Raja Chakra:ଏସବୁ ଟିପର୍ ରାଜା ଚକ୍ରଙ୍କ ନାଁରେ ରହିଥିଲା । ଜବତ ଟିପର୍ ଗୁଡ଼ିକରେ ବ୍ୟାଟେରୀ କିମ୍ବା ଚାବି ନାହିଁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ସୌମ୍ୟଶଙ୍କର ଓରଫ ରାଜା ଚକ୍ର। ରାଜା ଚକ୍ର ସହ ତାର ସହଯୋଗୀଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି EOW ।
ରାଜ୍ୟରେ ପ୍ରଥମକରି ଏକାକି କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ମୁଖ୍ୟ ବିରୋଧୀ ଦଳ ବିଜେଡି ନୁହେଁ ବରଂ ଏବେ ଅକଳରେ ପକାଉଛି କଂଗ୍ରେସ । ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ମୁଖିଆ ପଦବି ସମ୍ଭାଳିବା ପରେ ବଦଳିଯାଇଛି ଦଳର ସୁପ୍ତ ରଣନୀତି ।
ବିଧାନସଭା ଅପବିତ୍ର ନୁହେଁ, ସେମାନେ ଅପବିତ୍ର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ଆମେ ମହାକୁମ୍ଭରୁ ପବିତ୍ର ଜଳ ଆଣିଛୁ ।
ନବୀନଙ୍କ ପାଇଁ ଲାଗିଛି ସବୁ ନାଟ ! କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା । ଗୃହ ଆରମ୍ଭରୁ ନାରୀ ସୁରକ୍ଷା ପ୍ରସଙ୍ଗକୁ ମୁଦ୍ଦା କରିଛି କଂଗ୍ରେସ ।
୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ ।
୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ ।
ବିଧାନସଭା ଭିତରେ ଓ ବାହାରେ ଯେଭଳି କଂଗ୍ରେସ ହୋହଲ୍ଲା ଓ ହଙ୍ଗାମା କରୁଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଏବେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେଡି ନୁହେଁ କଂଗ୍ରେସ: ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ !
ବିରୋଧୀଦଳ ନେତାଙ୍କ ବିଧାନସଭାରେ ଦେଖା ନାହିଁ । କଂଗ୍ରେସର ବିଜେଡି ବି ଟିମ ହୋଇଛି କି ?
ଆଜି ଗୃହରେ ପ୍ରଶ୍ନକାଳ ଚ।ଲିଥିବା ବେଳେ ବାଚସ୍ପତିଙ୍କ ବିବୃତ୍ତି ଦାବି କରିଥିଲା ବିଜେଡି । ଗତକାଲିର ଘଟଣାକୁ ନେଇ ବିବୃତି ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ। ପରେ ବିଧାନସଭା ବାହାରକୁ ଯାଇ କଂଗ୍ରେସର ସାଥ ଦେଇଥିଲା ବିଜେଡି।
ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସ୍ୱାଗତଯୋଗ୍ୟ। ତେବେ ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବାକି ବ୍ୟାରେଜ କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଏହି ସବୁ ରାଜ୍ୟ ପ୍ରଭାବିତ ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚେନ୍ନାଇ ଗଲା ବିଜେଡି । ବିଜେପି ବିରୋଧରେ ବାନ୍ଧିବ ମେଳି । ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।
ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।
ବିଜେଡିର ଭୋଟ୍ ହାର ନିରନ୍ତର ଭାବରେ ଯେଉଁଭଳି ଭାବେ ବଢିଛି, ତାହାର ମୁଖ୍ୟ କାରଣ ଥିଲା କଂଗ୍ରେସର ଧାରାବାହିକ ଭାବେ ନିମ୍ନଗାମୀ ପ୍ରଦର୍ଶନ । ଅତଏବ ବିଧାନସଭା ଭିତରେ ବା ବାହାରେ ବିଜେଡି ସହିତ ସ୍ୱର ମିଳାଇ ହୋହଲ୍ଲା କରିବା ଓଧ ସହିତ ବଣଭୁଆଁ ବାୟା ହେବା ଭଳି ହେବ । ଭକ୍ତ ଭଲ ଭାବରେ ଜାଣିଛନ୍ତି ଯେ, କଂଗ୍ରେସକୁ ଉପରକୁ ନେବାକୁ ହେଲେ ବିଜେଡିର ଶକ୍ତି କ୍ଷୟ କରିବାକୁ ପଡ଼ିବ ।
ଅନେକ ପୁରୁଖା ନେତା ଆଦୌ ମୁହଁ ଖୋଲୁନାହାନ୍ତି ? କୌଣସି ସାମାଜିକ, ରାଜନୈତିକ ଅବା ସ୍ଥାନୀୟ ପ୍ରସଙ୍ଗରେ ସେମାନଙ୍କ ସକ୍ରିୟତା ଦୃଶ୍ୟମାନ ହେଉନାହିଁ l ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲିକ, ଚନ୍ଦ୍ରଶେଖର ସାହୁ, ଭୂପିନ୍ଦର ସିଂହ, ଡ଼ଃ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରମେଶ ଚନ୍ଦ୍ର ମାଝୀ, ପିନାକୀ ମିଶ୍ର ଆଦି ନେତାଙ୍କର ଆଗଭଳି ରାଜନୈତିକ ସକ୍ରିୟତା ଦେଖିବାକୁ ମିଳୁନି l
ମହିଳାଙ୍କୁ ସୁରକ୍ଷା ଯୋଗାଇଦେବା କହି ବିରୋଧୀ କଂଗ୍ରେସ ଗୃହକୁ ଚଲାଇ ଦେଉନି । ମୁଲତବୀ ଆଲୋଚନା ହୋଇସାରିବା ପରେ କଂଗ୍ରେସ ଅଜବ ଯୁକ୍ତି କରୁଛି । ରାଜ୍ୟରେ ନାରୀ ଅସୁରକ୍ଷିତ କହି ତୁରନ୍ତ ହାଉସ କମିଟି କରିବାକୁ ଦାବି କରିଛି କଂଗ୍ରେସ । କାହା କଥାରେ ମାତୁଛି କଂଗ୍ରେସ ?
