ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ବିଜେଡି ଦଳ ସାଙ୍ଗରେ ଅଛନ୍ତି । ଆମ ସରକାରରେ ମଧ୍ୟ ଥିଲେ। ସରକାରରେ ପଦପଦବୀରେ ଥିଲେ। ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ଦେଖାଉଛନ୍ତି ।
ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ ଚାଲିଛି। ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ରାଜାଙ୍କ ଅଫିସରେ ରେଡ୍ ଜାରି ରହିଛି।
ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଆଜି ବି ହୁଲସ୍ତୁଲ ବିଧାନସଭା । ହାତାହାତି ହେଲେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି । ଓଡ଼ିଶା ଇତିହାସରେ ଏମିତି କେବେ ହୋଇନଥିଲା କହିଲେ ବିଜେଡି ବିଧାୟକ ଅରୁଣ ସାହୁ ।
ଘନେଇଲା ଉତ୍କଳ ଓ କୋଶଳ ବିବାଦ। ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ବିଜେଡି କରିଛି ମୁଖ୍ୟ ପ୍ରସଙ୍ଗ। ବିଧାନସଭାରେ ହଟ୍ଟଗୋଳ କରି ଗୃହ ଚଳାଇ ଦେଇନାହିଁ। ଏପରିକି ବିଜେଡି ନିଜେ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବି କଲାନାହିଁ।
ବିଜୁ ବାବୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ରହି ଚିକିତ୍ସିତ ହେଉଥିଲା ବେଳେ ନବୀନ ବାବୁ ତାଙ୍କୁ ଗୋଟିଏ ଦିନ ବି ଦେଖା କରିବାକୁ କି ଆଶ୍ୱାସନା ଦେବାକୁ ଯାଇନାହାନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ । ହସ୍ପିଟାଲର ବିଲ୍ ସେତେବେଳେ ୨୨ ଲକ୍ଷ ଟଙ୍କା ହୋଇଥିଲା । ଏହା ଯେତେବେଳେ ନବୀନ ବାବୁଙ୍କୁ କୁହାଯାଇଥିଲା, ସେ ଘରେ ଲୁଚିଥିଲେ ବୋଲି କହିଛନ୍ତି ବାବୁ ।
ଏହା ବିଜେପିର ମତ ନୁହେଁ, ଜୟନାରାୟଣଙ୍କ ବ୍ୟକ୍ତିଗତ ମତ । ଦଳର କୌଣସି ଫୋରମରେ ଏ ସଂପର୍କରେ ଆଲୋଚନା ହୋଇନାହିଁ । ଆମେ ସମଗ୍ର ଓଡ଼ିଶାକୁ ଏକ କରୁଛୁ । ଉତ୍କଳ ଓ କୋଶଳ ଦୁଇଟିଯାକ ଆମପାଇଁ ସମାନ ଗୁରୁତ୍ୱ ବହନ କରୁଛି । ଉତ୍କଳ ଭିତରେ କୋଶଳ ଅଛି ।
ବିଜେଡି ନେତା ରାଜା ଚକ୍ରଙ୍କ ଘରେ ପୁଣି EOW ଚଢାଉ । ବହୁ ଚର୍ଚ୍ଚିତ ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ରେ ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ପୁଣିଥରେ EOW ଚଢାଉ କରିଛି।
ବିଜୁ ବାବୁଙ୍କ ପୁଅ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ନବୀନ ସେହି କାର୍ଯ୍ୟକ୍ରମକୁ ନ ଆସି କ’ଣ ବିଜୁଙ୍କୁ ଅସମ୍ମାନ କରିନାହାନ୍ତି ବୋଲି କହି ପ୍ରଶ୍ନ କରିଛନ୍ତି ରବି ନାଏକ ।
ନିଜ ଜାଲରେ ନିଜେ ଫସିଲା କି ବିଜେଡି? ବିଜୁଙ୍କୁ ନେଇ କରୁଥିବା ରାଜନୀତିରେ ମିଳିଲା କି ଶକ୍ତ ଝଟକା ? ଖୋଦ୍ ନିଜ ଦଳର ବରିଷ୍ଠ ନେତା ଏହାକୁ ନିନ୍ଦା କରିଛନ୍ତି।
ନିଜ ଜାଲରେ ନିଜେ ଫସିଲା କି ବିଜେଡି? ବିଜୁଙ୍କୁ ନେଇ କରୁଥିବା ରାଜନୀତିରେ ମିଳିଲା କି ଶକ୍ତ ଝଟକା ? ଖୋଦ୍ ନିଜ ଦଳର ବରିଷ୍ଠ ନେତା ଏହାକୁ ନିନ୍ଦା କରିଛନ୍ତି।
ଯାହା ପୂର୍ବରୁ ଥିଲା ସେହି ରଙ୍ଗ ଦିଆଯାଇଛି । ବିଜେଡି ସରକାର ଅଂହକାରୀ ସରକାର । ସବୁଠି ରଙ୍ଗ ବଦଳାଇଥିଲେ। ଯେଉଁଠି ଯେଉଁଠି ବିଜେଡିକରଣ କରାଯାଇଥିଲା, ସେଠି ବଦଳାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଅନିୟମିତତା ନେଇ ସବୁବେଳେ ସ୍ୱର ଉଠୁଥିଲା । ସରକାର ବଦଳିବା ପରେ ତଦନ୍ତ ହେଉଛି । କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ହୋଇଆସୁଥିଲା। ତଦନ୍ତରୁ କିଛି ବାହାରିଲେ ଆମେ ଜାଣିବା ଯେ କିଛି ହୋଇଛି । ଏଭଳି କହିଛନ୍ତି ବଦ୍ରିନାରାୟଣ ପାତ୍ର । ଏଥିସହ କାହାର ନାଁ ନନେଇ ବଦ୍ରିନାରାୟଣ କହିଛନ୍ତି, ସେ କେତେ ମାତ୍ରାର ଦାୟୀ ଅନୁସନ୍ଧାନ କଲେ ଜଣାପଡିବ ।
