Advertisment

UPI New Rules: କାଲିଠୁ ବନ୍ଦ ହୋଇଯିବ କି ଫୋନ୍‌ ପେ’-ଗୁଗୁଲ୍‌ ପେ’ ?

କାଲିଠୁ ପୁରୁଣା ପେନ୍‌ସନ୍‌ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ ଲାଗୁ ହେବ । ଅତିକମରେ ୨୫ ବର୍ଷ ଚାକିରୀ କରଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ପାଇବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଅଚଳ ହୋଇଯିବ ଫୋନ୍‌ ପେ’ !

ଅଚଳ ହୋଇଯିବ ଫୋନ୍‌ ପେ’ !

ଆସନ୍ତାକାଲିଠୁ ନୂଆ ଆର୍ଥିକ ବର୍ଷ ୨୦୨୫-୨୦୨୬ ଆରମ୍ଭ ହେଉଛି । ଏପ୍ରିଲ ପହିଲାରୁ ଆୟକରଠୁ ଆରମ୍ଭ କରି, ଜିଏସଟି, ଡିଜିଟାଲ ପେମେଣ୍ଟ ପରି ଅନେକ ସେକ୍ଟରରେ ବହୁ ନିୟମ ପରବର୍ତ୍ତନ ହେବ । ଯାହାଦ୍ବାରା ଟିକସଦାତାଙ୍କ ସହ ନାଗରିକ ମଧ୍ୟ ପ୍ରଭାବିତ ହେବେ । ତେବେ ଆସନ୍ତୁ ନଜର ପକାଇବା କ’ଣ ଏହି ନୂଆ ପରିବର୍ତ୍ତନ ଏବଂ କିଭଳି ଏହା ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ ।

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ସଂସଦରେ ଆଗତ ବଜେଟରେ ଆୟକର ନିୟମ ପରବର୍ତ୍ତନ ନେଇ ଘୋଷଣା କରିଥିଲେ । ନୂଆ ନିମୟ ଅନୁଯାୟୀ ବାର୍ଷିକ ୧୨ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡିବ ନାହିଁ । ଏଥିପାଇଁ ନୂଆ ଟିକସ ସ୍ଲାବ୍‌ ଏବଂ ହାର କାର୍ଯ୍ୟକାରୀ ହେବ ।

ଅଧିକ ପଢ଼ନ୍ତୁ: ଏପ୍ରିଲରୁ ନୂଆ ନିୟମ...ବ୍ୟାଙ୍କ କର୍ମଚାରୀ ଖୁସି, ଆଶଙ୍କାରେ ଗ୍ରାହକ

ସେହିପରି ୟୁପିଆଇର ସୁରକ୍ଷା ବଢାଇବା ପାଇଁ ନ୍ୟାସଲାଲ୍ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ କାଲିଠୁ ନୂଆ ନିୟମ ଲାଗୁ କରିବ। ଏହାଦ୍ବାରା ନିଷ୍କ୍ରିୟ ଫୋନ୍‌ ନମ୍ବରରୁ ୟୁପିଆଇ କରାଯାଇ ପାରିବ ନାହିଁ। ସେହିପରି କାର୍ଡ ଧାରୀଙ୍କ ପାଇଁ ମଧ୍ୟ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହେବ । ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ କରାଯିବ ।

Advertisment

ସେହିପରି କାଲିଠୁ ପୁରୁଣା ପେନ୍‌ସନ୍‌ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ ଲାଗୁ ହେବ । ଅତିକମରେ ୨୫ ବର୍ଷ ଚାକିରୀ କରଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ପାଇବେ । ସେହିପରି ଜିଏସଟି ପୋର୍ଟାଲ୍‌ର ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନକୁ ବାଧ୍ୟତାମୂଳକ କରାଯିବ। ଏହାସହ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିବେ ।

BHIM UPI New Rules
Advertisment
Advertisment