Advertisment

Naba Das Murder Case: ବିଜେଡିର ଷଡ଼ଯନ୍ତ୍ର ବିଜେପି କରିବ ତଦନ୍ତ, ହତ୍ୟାଘଟଣାର ଲିଙ୍କ ପର୍ଯ୍ୟନ୍ତ ପହଞ୍ଚିବ କ୍ରାଇମବ୍ରାଞ୍ଚ

ନବ ଦାସଙ୍କ ହତ୍ୟା ଘଟଣାର ସାନି ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ଏହି କଥା କହିଛନ୍ତି । ନବଙ୍କ ପରିବାର ସେତେବେଳର କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା କଥା କହିବାରୁ ରାଜ୍ୟ ସରକାର ପୁଣି ଥରେ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ କହିଛନ୍ତି ।

author-image
Deviprasad Jena

ନବ ଦାସଙ୍କ ହତ୍ୟା ଘଟଣାର ସାନି ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ଏହି କଥା କହିଛନ୍ତି । ନବଙ୍କ ପରିବାର ସେତେବେଳର କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା କଥା କହିବାରୁ ରାଜ୍ୟ ସରକାର ପୁଣି ଥରେ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ କହିଛନ୍ତି । ପରିବାରର ଷ୍ଟେଟମେଣ୍ଟ ରେକର୍ଡିଂ ପରେ କେଉଁ କେଉଁ ଦିଗରେ ତଦନ୍ତ ଆଗେଇବ କ୍ରାଇମବ୍ରାଞ୍ଚ ନିଷ୍ପତି ନେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେତେବେଳର କ୍ରାଇମବ୍ରାଞ୍ଚ ତଦନ୍ତରେ ସ୍ୱଛତା ନଥିଲା । ସେମାନେ ପୂର୍ବ ସରକାରଙ୍କର ହାତବାରିଶି ଭଳି କାମ କରୁଥିଲେ । କିନ୍ତୁ ବର୍ତ୍ତମାନର କ୍ରାଇମବ୍ରାଞ୍ଚ ଉପରେ ଆମର ବିଶ୍ବାସ ଅଛି । କ୍ରାଇମବ୍ରାଞ୍ଚ ନିରପେକ୍ଷ ଓ କ୍ରିୟାଶୀଳ ହୋଇ କାମ କରିବ ବୋଲି ମନ୍ତ୍ରୀ ରାଜ୍ୟ ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ଜଣେ ମନ୍ତ୍ରୀଙ୍କୁ ଦିନ ଦ୍ବିପହରରେ ହତ୍ୟା ଘଟଣା ପ୍ରକୃତ ସତ ଆସିବା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।

Advertisment
Naba Das Odisha Govt Investigation Deepali Das Prithiviraj Harichandan
Advertisment
Advertisment