• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବିବାଦରେ କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ଅଧିର ରଞ୍ଜନ ଚୌଧରୀ । ସେ ପୁଣି ଥରେ ନିଜ ବୟାନ ପାଇଁ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ଦେଶରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦକୁ ନେଇ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଆଉ ସମାଲୋଚନା ଆଳରେ ସେ ଟପିଯାଇଛନ୍ତି ସୀମା ।

ଦେଶରେ ହଠାତ୍ ୨୦୦୦ ଟଙ୍କିଆ ବନ୍ଦ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ, ଶ୍ରୀ ଚୌଧରୀ କହିଥିଲେ, ‘ସେ ମୋଦି ନୁହଁନ୍ତି, ସେ ପାଗଳ। ତାଙ୍କୁ ଏବେ ଲୋକେ ପାଗଳ ମୋଦି ବୋଲି କହିଲେଣି ।’

ଅଧିକ ପଢ଼ନ୍ତୁ: ନୂଆ ସଂସଦ ଭବନ 'ଲୋକାର୍ପଣ' କେଁ, ସେଣ୍ଟ୍ରାଲ ଭିଷ୍ଟାର ପିଛା ଛାଡ଼ୁନି ରାଜନୈତିକ ବିବାଦ

ଶ୍ରୀ ଚୌଧରୀଙ୍କ ଏଭଳି ମନ୍ତବ୍ୟ ପରେ ଏବେ ସାରା ଦେଶରେ ଏହାକୁ ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ମହଲରୁ ଶ୍ରୀ ଚୌଧରୀଙ୍କ ଏଭଳି ବୟାନକୁ ନିନ୍ଦା କରାଯାଇଛି । ଶ୍ରୀ ଚୌଧରୀ ପ୍ରଧାନମନ୍ତ୍ରୀ ବିରୋଧରେ ଏଭଳି କଟୁ ଶବ୍ଦ କହିଥିବାରୁ, କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ଉଠିଲାଣି ।

ଖାଲି ସେତିକି ନୁହେଁ, ମଙ୍ଗଳବାର ଶ୍ରୀ ଚୌଧରୀ ଆହୁରି କହିଛନ୍ତି, ଆପ୍ ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ସମୁଳେ ନାଶ କରିବାକୁ ସବୁଠାରୁ ଅଧିକ ପ୍ରୟାସ କରୁଛନ୍ତି । ଆପ୍ ଓ ଟିଏମ୍‌ସି ଭିତିରି ଭାବେ ବିଜେପି ସହ ସାଲିସ କରି କଂଗ୍ରେସକୁ ସଫା କରିବାକୁ ଚକ୍ରାନ୍ତ କରିଛନ୍ତି ।

ଅନ୍ୟପଟେ ବିଜେପି ଭଳି କେଜ୍ରିୱାଲଙ୍କ ଆପ୍ ଓ ମମତାଙ୍କ ଟିଏମ୍ ସାମ୍ପ୍ରଦାୟିକ ରାଜନୀତି କରୁଛି ବୋଲି କହିଛନ୍ତି ସାଂସଦ ଶ୍ରୀ ଚୌଧରୀ । କର୍ଣ୍ଣାଟକରେ AAP ଜାଣିଶୁଣି ଅନେକ ବିଧାନସଭା ଆସନରେ କଂଗ୍ରେସର ଭୋଟ ଭାଙ୍ଗିଛି । ନଚେତ କଂଗ୍ରେସ ଆହୁରି ଅଧିକ ଭୋଟ୍ ମାର୍ଜିନ୍‌ରେ କର୍ଣ୍ଣାଟକରେ ବିଜୟ ଲାଭ କରିଥାନ୍ତା ।