ପ୍ରଥମ କରି ମହିଳାଙ୍କୁ ଏହି ପର୍ବରେ ସାମିଲ କରାଯିବ। ଜାପାନରେ ଲିଙ୍ଗଗତ ସମାନତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ ଅନେକ ରକ୍ତାତ ହେଉଛନ୍ତି ।
ବଦଳିବ ଭାରତୀୟ ନୌସେନାର ପରିପାଟୀ । ବ୍ରିଟିଶ୍ ସରକାର ତରଫରୁ ଆରମ୍ଭ କରାଯାଇଥିବା କଲୋନିଆଲ ଫ୍ଲାଗକୁ ବର୍ତ୍ତମାନ ଶିବାଜୀ ଷ୍ଟାମ୍ପ ଦ୍ବାରା ପରିବର୍ତ୍ତନ କରି ଦିଆଯାଇଛି। ଏହି ପଦକ୍ଷେପ ସହ ଭାରତ ପୂରା ଦୁନିଆକୁ ଜଣାଇ ଦେଇଛି ଯେ, ଏବେ ଆମ ସାମରିକ ବ୍ୟବସ୍ଥା ବ୍ରିଟିଶ୍ କଲୋନୀରୁ ମୁକ୍ତ।
ଓଡିଶାର ପରିଚୟ ପୁରୀ ଶ୍ରୀମନ୍ଦିରରେ ନାହିଁ ସଂଗ୍ରହାଳୟ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଯାଉଛି, କିନ୍ତୁ ସଂଗ୍ରହାଳୟର ପରିକଳ୍ପନା ନାହିଁ।
କିଏ ଚାଉଳ ଦିଏ ତ କିଏ ଟଙ୍କା ପଇସା କିଏ ଖାଇବା ପାଇଁ ବିସ୍କୁଟ ଦିଏ କିଏ ପୁଣି ବସ୍ତ୍ର ଦାନ କରେ।
ପ୍ରଥମେ ପଡ଼ିଆ ମଝିରେ ଏହି ସ୍ୱତନ୍ତ୍ର ପ୍ରକାର ଫୁଟବଲକୁ ପୂଜା କରାଯାଇଥାଏ । ତା’ପରେ ଖେଳାଳିମାନେ ସେହି ଫୁଟବଲକୁ ମୁଣ୍ଡିଆ ବି ମାରିଥାନ୍ତି । ତା’ପରେ ଆରମ୍ଭ ହୁଏ ଖେଳ ।
ଜହ୍ନି ଓଷା ପାଳନ କଲେ ଭଲ ବର ଓ ଭଲ ଘର ମିଳିଥାଏ। ଏଭଳି ବିଶ୍ୱାସ ରହିଥିବାରୁ କୁଆଁରୀ କନ୍ୟାମାନେ ଜହ୍ନି ଓଷା ବ୍ରତ କରିଥାନ୍ତି। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାର ଝିଅମାନେ ଏହି ବ୍ରତକୁ ଅତି ଧୁମଧାମରେ ପାଳନ କରିଥାନ୍ତି।
ତେଲୁଗୁ ସଂପ୍ରଦାୟର ନବରାତ୍ରରେ କଣ୍ଢେଇ ମେଳା ଅନୁଷ୍ଠିତ ହୁଏ । ବ୍ରହ୍ନପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଯାଇଛି କଣ୍ଢେଇ ମେଳା । ଦକ୍ଷିଣ ଭାରତର ଆନ୍ଧ୍ର ଓ ତେଲେଙ୍ଗାନା ଅଞ୍ଚଳରେ ବିଶେଷ କରି ଦଶହରା ଓ ଦୀପାବଳି ଅବସରରେ କଣ୍ଢେଇ ମେଳା ପାଳିତ ହୁଏ ।
ଗୁରୁଙ୍କୁ କେତେକ ସ୍ଥାନରେ ବ୍ରହ୍ମା, ବିଷ୍ଣୁ, ମହେଶ ଏବଂ କେତେକ ସ୍ଥାନରେ ଗୋବିନ୍ଦ ମଧ୍ୟ କୁହାଯାଏ। ତେବେ ଆଜିର ଏହି ପବିତ୍ର ଗୁରୁଦିବସ ଅବସରରେ ଆସନ୍ତୁ ଗୁରୁ ପରମ୍ପରା ସହିତ ଜଡିତ କେତେକ ମୂଲ୍ୟବାନ ବାଣୀ ବିଷୟରେ ଜାଣିନେବା।
ବଡ଼ଓଡ଼ିଆ ମଠରେ ୩ ବର୍ଷ ଧରି ବନ୍ଦ ଝୁଲଣ ଯାତ୍ରା । ପରିକ୍ରମା ପ୍ରକଳ୍ପରେ ମଠ କ୍ଷତିଗ୍ରସ୍ତ ହେବାରୁ ପରମ୍ପରା ବନ୍ଦ । ସ୍ଥାନାଭାବରୁ ବହୁ ମଠରେ ନିରାଡ଼ମ୍ବର ଆୟୋଜନ । ଶ୍ରୀମନ୍ଦିର ପ୍ରଶାସକ କହିଲେ, ଖୁବଶୀଘ୍ର ପୁନରୁଦ୍ଧାର ହେବ ସବୁ ମଠ ।
କୁହାଯାଏ ଜୀବନ ସାଥୀ ହେଉଛି ସାତ ଜନ୍ମର ସାଥୀ । ଗୋଟିଏ ଥର ବିବାହ କରିବା ପରେ ଉଭୟ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥା’ନ୍ତି । ସାରା ଜୀବନ ଏକାଠି ରହିଥା’ନ୍ତି । ହେଲେ ବର୍ତ୍ତମାନ ଏମିତି ଏକ ପରମ୍ପରା ନଜରକୁ ଆସିଛି ଯାହା ସତରେ ଆଶ୍ଚର୍ଯ୍ୟ କଲା ଭଳି ।
ଚିତାଲାଗି ଅମାବାସ୍ୟାର ମୁଖ୍ୟ ଆକର୍ଷଣ ହେଉଛି ଚିତଉ ପିଠା। ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହେଉଥିବା ଚିତଉ ପିଠା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ଆଜି ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା।
