/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678359855.jpg)
Chicken Curry
ଚିକେନ୍ ତରକାରୀ ପାଇଁ ସ୍ତ୍ରୀକୁ ପିଟିପିଟି ଲହୁଲୁହାଣ କଲା ସ୍ୱାମୀ । ଖାଲି ପିଟିଲାନି ତ ପିଟିପିଟି ମୁଣ୍ଡ ଫଟାଇଦେବା ସହ ମହିଳାଙ୍କ ହତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ହୋଲିରେ ଘରେ ଚିକେନ୍ ରୋଷେଇ ହୋଇନଥିବାକୁ ନେଇ ଏପରି ତୁମୁଳକାଣ୍ଡ ହୋଇଛି ।
ମିଳିଥିବା ଖବର ଅନୁସାରେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ଗତକାଲି ହୋଲିରେ ମନପସନ୍ଦର ଖାଦ୍ୟ ବନାଇବାକୁ କହିଥିଲେ । ତାହାସହ ଚିକେନ ତରକାରୀ କରିବାକୁ କହିଥିଲେ ବ୍ୟକ୍ତି ଜଣକ । ହେଲେ ସ୍ତ୍ରୀ, ସ୍ୱାମୀଙ୍କ କହିବା ଅନୁସାରେ ସମସ୍ତ ଖାଦ୍ୟ ତିଆରି କରିଥିଲେ ମଧ୍ୟ ଚିକେନ୍ ରୋଷେଇ କରିନଥିଲେ । ଯାହାକୁ ନେଇ ପ୍ରବଳ ରାଗିଯାଇଥିଲେ ବ୍ୟକ୍ତି ।
ଅଧିକ ପଢ଼ନ୍ତୁ: ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ, ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ...
ପରେ ପରେ ସ୍ୱାମୀ ଘର ନିକଟରେ ପଡ଼ିଥିବା ଏକ ବାଡ଼ି ଆଣି ସ୍ତ୍ରୀକୁ ନିର୍ଧୂମ୍ ମାଡ଼ ମରିଥିଲେ । ଯେଉଁଥିରେ ସ୍ତ୍ରୀ ଜଣକ ଲହୁଲୁହାଣ ହୋଇଥିଲେ । ଖାଲି ସେତିକି ନୁହେଁ ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୁଣ୍ଡ ଫାଟିବା ସହ ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।
ମହିଳା ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଛି । ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏନେଇ ଅଭିଯୋଗ ହେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରି ପଚରାଉଚରା କରୁଛି ।
ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏପରି ଏକ ମାମଲା ଆସିଥିବାବେଳେ ପୋଲିସ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି କି, ଆଭିଯୁକ୍ତ ସ୍ୱାମୀ ବଜାରରୁ ଚିକେନ୍ ନେଇ ଘରକୁ ଆସିଥିଲେ । ପତ୍ନୀଙ୍କୁ ରୋଷେଇ କରିବାକୁ କହିଥିଲେ ।
ହେଲେ ପତ୍ନୀ ପୂର୍ବରୁ ସ୍ୱାମୀ କହିଥିବା ସମସ୍ତ ରୋଷେଇ କରିସାରିଥିଲେ । ତେଣୁ ସଂଧ୍ୟା ପରେ ଚିକେନ୍ କରିବାକୁ କହିଥିଲେ ସ୍ତ୍ରୀ ଜଣକ । ସ୍ତ୍ରୀଙ୍କ ଏହି କଥାକୁ ନେଇ ସ୍ୱାମୀ ତାଙ୍କୁ ପ୍ରବଳ ମାଡ଼ ମାରିଥିବା ପୋଲିସ କହିଛି । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କ ଭାଙ୍ଗିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)