• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଛତିଶଗଡ଼ରେ ନକ୍ସଲ ନିପାତ ଅଭିଯାନ ଜୋରଦାର । ପୁଣି ବଡ଼ ଧରଣର ଏନ୍‌କାଉଣ୍ଟର। ଦନ୍ତେୱାଡା-ବିଜାପୁର ଜିଲ୍ଲା ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ମିଳିଛି । ତାଙ୍କ ନାଁ ରେଣୁକା ଓ ଘର ୱାରଙ୍ଗଲ ଜିଲ୍ଲାରେ । ସେ ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟିର ସଦସ୍ୟ ଥିଲେ ।

Also Read

ଅଧିକ ପଢ଼ନ୍ତୁ: ଏପ୍ରିଲ୍‌ ୧ରୁ ହେବ ବଡ଼ ପରିବର୍ତ୍ତନ; ଆପଣଙ୍କ ଉପରେ ପଡିପାରେ ସିଧାସଳଖ ପ୍ରଭାବ...

ତେବେ ଏହି ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ରେଣୁକା ଥିଲେ ନକ୍ସଲଙ୍କ ମିଡିଆ ଟିମ୍ ଇନଚାର୍ଜ । ତାଙ୍କ ମୁଣ୍ଡରେ ରହିଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଏନକାଉଣ୍ଟର ସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଜବତ ହୋଇଛି ବିପୁଳ ମାଓ ଅସ୍ତ୍ରଶସ୍ତ୍ର । ଏନକାଉଣ୍ଟର ସ୍ଥଳରୁ ମହିଳା ମାଓବାଦୀଙ୍କ ମୃତଦେହ ମିଳିବା ସହ ଗୋଟିଏ INSAS ରାଇଫଲ୍‌ ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ଗୋଳାବାରୁଦ ଜବତ ହୋଇଛି ।

ତେବେ ଦିନେ ତଳେ ଛତିଶଗଡ଼ରେ ଏକ ବଡ଼ ଧରଣର ଏନକାଉଣ୍ଟର ହୋଇଥିଲା । ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟରେ ୧୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ । ଲାଲ୍‌ବାହିନୀଙ୍କ ଅଭୟାରଣ୍ୟ ସାଜିଥିବା ଛତିଶଗଡ଼ରେ ଗତ ୧୫ ମାସ ମଧ୍ୟରେ ୩୩୪ ମାଓବାଦୀ ନିହତ ହୋଇଛନ୍ତି । ତା ମଧ୍ୟରେ ଚଳିତ ବର୍ଷ ଏହି ୩ ମାସ ମଧ୍ୟରେ ଅବିଭକ୍ତ ବସ୍ତର ଜିଲ୍ଲାରେ ୧୧୭ ମାଓବାଦୀଙ୍କ ମୁଣ୍ଡ ଗଡ଼ିଲାଣି । ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ ପାଇଁ ରଖିଥିବା ଡେଡଲାଇନକୁ ଦୋହରାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।