Advertisment

Congres and BJD Protest: କଂଗ୍ରେସ ପାଇଁ କାନ୍ଦୁଛି ବିଜେଡି; ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ

ଆଜି ଗୃହରେ ପ୍ରଶ୍ନକାଳ ଚ।ଲିଥିବା ବେଳେ ବାଚସ୍ପତିଙ୍କ ବିବୃତ୍ତି ଦାବି କରିଥିଲା ବିଜେଡି । ଗତକାଲିର ଘଟଣାକୁ ନେଇ ବିବୃତି ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ। ପରେ ବିଧାନସଭା ବାହାରକୁ ଯାଇ କଂଗ୍ରେସର ସାଥ ଦେଇଥିଲା ବିଜେଡି।

author-image
Tapaswini Nayak
ଅଦ୍ୟତନ ହୋଇଛି
Protest

Protest

ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛି କଂଗ୍ରେସ। ରଣକ୍ଷେତ୍ର ପାଲଟିଛି ବିଧାସଭା ମୁଖ୍ୟଗେଟ୍‌। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ ଓ ପୋଲିସ। କଂଗ୍ରେସର ଏହି ହାଇଡ୍ରାମାକୁ ସାଥ ଦେଇଛି ବିଜେଡି।  କଂଗ୍ରେସ ଓ ବିଜେଡି ବିଧାନସଭାରେ ବାହାରେ ପ୍ରତିବାଦ କରିଛନ୍ତି। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଏହି ସମୟରେ ପୋଲିସ ସହ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି କଂଗ୍ରେସ ଓ ବିଜେଡି।

Advertisment

ଅଧିକ ପଢ଼ନ୍ତୁ: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

ଆଜି ଗୃହରେ ପ୍ରଶ୍ନକାଳ ଚ।ଲିଥିବାବେଳେ ବାଚସ୍ପତିଙ୍କ ବିବୃତ୍ତି ଦାବି କରିଥିଲା ବିଜେଡି । ଗତକାଲିର ଘଟଣାକୁ ନେଇ ବିବୃତି ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ। ପରେ ବିଧାନସଭା ବାହାରକୁ ଯାଇ କଂଗ୍ରେସର ସାଥ ଦେଇଥିଲା ବିଜେଡି।

Advertisment

ସୂଚନାଯୋଗ୍ୟ, ଗତକାଲି ବାଚସ୍ପତି ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ହାଇଡ୍ରାମା ଚଲାଇଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ।

ପରେ ଆଜି ସକାଳେ ପୁଣି ଘଣ୍ଟ ବାଡ଼େଇ ବିଧାନସଭା ଅଭିମୁଖେ ବାହାରିଥିଲେ କଂଗ୍ରେସ ବିଧାୟକ ଓ କର୍ମୀ। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତାରା ବାହିନୀ ପତି ଓ ରମେଶ ଜେନାଙ୍କୁ ପୋଲିସ ବିଧାନସଭାକୁ ଛାଡ଼ିଥିବା ବେଳେ ଅନ୍ୟ ନିଲମ୍ବନ ବିଧାୟକଙ୍କୁ ପୋଲିସ ଅଟକକାଇଥିଲା। ଏହାକୁ ନେଇ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହି ସମୟରେ କଂଗ୍ରେସର ସାଥ ଦେଇଥିଲେ ବିଜେଡିର ବିଧାୟକ।

ଅଧିକ ପଢ଼ନ୍ତୁ: କଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ ରାତି କାଟିଲେ

BJD Congress Odisha Assembly
Advertisment
Advertisment