ପରାଦୀପ ବିଜେଡିରେ ଜଳୁଛି ବାପି ବିରୋଧୀ ନିଆଁ । ଅନ୍ଧାରରେ ତୁଙ୍ଗ ନେତା, ଦଳକୁ ହାଇଜାକ୍ କରିଛନ୍ତି ବାପି ସର୍ଖେଲ ! ବିଜୁ ଜନତା ଦଳ ଲେଖାଥିବା ଲେଟର ପ୍ୟାଡରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବାପି ସର୍ଖେଲ, କିନ୍ତୁ ପାରାଦୀପ ବିଜେଡିର ତୁଙ୍ଗ ନେତାଙ୍କୁ ଖୋଜିଲେନି କି ଟିକେ ପଚାରିଲେନି ।
ବାପିଙ୍କୁ ନେଇ ବିଜେଡିରେ ବିସ୍ଫୋରଣ । ପରାଦୀପ ବିଜେଡିରେ ଜଳୁଛି ବାପି ବିରୋଧୀ ନିଆଁ । ଅନ୍ଧାରରେ ତୁଙ୍ଗ ନେତା, ଦଳକୁ ହାଇଜାକ୍ କରିଛନ୍ତି ବାପି ସର୍ଖେଲ ! ବିଜୁ ଜନତା ଦଳ ଲେଖାଥିବା ଲେଟର ପ୍ୟାଡରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବାପି ସର୍ଖେଲ, କିନ୍ତୁ ପାରାଦୀପ ବିଜେଡିର ତୁଙ୍ଗ ନେତାଙ୍କୁ ଖୋଜିଲେନି କି ଟିକେ ପଚାରିଲେନି ।
ନବ ଦାସଙ୍କ ହତ୍ୟା ଘଟଣାର ସାନି ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ଏହି କଥା କହିଛନ୍ତି । ନବଙ୍କ ପରିବାର ସେତେବେଳର କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା କଥା କହିବାରୁ ରାଜ୍ୟ ସରକାର ପୁଣି ଥରେ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ କହିଛନ୍ତି ।
ହୋଲିରେ ଧର୍ମପଦ ଉପାଖ୍ୟାନ ଶୁଣାଇଲେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ତଥାକଥିତ ଆଗଧାଡ଼ିର ବିଜେଡି ନେତାଙ୍କୁ କଲେ ଟାର୍ଗେଟ୍ । ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କୁ ପୁଣି ଦଳ ସମ୍ଭାଳିବା ଦାୟିତ୍ବ ମିଳିବାକୁ କଲେ କଡ଼ା ସମାଲୋଚନା ।
ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ `ଧର୍ମପଦ' ଉପାଖ୍ୟାନକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା । ଦଳର ବିପର୍ଯ୍ୟୟ ପରେ ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ କଲେ ଟାର୍ଗେଟ୍ । ଅଶୋକ କହିଛନ୍ତି, ୧୨ଶହ ବଢେଇରେ ଦାୟ ନା ପୁଅରେ ଦାୟ ? ଆଗଧାଡ଼ିର ନେତାମାନେ ଦାୟିତ୍ବରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ଦରକାର ।
ସମଦୂରତା ନୀତିକୁ ଜଳାଞ୍ଜଳି ଦେଇଦେଲେ କି ନବୀନ? ବିପର୍ଯ୍ୟୟ ପରେ ଅସ୍ତିତ୍ବ ଜାହିର କରିବାକୁ ବିରୋଧୀ ଶିବିରରେ ହାତ ମିଳେଇବେ କି ବିଜେଡି ସୁପ୍ରିମୋ? ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଡାକିଥିବା ବୈଠକକୁ ନବୀନଙ୍କ ସମର୍ଥନ ପରେ ବଢିଲା ଚର୍ଚ୍ଚା।
ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା ।
ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା ।
ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା। ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ।