• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁନିଆରେ ଅନେକ ସମ୍ପ୍ରଦାୟର ଲୋକ ରହିଛନ୍ତି । ସେମାନଙ୍କର ବିଭିନ୍ନ ପରମ୍ପରା ମଧ୍ୟ ରହିଛି । ନିଜର ପରମ୍ପରା ଅନୁସାରେ ଲୋକମାନଙ୍କର ଚାଲିଚଳଣି ଓ ଆଚାରବ୍ୟବହାର ଭିନ୍ନ ଦେଖିବାକୁ ମିଳିଥାଏ । ବିଶେଷକରି ଜନଜାତି ସଂପ୍ରଦାୟର ଲୋକଙ୍କ ଚାଲିଚଳଣି ସାଧାରଣ ଲୋକଙ୍କ ଠାରୁ ବେଶ୍‌ ଭିନ୍ନ ରହିଥାଏ ।

କିଛି ସମ୍ପ୍ରଦାୟ ଲୋକଙ୍କ ଚାଲିଚଳଣି ଏତେ ଭିନ୍ନ ରହିଥାଏ ଯେ, ଯାହାକୁ ବିଶ୍ୱାସ କରିବା ବା ଗ୍ରହଣ କରିବା ଆମ ପକ୍ଷରେ ସମ୍ଭବ ହୋଇନଥାଏ । ଆଜି ଆମେ ଏମିତି ଏକ ପରମ୍ପରା ବିଷୟରେ ଆପଣଙ୍କୁ ଜଣାଇବୁ ଯାହା ଆପଣଙ୍କର ଆଦୌ ବିଶ୍ୱାସ ହେବନାହିଁ । ଆସନ୍ତୁ ଜାଣିବା...

ଆଜ୍ଞା ହଁ ଏମିତି ଏକ ଜନଜାତି ରହିଛି । ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାଆନ୍ତି । ସୂଚନା ଅନୁସାରେ ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାଆନ୍ତି ।

ଆଉ ସେହି ବିଧବା ମହିଳାଙ୍କ ଯଦି ଏକ କନ୍ୟା ସନ୍ତାନ ରହିଥାଏ ସେହି କନ୍ୟା ସନ୍ତାନ ବଡ଼ ହେବା ପରେ ମହିଳାଙ୍କ ସ୍ୱାମୀ ଅର୍ଥାତ୍‌ ଝିଅଟିର ଦ୍ୱିତୀୟ ବାପା ଝିଅଟିକୁ ବିବାହ କରିଥାଏ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ଏପରି ଏକ କୁପ୍ରଥା ବାଂଲାଦେଶର ଏକ ଜନଜାତି ସଂପ୍ରଦାୟରେ ଦେଖିବାକୁ ମିଳିଥାଏ । ସଂପ୍ରଦାୟଟିର ନାଁ ମଣ୍ଡି ହୋଇଥିବା ବେଳେ ଏହି କୁପ୍ରଥାକୁ ପାଳନ କରିଥାଆନ୍ତି ଲୋକମାନେ । ବ୍ୟକ୍ତି ଜଣକ ବିଧବା ମହିଳା ଜଣଙ୍କୁ ବାହା ହେବା ପରେ ତାଙ୍କ ଛାଟ ଝଅକୁ ବାପାର ସ୍ନେହ ଦେଇ ଲାଳନପାଳନ କରିଥାଆନ୍ତି । ହେଲେ ଛୋଟ ଝିଅଟି ବଡ଼ ହୋଇଯିବା ପରେ ତାଙ୍କୁ ବିବାହ କରନ୍ତି । ବେଳେ ବେଳେ ଏହି କୁପ୍ରଥା ପାଇଁ ହିଂସା ମଧ୍ୟ ଦେଖାଦେଇଥାଏ ।