ଅଜବ ପରମ୍ପରା । ପୁଅକୁ ୧୬, ଝିଅକୁ ୧୨ ହେବା ମାତ୍ରେ ହୁଏ ବାହାଘର । ଏତେ କମ୍ ବର୍ଷରୁ ବିବାହ ହେଉଥିବାରୁ ଅନେକଙ୍କ ସ୍ୱାମୀ ମରିଯାଉଛନ୍ତି ...ବିଧବା ହେବା ପରେ ବି ଏକାଏକା ଜୀବନ ବିତାଉଛନ୍ତି ଏମାନେ।
ବିଶ୍ୱାସ ବଳରେ ବାରିହୁଏ ପାଣିପାଗର ସ୍ଥିତି । ଚାଷ ଅନୁକୂଳ ପାଇଁ ଧାର୍ଯ୍ୟ ହେଉଛି ସମୟ ।
ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’
ମଣିଷ ଏବଂ କୁକୁର ମଧ୍ୟରେ ବିବାହ ଅଜବ ଲାଗୁଥାଇପାରେ। କିନ୍ତୁ ଗୋଟିଏ ନୁହେଁ, ଏହିପରି ଦୁଇଟି ବିବାହ ହୋଇଛି। ତାହା ପୁଣି ଓଡିଶାରେ। ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଏହି ବିବାହ ହୋଇଛି। ଏହା ପଛରେ ରହିଛି ଏକ ଅନ୍ଧବିଶ୍ୱାସ।
ଉର୍ଲେରେ ଏବେ ଦେଖିବାକୁ ମିଳୁଛି ମହାରାଜା ରାବଣଙ୍କର ରାଜୁତି । ରାବଣ କୁବେରଙ୍କଠାରୁ ଲଙ୍କାପୁର ପ୍ରାପ୍ତି ଓ ପୁଷ୍ପକ ବିମାନ ପ୍ରାପ୍ତି ପରେ ଭାରି ଖୁସିରେ କରୁଛନ୍ତି ରାଜୁତି । ସେପଟେ ଏହାରି ମଧ୍ୟରେ ହଠାତ୍ ରାବଣଙ୍କ ପାଖକୁ ଖବର ଯାଏ ଲକ୍ଷ୍ଣଣ ସୁର୍ପନକାର ନାକ ଛେଦନ କରିଛନ୍ତି । ଏହାପରେ ପ୍ରତିଶୋଧ ପ୍ରଣାୟନ ହୋଇ ବାବାଜୀ ବେଶରେ ଆସି ଭିକ୍ଷା ମାଗିବା ସହ ଛଳନା କରି ସୀତାଙ୍କୁ ଚୋରି କରି ପୁଷ୍ପକ ବିମାନରେ ଲଙ୍କାପୁରୀକୁ ନେଇଥିଲେ।
ମଙ୍ଗଳବାର ସହର ପରିକ୍ରମା କରିବା ପରେ ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲାଗି ହେବ। ଏହାକୁ ସମସ୍ତେ ପ୍ରସାଦ ରୂପେ ଗ୍ରହଣ କରନ୍ତି । ମୁଆଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ସେଇଥି ଲାଗି ତ ବାଜା ବାଜିବା ମାତ୍ରେ ଅନେକ ନାଚରେ ଝୁମିଯାଆନ୍ତି । ଏଇ ପରମ୍ପରା ଏତେ ପ୍ରସିଦ୍ଧ ଯେ ଗାଁରେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଗାଁକୁ ପଳାଇ ଆସନ୍ତି
ଏହି ପର୍ବରେ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପରିଧାନ କରିଥାନ୍ତି । ଏହି ଫଟୋଟି ସେହି ବ୍ୟକ୍ତିଙ୍କର, ଯିଏ ଏହି ଉତ୍ସବରେ ମହିଳା ବେଶ ଧରି ପ୍ରଥମ ପୁରସ୍କାର ପାଇଛନ୍ତି ।
ଦିନେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।
ଖାଲି ଯୌଥ ପରିବାରର ନୁହେଁ ବରଂ ଶାଶୂ-ବୋହୂର ସଂପର୍କର ପ୍ୟାକ୍ ବି ରହିଛି । ଏଇ ଗିଫ୍ଟରେ ଫୁଲ ତୋଡା, ଶଙ୍ଖ, କଳସ ଆଦି ପୂଜା ସାମଗ୍ରୀ ରହିଛି । ଯଦି କାହାର ବାହାଘରରେ ଏମିତି ଗିଫ୍ଟ ଦେବେ ତେବେ ତାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି ଏଇ ଦମ୍ପତି
ଆଜ୍ଞା ହଁ ଏମିତି ଏକ ଜନଜାତି ରହିଛି । ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାଆନ୍ତି । ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାଆନ୍ତି ।
ଭାରତୀୟ ସଂସ୍କୃତି ଓ ପରଂପରାକୁ ବଞ୍ଚାଇ ରଖିବା ସହ ବିଦ୍ୟାର୍ଥୀଙ୍କୁ ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା ଦିଆଯାଉଛି
ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।