Advertisment

୪୯୫ ବର୍ଷ ପରେ ଭବ୍ୟ ମନ୍ଦିରରେ ହୋଲି ଖେଳିବେ ରାମଲାଲା

ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ଥର ପାଇଁ ହୋଲି ଖେଳିବେ ରାମଲାଲା ।

author-image
Santosh Kumar Sahoo
Ram lalla

Ram lalla

ହୋଲି ମହୋତ୍ସବ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ରଙ୍ଗର ପର୍ବ ହୋଲି ଉତ୍ସବକୁ ଧୁମଧାମରେ ପାଳନ କରିବାକୁ ସମସ୍ତଙ୍କର ଅପେକ୍ଷା। । ଭଗବାନ କୃଷ୍ଣଙ୍କ ଜନ୍ମସ୍ଥଳୀ ମଥୁରାରେ ତ ପାରମ୍ପରିକ ହୋଲି ପର୍ବ ଆରମ୍ଭ ହୋଇଗଲାଣି । ତେବେ ପ୍ରତିବର୍ଷ ଠାରୁ ଚଳିତ ବର୍ଷ ହୋଲି ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏଥର ଅଯୋଧ୍ୟା ରାମ ମନ୍ଦିରର ହୋଲି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। କାହିଁକି ନା ୪୯୫ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭବ୍ୟ ରାମ ମନ୍ଦିରରେ ହୋଲି ଖେଳିବେ ରାମଲାଲା।

Advertisment

ଚଳିତ ବର୍ଷ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ହୋଲି ଉତ୍ସବ ମହାସମାରୋହରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ଥର ପାଇଁ ହୋଲି ଖେଳିବେ ରାମଲାଲା । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଭବ୍ୟ ରାମ ମନ୍ଦିରରେ କିପରି ହୋଲି ଉତ୍ସବ ପାଳନ କରାଯିବ ସେନେଇ ପୂଜକମାନଙ୍କ ସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଲୋଚନା ଜାରି ରହିଛି। ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ହୋଲି ଉତ୍ସବକୁ ନେଇ ସାଧୁ, ସନ୍ଥଙ୍କ ସହ ଭକ୍ତମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ଥର ପାଇଁ ହେବାକୁ ଥିବା ହୋଲି ଉତ୍ସବକୁ ନେଇ ଶ୍ରୀରାମ ଜନ୍ମଭୂମିର ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ଏଥର ରାମ ଭକ୍ତମାନେ ପ୍ରଭୁ ରାମଲାଲାଙ୍କ ସହ ହୋଲି ଖେଳିବାର ସୁଯୋଗ ପାଇବେ। ରାମ ମନ୍ଦିରରେ ହୋଲି ପାଇଁ କରାଯାଉଥିବା ପ୍ରସ୍ତୁତି ବିଷୟରେ ମଧ୍ୟ ସେ କହିଛନ୍ତି। ଚଳିତ ବର୍ଷ ହୋଲିରେ ରାମଲାଲା ନୂଆ ପୋଷାକ ପିନ୍ଧିବା ସହ ତାଙ୍କ ନିକଟରେ ବିଭିନ୍ନ ପ୍ରକାର ଭୋଗ ଲାଗି ହେବ। ଏହାସହ ହୋଲି ଉତ୍ସବରେ ଶ୍ରଦ୍ଧାଳୁଙ୍କୁ ୫୬ ପ୍ରକାରର ପ୍ରସାଦ ବଣ୍ଟନ କରାଯିବ। ଏହାପରେ ରାମଲାଲାଙ୍କୁ ଅବିର-ଗୁଲାଲ ଅର୍ପଣ କରି ହୋଲି ପାଳନ କରାଯିବ ବୋଲି ସେ କହିଛନ୍ତି। ଏହା ସହ ଚଳିତ ଥର ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ, ହୋଲି ଗୀତ ଓ ଶବ୍ଦ ପାଠ କରାଯିବ।

Advertisment
Holi Celebration Ayodhya Ram Mandir
Advertisment
Advertisment