେ ଭୁବନେଶ୍ୱରେ CEOଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।
Published: Tanmay Kumar Mahalik
Last updated: 03 May 2023, 09:38 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।