Naveen Patnaik
ନବୀନଙ୍କ ପାଇଁ ଲାଗିଛି ସବୁ ନାଟ ! କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା । ଗୃହ ଆରମ୍ଭରୁ ନାରୀ ସୁରକ୍ଷା ପ୍ରସଙ୍ଗକୁ ମୁଦ୍ଦା କରିଛି କଂଗ୍ରେସ । ଆଉ ସରକାରଙ୍କ ନିକଟରେ ଏସିଏସଟି ସଂରକ୍ଷଣକୁ ନେଇ ଗର୍ଜିଛି ବିଜେଡି । ଦୁଇ ଦଳର ବିଧାୟକ ଗୃହକୁ ହଟ୍ଟଗୋଳ କରି ବାରମ୍ବାର ମୁଲତବି କରାଉଛନ୍ତି । ନାକେଦମ୍ ହେଉଛନ୍ତି ସରକାର । କିନ୍ତୁ ବିରୋଧୀ ଦଳ ନେତା ଏଯାଏଁ ଥରୁଟିଏ ନିଜର ମନ୍ତବ୍ୟ ରଖିଲେନି। ବିଜେଡି ବିଧାୟକ ସରକାରଙ୍କୁ ଘେରିଲେ, ହଲ୍ଳାବୋଲ୍ କଲେ, ଲଣ୍ଠନ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ । ହେଲେ ନବୀନଙ୍କ ନଥିଲା କୌଣସି ରିଆକ୍ସନ । କେବଳ ବିଜେଡିର ବିଧାୟକମାନେ ରଖିଚାଲିଛନ୍ତି ନିଜ ମତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)