Advertisment

ମିଛ ଗ୍ୟାରେଣ୍ଟି ଦେବା କଂଗ୍ରେସର ଫର୍ମୁଲା: ମୋଦି

ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ପେଶାଲ ହେବାକୁ ଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
False Guarantees Has Been Congress Old Trick says PM Modi

False Guarantees Has Been Congress Old Trick says PM Modi

ମିଛ ପ୍ରତିଶ୍ରୁତି ଦେବା କଂଗ୍ରେସର ପୁରୁଣା କୌଶଳ। ଲୋକଙ୍କୁ ମିଛ ଗ୍ୟାରେଣ୍ଟି ଦେବାରେ କଂଗ୍ରେସ ଅଭ୍ୟସ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ହିମାଚଳ ପ୍ରଦେଶ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ମୋଦି। ହିମାଚଳପ୍ରଦେଶ ପାଇଁ ନିର୍ବାଚନ ବିଗୁଲ ବାଜିଛି। ଭୋଟ୍‌ ତାରିଖ ଯେତେ ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସେତେ ସରଗରମ ହେଉଛି।

Advertisment

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶ ମଣ୍ଡିରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’କୁ ସମ୍ବୋଧିତ କରି ସମାବେଶରେ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଆଗରୁ ମଣ୍ଡି ଆସିବାକୁ ଥିବା ବେଳେ ଆସିପାରିନଥିଲି, କେବଳ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗ ଦେଇଥିଲି। ସେଥିପାଇଁ ଯେତେବେଳେ ନିର୍ବାଚନ ତାରିଖ ଆରମ୍ଭ ହେବ, ମୁଁ ପ୍ରଥମେ ମଣ୍ଡି ଯାଇ ଲୋକଙ୍କୁ କ୍ଷମା ମାଗିବି ବୋଲି ନିଷ୍ପତ୍ତି ନେଇଥିଲି। 

ସେ କହିଛନ୍ତି ଯେ ଏହି ରାଜ୍ୟ ଟାଲେଣ୍ଟର ହବ୍‌। ହିମାଚଳବାସୀ କୌଣସି କାର୍ଯ୍ୟକୁ ଆଦୌ ଡ଼ରନ୍ତି ନାହିଁ। ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ଏଠାକାର ଯୁବକ ଓ ମହିଳା ଜାଣନ୍ତି ଯେ ବିଜେପି ବିକାଶକୁ ପ୍ରାଥମିକତା ଦେଇଥାଏ। ସେଥିପାଇଁ ଚଳିତ ବିଧାନସଭା ନିର୍ବାଚନରେ ଲୋକମାନେ ବିଜେପିକୁ ପୁଣି ଭୋଟ ଦେଇ ବିଜୟ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଏହାସହ ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମ ସରଣ ନେଗିଙ୍କ ବିୟୋଗରେ ସେ ଦୁଃଖ ପ୍ରକାଶ କରିଛନ୍ତି।  

Advertisment

ମୋଦି ଆହୁରି କହିଛନ୍ତି ଯେ ଉପା ସରକାର ହିମାଚଳର ବିକାଶ ଚାହୁଁନାହିଁ। ମିଥ୍ୟା ପ୍ରତିଶ୍ରୁତି ଦେବା, ମିଥ୍ୟା ଗ୍ୟାରେଣ୍ଟି ଦେବା କଂଗ୍ରେସର ଏକ ପୁରୁଣା ଅଭ୍ୟାସ। ଚାଷୀଙ୍କୁ ଋଣ ଛାଡ ନାମରେ କଂଗ୍ରେସ କିପରି ମିଛ କହୁଛି ତାହା ସମଗ୍ର ଦେଶ ସାକ୍ଷୀ ରହିଛି। କଂଗ୍ରେସ ପାଇଁ ସରକାର ଆସିବା, ସରକାରରେ ରହିବା ଏକ ରାଜପ୍ରାସାଦ ଚଳାଇବା ସଦୃଶ।

ଏଥର ନଭେମ୍ବର ୧୨ରେ ମତଦାନ ଦିନ ଦିଆଯିବାକୁ ଥିବା ପ୍ରତ୍ୟେକ ଭୋଟର୍‌ ଆସନ୍ତା ୨୫ ବର୍ଷ ପାଇଁ ହିମାଚଳପ୍ରଦେଶର ବିକାଶ ଯାତ୍ରା ସ୍ଥିର କରିବେ। ହିମାଚଳପ୍ରଦେଶର ଲୋକମାନେ ବିଜେପି ସରକାରକୁ ପୁଣି ଶାସନକୁ ଫେରାଇ ଆଣିବାକୁ ଦୃଢ ଭାବେ ସଂକଳ୍ପବଦ୍ଧ ହୋଇଥିବାବେଳେ ସୈନିକମାନଙ୍କର ଏହି ଭୂମି, ସାହସୀ ମା’ମାନଙ୍କର ଏହି ଦେଶ, ଯେତେବେଳେ କୌଣସି ସଂକଳ୍ପ ନେଇଥାଏ, ଏହାକୁ ପ୍ରମାଣ କରି ଦେଖାଇଦେଇଥାଏ। 

Narendra Modi BJP Congress
Advertisment
Advertisment