• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଧାନସଭାରେ ଗଙ୍ଗାଜଳ ରାଜନୀତି । ବିଧାନସଭା ଭିତରେ ଓ ବାହାରେ ଗଙ୍ଗାଜଳ ଛିଞ୍ଚି ବିଜେଡି ବିଧାୟକ ପ୍ରତିବାଦ କରିଛନ୍ତି । ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ ହାତରେ କଳସ ଧରି ଗୃହ ମଧ୍ୟରେ ଗଙ୍ଗା ଜଳ ପକେଇଥିଲେ । ବିଜେଡି ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ଅନୁରୋଧ କରିଥିଲେ ଗୃହ ଭିତରକୁ କଳସ ଧରି ନ ଆସିବା ପାଇଁ । ଯାହା ପରେ ବିଜେଡିର ବିଧାୟକମାନେ ବାହାରକୁ ଚାଲିଯାଇଥିଲେ ।

Also Read

ଅଧିକ ପଢ଼ନ୍ତୁ: ‘କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ, ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି’

ସେପଟେ ବିଧାନସଭା ଅପବିତ୍ର ନୁହେଁ, ସେମାନେ ଅପବିତ୍ର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ଆମେ ମହାକୁମ୍ଭରୁ ପବିତ୍ର ଜଳ ଆଣିଛୁ । ଆମ ପାଖକୁ ସେମାନେ ଆସିଲେ ଆମେ ସିଞ୍ଚନ କରି ସେମାନଙ୍କୁ ପବିତ୍ର କରି ବୋଲି ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ।

ସେପଟେ ଗତକାଲି ଗୃହ ବିଭାଗ ଖର୍ଚ୍ଚ ଦାବି ବିବୃତିରେ କଂଗ୍ରେସକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଥିଲେ, ବିରୋଧୀ କଂଗ୍ରେସ ଅଯଥା ଗୃହ କମିଟି ଦାବି କଲେ । ଏମିତି କ’ଣ ଘଟଣା ଘଟିଛି ଯେ ଗୃହ କମିଟି ହେବ । ସର୍ବଦଳୀୟ ବୈଠକରେ ବିଜେଡି ମଧ୍ୟ ପ୍ରଶ୍ନ କରିଛି ଏହାର ଆବଶ୍ୟକତା ନାହିଁ । ତାହେଲେ ଆମେ କାହିଁକି ଆଲୋଚନାକୁ ଆସିବା ନାହିଁ। ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ନେଇ ପବିତ୍ର ଗୃହରେ ଆଲୋଚନା କରିବା, ତାର ସମାଧାନ କରିବା । ହେଲେ ଏହା କେଉଁ ପ୍ରକାର ରାଜନୀତି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ।

ମିଛ କହିବାର ଗୋଟେ ସୀମା ଅଛି । ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ମାନେ କ’ଣ ? ଏହା କି ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ? ଘଣ୍ଟା, ଗିନି, ତୁରୀ ଧରି କଳାପୋଷାକ ପିନ୍ଧି ପ୍ରତିବାଦ କରିବା, ଜଣେ ମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ତାଙ୍କ ମାଇକ ଭାଙ୍ଗିବା ଏବଂ କାଗଜ ଛଡ଼ାଇବା ଆଗରୁ ଗୃହରେ ଦେଖିବାକୁ ମିଳିନଥିଲା। ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଥାନାକୁ ଯିବେ ତାରା, କିଏ ଝାମ୍ପିନେଲା ସୁନା ଚେନ୍‌ ?