Advertisment

‘୨୦୦ ୟୁନିଟ୍‌ ମାଗଣା ବିଜୁଳି, ବେକାରୀଙ୍କୁ ମିଳିବ ୩ ହଜାର ଟଙ୍କା !’

କର୍ଣ୍ଣାଟକ ରାଜନୀତି ପାଣିପାଗରେ ଏବେ ଉଷ୍ମତା ବଢିବାରେ ଲାଗିଛି। ବିଜେପି ପରେ କଂଗ୍ରେସ ତା’ର ଇସ୍ତାହାର ପ୍ରକାଶ କରିଛି। ଆଉ ଜନତାଙ୍କ ଆଗରେ ରଖିଛି ବଡ଼ ବଡ଼ ପ୍ରତିଶ୍ରୁତି

author-image
Chandan Shishu
ଅଦ୍ୟତନ ହୋଇଛି
Karnataka Election 2023

Karnataka Congress Releases Manifesto

ମାଗଣା ଦେବାର ପ୍ରତିଶ୍ରୁତି ଢାଳିଦେଲା କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବା ବେଳେ ନିର୍ବାଚନୀ ଇସ୍ତହାର ଘୋଷଣା କରିଛି କଂଗ୍ରେସ। ଇସ୍ତାହାରରେ ଜନତାଙ୍କୁ ଦେଇଛି ବଡ଼ ପ୍ରତିଶ୍ରୁତି। ବିଜେପିର ଇସ୍ତାହାର ପ୍ରକାଶ କରିବାର ଦିନକ ପରେ କଂଗ୍ରେସ ତାର ଇସ୍ତାହାର ପ୍ରକାଶ କରିଛି।

Advertisment

ମଙ୍ଗଳବାର କର୍ଣ୍ଣାଟକ କଂଗ୍ରେସ ତାଙ୍କ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି। ଯାହାର ନାଁ ରହିଛି 'Sarva Janangada Shanthiya Thota' (ସବୁ ସମ୍ପ୍ରଦାୟଙ୍କ ପାଇଁ ଶାନ୍ତିର ବଗିଚା)। ଏହାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଉନ୍ମୋଚନ କରିଛନ୍ତି। ଏଥିରେ  ମହିଳା, ଚାଷୀ, ବେକାରୀ ଓ ଗରିବଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି। ଏପରିକି ବିଶୃଙ୍ଖଳା, ହିଂସା ଓ ଆଇନ୍‌ ଭାଙ୍ଗୁଥିବା ଅନୁଷ୍ଠାନକୁ ବ୍ୟାନ୍‌ କରାଯିବ ବୋଲି ଖଡଗେ କହିଛନ୍ତି।  

ଯଦି କଂଗ୍ରେସ କ୍ଷମତାକୁ ଆସେ, ତାହାହେଲେ ପ୍ରତି ପରିବାରକୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ କହିଛି। ଖାଲି ସେତିକି ନୁହେଁ, ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ମିଳିବ ବୋଲି ମଧ୍ୟ ଏଥିରେ କୁହାଯାଇଛି। ବେକାର ସ୍ନାତକଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ମାସିକ ୩ ହଜାର ଟଙ୍କା ମିଳିବ। ସେହିପରି ବେକାର ଡିପ୍ଲୋମାଧାରୀଙ୍କୁ ମାସିକ ୧୫୦୦ ଟଙ୍କା ମିଳିବ। ଏଥିସହ କର୍ଣ୍ଣାଟକ ସରକାରୀ ବସ୍‌ରେ ସମସ୍ତ ମହିଳା ମାଗଣାରେ ଯାତ୍ରା କରିପାରିବେ। ବିପିଏଲ ପରିବାରକୁ ୧୦ କେଜି ଖାଦ୍ୟ ଶସ୍ୟ ମିଳିବା ନେଇ ଇସ୍ତାହାରରେ ପ୍ରକାଶ କରିଛ କଂଗ୍ରେସ। 

Advertisment

ସେପଟେ ଗତକାଲି କର୍ଣ୍ଣାଟକ ନିର୍ବାଚନ ନେଇ ବିଜେପିର ଘୋଷଣାପତ୍ର ଜାରି କରି ଭିଜନ ଡକ୍ୟୁମେଣ୍ଟରେ ସବୁ ବର୍ଗଙ୍କ ପାଇଁ ପ୍ରତିଶୃତି ଦେଇଛି। ବିଜେପି ଇସ୍ତାହାର, ଯାହାର ନାମ ରଖାଯାଇଛି ପ୍ରଜାଧ୍ୱନୀ। ମାନିଫେଷ୍ଟୋ ମୁତାବକ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ପାଇଁ ଏକ ପ୍ୟାନେଲ, ବିପିଏଲ କାର୍ଡଧାରୀଙ୍କୁ ବର୍ଷକୁ ମାଗଣାରେ ୩ଟି ଗ୍ୟାସ, ଚାଷୀଙ୍କୁ ବିହନ ବାବଦ ୧୦ ହଜାର, ବିପିଏଲ ପରିବାର ପାଇଁ ୫ କିଲୋଗ୍ରାମ ଚାଉଳ ଏବଂ ୫ କିଲୋଗ୍ରାମ ଗହମ ଯୋଗାଇ ଦେବାର
ପ୍ରତିଶ୍ରୁତି ଦିଆଯାଇଛି। 

BJP Mallikarjun Kharge
Advertisment
Advertisment