Advertisment

ଗୁଜରାଟରେ କଂଗ୍ରେସକୁ ଧୂଳି ଚଟାଇଲା ବିଜେପି, ହିମାଚଳରେ କଡ଼ା ଟକ୍କର...

ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍‌ ମିଳିଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gujarat Election Results 2022

Today Gujarat And Himachal Pradesh Election Results To Be Declared

ଆଜି ଆସିବ ଗୁଜରାଟ ଓ ହିମାଚଳ ରାୟ। ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଗୁଜରାଟରେ ୧୮୨ଟି ବିଧାନସଭା ଆସନ ପାଇଁ ୩୭ଟି ଗଣତି କେନ୍ଦ୍ର କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲାଟ୍‌ ଗଣତି ସରିବା ପରେ EVM ଗଣତି ଆରମ୍ଭ ହୋଇଛି। 

Advertisment

ସେହିପରି ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନ ପାଇଁ ଗତ ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଏଠାରେ ମଧ୍ୟ ଆଜି ଭୋଟ୍‌ ଗଣତି ଚାଲିଛି। ହିମାଚଳରେ ବାଜିରେ ଲାଗିଛି ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ। ଗଣତି ପାଇଁ ଉଭୟ ରାଜ୍ୟରେ ଭୋଟ୍ ଗଣତି କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 

ପ୍ରାରମ୍ଭିକ ଟ୍ରେଣ୍ଡ୍‌  ଅନୁସାରେ, ଗୁଜରାଟରେ ୧୮୨ ଆସନରୁ ବିଜେପି ୧୫୦ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୧, ଆପ୍‌ ୦୯ ଓ ଅନ୍ୟାନ୍ୟ ପାର୍ଟି ୦୨ ସିଟ୍‌ରେ ଆଗୁଆ ରହିଛି। ସେହିପରି ହିମାଚଳ ପ୍ରଦେଶରେ ୬୮ ଆସନରୁ ବିଜେପି ୩୪ ସିଟ୍‌ରେ ଆଗୁଆ ଥିବାବେଳେ କଂଗ୍ରେସ ୩୧ ଆସନ ଓ ଅନ୍ୟାନ୍ୟ ପାର୍ଟି ୦୩ ସିଟ୍‌ରେ ଆଗୁଆ ରହିଛି। 

Advertisment

ଅଧିକ ପଢ଼ନ୍ତୁ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, ଜନସମୁଦ୍ରକୁ ଦେଖି ଗାଡ଼ିରୁ ଓହ୍ଲାଇପଡ଼ିଲେ ମୋଦି

ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍‌ ମିଳିଥିବା ଦେଖିବାକୁ ମିଳିଛି। ଯଦିଓ ଗୁଜରାଟରେ କଂଗ୍ରେସ ଧୂଳି ଚାଟିଛି ହେଲେ ହିମାଚଳ ପ୍ରଦେଶରେ ବିଜେପି ସହ କଡ଼ା ଟକ୍କର ଦେଉଛି। ହିମାଚଳରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। 

ସୂଚନାଥାଉ କି, ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ ବିଜେପି କ୍ଷମତାରେ ଅଛି। ୧୯୯୫ରେ ପ୍ରଥମ ଥର ପାଇଁ ଗୁଜରାଟରେ ଦଳ କ୍ଷମତାକୁ ଆସିଥିଲା। ୧୯୯୫ରେ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୧ରୁ ନରେନ୍ଦ୍ର ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୧ରୁ ୨୦୧୪ ଯାଏ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୪ ପର ଠାରୁ ଗୁଜରାଟରେ ୩ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଛନ୍ତି। ଗତ ୨ଟି ଯାକ ଶାସନକାଳ ମଝିରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛି ବିଜେପି।

Gujarat Polls
Advertisment
Advertisment