Advertisment

ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

BJD - BJP

ନିବିଡ଼ ହେଉଛି କି ବିଜେପି-ବିଜେଡି ସଂପର୍କ ? ମଧୁର ସଂପର୍କ, ପ୍ରଶଂସା ଭିତରେ କ୍ଷୁର୍ଣ୍ଣ ହେଉଛି କି ନବୀନଙ୍କ ଭାବମୂର୍ତ୍ତି ? ଆଗକୁ ପଦ୍ମ-ଶଙ୍ଖ ଦଳ ଭିତରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ କି ? କର୍ମୀଙ୍କ ମଧ୍ୟରେ ବଢୁଛି ଦ୍ୱନ୍ଦ୍ୱ, ଲୋକଙ୍କ ମଧ୍ୟରେ ଉପୁଜୁଛି ସନ୍ଦେହ ନିକଟ ଅତୀତର କିଛି ଘଟଣା କ୍ରମ ଏଭଳି ପ୍ରଶ୍ନ ସୃଷ୍ଟି କରିଛି।

Advertisment

ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭେଟଘାଟ୍ ଓ ସରକାରୀ କାର୍ଯ୍ୟକ୍ରମରେ ଉଭୟେ ଉଭୟଙ୍କୁ ପ୍ରଂଶସା କଲେ। ପାର୍ଲାମେଣ୍ଟରେ ମୋଦି ଓ ଶାହଙ୍କୁ ଭୂରିଭୂରି ପ୍ରଶଂସା କଲେ ବିଜେଡି ସାଂସଦ ପିନାକୀ ମିଶ୍ର। ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲୀ ସର୍ଭିସ୍ ବିଲ୍ କୁ ସମର୍ଥନ ପରେ ବଢିଛି ବିଜେପି-ବିଜେଡିର ମଧୁର ସଂପର୍କ ଚର୍ଚ୍ଚା।

ତେବେ ବିଜେଡିର ଏଭଳି ଆଭିମୁଖ୍ୟ ପାଇଁ ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଦଳକୁ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପରିକି ନିର୍ମଳ ଭାବମୂର୍ତ୍ତି ଥିବା ନବୀନ ପଟ୍ଟନାୟକଙ୍କୁ ବି କଡ଼ା ସମାଲୋଚନା କରିବାକୁ ପଛାଇନାହାନ୍ତି ବିରୋଧୀ। ନବୀନ ଜଣେ ସ୍ୱାର୍ଥପର ନେତା ବୋଲି କହି ନିକଟରେ ଟାର୍ଗେଟ୍ କରିଛନ୍ତି ତୃଣମୂଳ କଂଗ୍ରେସ୍ ସାଂସଦ ଡେରିକ୍ ଓବ୍ରେନ୍।

Advertisment

ଏଭଳି ସ୍ଥିତିରେ ବିଜେଡିର ଅଡୁଆ ବଢ଼ିବା ସହିତ ନବୀନଙ୍କ ଭାବମୂର୍ତ୍ତି ନେଇ ଛିଡ଼ା ହୋଇଛି ପ୍ରଶ୍ନଚିହ୍ନ। ସେପଟେ ଶାହ–ନବୀନ ଭେଟଘାଟ୍ ପରେ ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ଚର୍ଚ୍ଚା। ବିଜେପି ବିଧାୟକ ସନତାନ ବିଜୁଳି କହିଛନ୍ତି ବିଜେପି ଏକ ରାଷ୍ଟ୍ରୀୟ ଦଳ। ଏହା ଏକ ମହା ସମୁଦ୍ର। ନଦୀ, ନାଳ ସମୁଦ୍ରରେ ମିଶିବେ। ଯଦି କିଏ କାହା ସହ ମିଶିବ, ସମର୍ଥନ କରିବ ତାକୁ କଣ କରାଯିବ ? ତେବେ ବିଜେପି କର୍ମୀ ଓ ନେତାଙ୍କ ଭିତରେ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ସେ କହିଛନ୍ତି। ସେପଟେ ବିଜେଡି କହିଛି, ନବୀନଙ୍କ ଭାବମୂର୍ତ୍ତି ଅତୁଟ ରହିଛି। ବିଜେଡି ନଦୀ କି ନାଳ ନୁହେଁ ସମୁଦ୍ର।

୨୦୦୯ରେ ବିଜେପି, ବିଜେଡିର ହାତ ଛାଡ଼ିବା ପରଠାରୁ ଉଭୟ୍ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଆସୁଛି। ହେଲେ ୨୪ ନିର୍ବାଚନର ଠିକ୍ ପୂର୍ବରୁ ବଦଳିଛି ରାଜନୈତିକ ପାଣିପାଗ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ଉଭୟ ବିଜେପି ଓ ବିଜେଡି କର୍ମୀ। କ୍ୟାଡରଙ୍କ ମଧ୍ୟରେ ବି ସେତେଟା ଉତ୍ସାହ ନାହିଁ। 

ରାଜନୀତିର ଏହି ନୂଆ ଗୋଟି ଚାଳନାରେ କାହାର ଲାଭ ହେବ, କିଏ କ୍ଷତି ସହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

BJD BJP Congress Odisha Politics
Advertisment
Advertisment