ଏଣିକି ମାର୍ଚ୍ଚ ୫ରେ ନୁହେଁ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର।
ବିଜେଡି ଚାପରେ ଦୀପାଲି ଚେପା ! ଖେଲିଲେ ମୁହଁ ଆହୁରି ବଢ଼ିବ ବିପଦ ! ନବଙ୍କ ହତ୍ୟାକୁ ନେଇ ଦୀପାଲିଙ୍କ ହାତ ଖାଲି, ପାଟି ବି ଚୁପ୍ । ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ କହିଥିବା ଦୀପାଲି ଏବେ ମୁହଁ ବନ୍ଦ କରି ବସିଛନ୍ତି । ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିନି ଦୀପାଲିଙ୍କ ଚିଠି । ଆଉ ଏହାକୁ ନେଇ ପୁଣି ମୁହଁ ଖୋଲିଛନ୍ତି, ବିଜେପି ସାଂସଦ ପ୍ରଦୀପ ପୁରୋହିତ ।
ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ ।
ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ । କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ରେ ୫୦କୋଟି ଟଙ୍କା ଅର୍ଥ ହେରଫେର ନେଇ ତଦନ୍ତ ଘେରକୁ ଆସିଛନ୍ତି ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ।
ଭୁବନେଶ୍ବରସ୍ଥିତ EOW ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି। ପ୍ରାୟ ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ରାଜା ଚକ୍ରଙ୍କୁ ଜେରା ହେଉଥିବା ଜଣାପଡ଼ିଛି।
CBI ତଦନ୍ତ କଥା ଉଠାଇ କାହିଁକି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦାବି ଜଣାଉନାହାନ୍ତି ଦୀପାଳି? ପୁଣି କ୍ରାଇମବ୍ରାଞ୍ଚ ନୋଟିସ ପରେ ନିରବତା ପଛରେ କାରଣ କଣ? ବିଜେପି ସାଂସଦ ପ୍ରଦୀପ ପୁରୋହିତ ଆଜି ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, କାଳେ ସିବିଆଇ ତଦନ୍ତ ହେଲେ ହତ୍ୟା ପଛରେ ଥିବା ବିଜେଡିର ଦୁଇ ଜଣ ନେତା ଫସିବେ, ଜେଲ୍ ଯିବେ, ସେଥିପାଇଁ ବିଜେଡି ଚାପରେ CBI ତଦନ୍ତ ପାଇଁ ଲେଖୁ ନାହାନ୍ତି ନବଙ୍କ ପରିବାର।
ପ୍ରଦୀପ ପୁରୋହିତ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ସେମାନେ ଜେଲ୍କୁ ଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି।
ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଏ ଭିତରେ ଫସିଯିବେ। ସେମାନେ ଜେଲକୁ ଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି ।
ବିଜେଡି ହାତରୁ ଖସିଲା ବ୍ରଜରାଜନଗର ପୌର ପରିଷଦ । ଅନାସ୍ଥା ଭୋଟିଂରେ ହାରିଲେ ବିଜେଡି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ୍ ।
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅର୍ଥକୁ ଗତ ବିଜେଡି ସରକାର ଜଣେ ବ୍ୟକ୍ତିଙ୍କ ପ୍ରଚାର ପ୍ରସାରରେ ଖର୍ଚ୍ଚ କରୁଥିଲା । କେତେକ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଶାଗମାଛ ଦରରେ ଦେଇ ଦେଇଛନ୍ତି । ଏପରିକି ୯୦ ବର୍ଷ ପର୍ଯ୍ୟନ୍ତ ବି ଦିଆଯାଇଛି । ଏହି କଥା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପୋଲାଭରମକୁ ନେଇ ଆସନ୍ତା ୨୮ରେ ବିଜେଡିର ବଡ଼ ପ୍ରତିବାଦ ସଭା। ଯୋଗ ଦେଇପାରନ୍ତି ନବୀନ। ଶାସନ କ୍ଷମତାରେ ଥିବାବେଳେ ପୋଲାଭରମକୁ ନେଇ ଆଗ୍ରେସିଭ ଗେମ୍ ଖେଳୁନଥିବା ନବୀନ ଏବେ କାହିଁକି ଆଟାକିଂ ମୁଡ୍ ରେ? ବିଜେପି ଏହାକୁ ଡ୍ରାମା କହିଥିବାବେଳେ କଂଗ୍ରେସ ବି ତାଚ୍ଛଲ୍ୟ କରିଛି।
ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ବାହାରୁଛନ୍ତି ନବୀନଙ୍କ ସପକ୍ଷରେ । ପ୍ରକଳ୍ପ ହେଲେ ମାଲକାନିଗିରିର କିଛି ଗାଁ କ୍ଷତିଗ୍ରସ୍ତ ହେବ ବୋଲି କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକ ପୂର୍ବରୁ ବହୁବାର ଚିଠି ଲେଖି ଜଣାଇଥିବା କଥା କହୁଛି ବିଜେଡି ।