Advertisment

ନକ୍ସଲ ଖେଳିଲେ ରକ୍ତର ହୋଲି ! ୧୦ DRG ଯବାନ, ଜଣେ ଡ୍ରାଇଭର ସହିଦ

ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dantewada Naxal Attack

Mao Attack On Soldiers

ଦୁଇ ବର୍ଷ ପରେ ଛତିଶଗଡରେ ପୁଣି ନକ୍ସଲ ଖେଳିଛନ୍ତି ରକ୍ତର ହୋଲି । IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ । ନକ୍ସଲଙ୍କ ଆମ୍ବୁସରେ ୧୦ ଜଣ DRG ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ନିନ୍ଦା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇ ସବୁ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, ଲାଲବାହୀନିଙ୍କୁ ଆଉ ଛଡାଯିବନି। ଏପଟେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।

Advertisment

ଛତିଶଗଡର ଦାନ୍ତେୱାଡାରେ ନକ୍ସଲଙ୍କ ବଡ ହମଲା । ମାଓ ଅପରେସନରେ ଯାଇଥିବା ଯବାନଙ୍କୁ ଆମ୍ବୁସ । IED ବିସ୍ଫୋରଣ କରି ଗାଡ଼ି ଉଡାଇଦେଲେ ମାଓବାଦୀ । ଘଟଣାସ୍ଥଳର ଦେଖିବାକୁ ମିଳିଛି ଛାତିଥରା ଚିତ୍ର । ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତା। ଉଭୟ ପଟେ ପଡିଛି ବୀର ସହିଦ ଯବାନଙ୍କ ଶରୀର। ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଛି ଯବାନଙ୍କ ଗାଡି। ଆଉ, ବିସ୍ଫୋରଣ ସ୍ଥଳରେ ସୃଷ୍ଟି ହୋଇଛି ବିରାଟ ଗାତ । ଚାରି ପାଖର ଦୃଶ୍ୟ ହିଁ ବୟାନ କରିଦେଉଛି କେତେ ଭୟଙ୍କର ଥିଲା ବିସ୍ଫୋରଣ ।

ନକ୍ସଲଙ୍କ ବର୍ବରଚିତ ଆକ୍ରମଣରେ ସହିଦ ହୋଇଛନ୍ତି ୧୦ ଜଣ DRG ଯବାନ। ଡ୍ରାଇଭର ବି ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବରିଷ୍ଠ ଅଧିକାରୀ ପହଁଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଜଙ୍ଗଲରେ ଜୋରଦାର ହୋଇଛି କମ୍ବିଂ ଅପରେସନ। 

Advertisment

ଦନ୍ତେୱାଡାର ଅରଣପୁର ଅଂଚଳରେ ନକ୍ସଲଙ୍କ ଉପସ୍ଥିତି ନେଇ ମିଳିଥିଲା ଖବର। ସଙ୍ଗେ ସଙ୍ଗେ ମାଓ ଅପରେସନରେ ବାହାରିଥିଲେ ସିଆରପିଏଫ୍‌ର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଯବାନ । ଦନ୍ତେୱାଡାରେ ଅଭିଯାନ ସାରି ଗାଡିରେ ଫେରିବା ବେଳେ ରାସ୍ତାରେ ଆମ୍ବୁସ ଲଗାଇ ଘେରିଯାଇଥିଲେ ନକ୍ସଲ । ଯବାନଙ୍କ ଗାଡି ଅରଣପୁର ରାସ୍ତାରେ ପହଁଚିବା କ୍ଷଣି ନକ୍ସଲ ଖଂଜିଥିବା IED ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଚାଲିଯାଇଛି ୧୧ ଜଣଙ୍କ ଜୀବନ।

ଘଟଣା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ସ୍ଥିତି ବାବଦରେ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନକ୍ସଲଙ୍କ ଆକ୍ରମଣକୁ ନିନ୍ଦା କରିବା ସହ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, ରାଜ୍ୟରେ ନକ୍ସଲ ବିରୋଧୀ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଁଚିଛି । କାହାକୁ ବି ଛଡାଯିବନି । ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।

ଛତିଶଗଡ଼ରେ ବଡ ଧରଣର ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଛି । ଛତିଶଗଡ଼ ସୀମାକୁ ଲାଗିଥିବା ୩ ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରକୁ ଆଲର୍ଟ କରାଯାଇଛି । ଏସବୁ ଜିଲ୍ଲାରେ କମ୍ବିଂ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସୀମା ଅଞ୍ଚଳରେ ଚେକିଂ, ବ୍ଲକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ।

ଏହାପୂର୍ବରୁ ବି ନକ୍ସଲଙ୍କ ବର୍ବରଚିତ ଆକ୍ରମଣରେ ରକ୍ତରଂଜିତ ହୋଇଛି ମାଟି। ସହିଦ ହୋଇଛନ୍ତି ଦେଶର ବୀର ଯବାନ।

୩ ଏପ୍ରିଲ ୨୦୨୧। ଛତିଶଗଡ ସୁକମାର ବିଜାପୁରରେ ବଡ ଧରଣର ଆକ୍ରମଣ କରିଥିଲେ ନକ୍ସଲ। ଯେଉଁଥିରେ ୧୪ ପୋଲିସ ଓ ୭ ଯବାନ ସହିଦ ହୋଇଥିଲେ।

୨୩ ମାର୍ଚ୍ଚ ୨୦୨୧। ନକ୍ସଲ ଆକ୍ରମଣରେ ସହିଦ ହୋଇଥିଲେ ୫ ସୁରକ୍ଷାକର୍ମୀ। ନକ୍ସଲ ଖଂଜିଥିବା ଆଇଇଡି ବିସ୍ଫୋରଣରେ ୧୩ ସୁରକ୍ଷାକର୍ମୀ ଆହତ ହୋଇଥିଲେ।

୨୧ ମାର୍ଚ୍ଚ ୨୦୨୦। ଛତିଶଗଡ ସୁକମାର ଏଲମାଗୁଡା ଜଙ୍ଗଲରେ ନକ୍ସଲ ଘଟାଇଥିଲେ ନାରକୀୟ କାଣ୍ଡ।  ଏଥିରେ ୧୨ ଡିଆରଜି ଯବାନ ଓ ୫ ଏସଟିଏଫ୍ ଯବାନ ସହିଦ ହୋଇଥିଲେ।

୨୪ ଏପ୍ରିଲ ୨୦୧୭। ଛତିଶଗଡର ସୁକମାରେ ସବୁଠୁ ବଡ ହମଲା କରିଥିଲେ ନକ୍ସଲ । ଯେଉଁଥିରେ ୨୫ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ।

Naxal Attack Naxal Attack In Chhattisgarh Chhattisgarh Naxal Attack
Advertisment
Advertisment