/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711280195.jpg)
Defense Minister Rajnath Singh
ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଥିଲେ।
ବର୍ଷସାରା ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ସହ କେନ୍ଦ୍ର ସରକାର ସବୁବେଳେ ଅଛନ୍ତି ବୋଲି ରାଜନାଥ କହିଥିଲେ । ପ୍ରଥମେ ସିଆଚିନ ଅଞ୍ଚଳ ଯାଇ ହୋଲି ଖେଳିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପାଗ ଖରାପ ଯୋଗୁଁ ଲେହ ଯାଇଥିଲେ ରାଜନାଥ ସିଂ ।
Delighted to celebrate Holi with the soldiers of Indian Armed Forces in Leh, Ladakh. pic.twitter.com/lgff7UXxhA
— Rajnath Singh (मोदी का परिवार) (@rajnathsingh) March 24, 2024
ରାଜନାଥ ସିଂହଙ୍କ ସହ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଲେହରେ ‘ହଲ୍ ଅଫ୍ ଫେମ୍’ରେ ଦେଶର ସୁରକ୍ଷା ଲାଗି ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ଯବାନଙ୍କୁ ରଙ୍ଗ ଲଗାଇବା ସହ ମିଠା ଖୁଆଇଥିଲେ ।
ଦେଶବାସୀ କିପରି ଘରେ ସୁରକ୍ଷିତ ଭାବରେ ହୋଲି ମନାଇ ପାରିବେ ସେଥିପାଇଁ ସୀମାରେ ଦେଶରକ୍ଷା ଲାଗି ଯବାନମାନେ ନିୟୋଜିତ ହୋଇ ଅଛନ୍ତି । ଏପରି ସ୍ଥିତିରେ ସେମାନଙ୍କ ମନୋବଳ ବଢାଇବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଲେହରେ ପହଞ୍ଚିଥିଳେ । ଏହି ସମୟରେ ହୋଲି ପର୍ବ ମନାଇ ଆମ ବୀର ଯବାନମାନେ ଖୁବ୍ ରଙ୍ଗ ଖେଳିଛନ୍ତି ଓ ପରସ୍ପରକୁ ମିଠା ଖୁଆଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)