Advertisment

Woman Kills Husband: ବର୍ବରତାର ସବୁ ସୀମା ଟପିଲା ପତ୍ନୀ; ପ୍ରେମିକ ସହ ମିଶି ରଡ୍‌ରେ ପିଟିଲା, ତଣ୍ଟି ଚିପି ହତ୍ୟା କଲା...

ପ୍ରେମିକ ସହ ମିଶି ଘଟାଇଲା ଜଘନ୍ୟକାଣ୍ଡ। ସାଜିଲା ପିଶାଚିନି। ଯାହା ପାଇଁ ସିନ୍ଦୂର ପିନ୍ଧୁଥିଲା, ସାତ ଜନ୍ମର ସାଥୀ ହୋଇଥିଲା, ହାତ ଧରି ବାଟ ଚାଲିବ ବୋଲି କଥା ଦେଇଥିଲା, ତାକୁ ହିଁ ପ୍ରେମରେ ଅନ୍ଧ ହୋଇ ମାରିବାକୁ ପଛଇଲାନି।

author-image
Sujit kumar Swain
ଅଦ୍ୟତନ ହୋଇଛି
Wife Killed Husbend

Wife Killed Husbend

ରଡ୍‌ରେ ପିଟିଲେ, ତଣ୍ଟି ଚିପି ହତ୍ୟା କଲେ । ଅଖାରେ ମୃତ ଦେହକୁ ବାଇକ୍‌ରେ ଧରି ବୁଲିଲେ । ପରେ ଜଙ୍ଗଲରେ ଜାଳିଦେଲେ । ପୁଣି ବର୍ବରତାର ସବୁ ସୀମା ଟପିଲା ପତ୍ନୀ । ପ୍ରେମିକ ସହ ମିଶି ଘଟାଇଲା ଜଘନ୍ୟକାଣ୍ଡ। ସାଜିଲା ପିଶାଚିନି। ଯାହା ପାଇଁ ସିନ୍ଦୂର ପିନ୍ଧୁଥିଲା, ସାତ ଜନ୍ମର ସାଥୀ ହୋଇଥିଲା, ହାତ ଧରି ବାଟ ଚାଲିବ ବୋଲି କଥା ଦେଇଥିଲା, ତାକୁ ହିଁ ପ୍ରେମରେ ଅନ୍ଧ ହୋଇ ମାରିବାକୁ ପଛଇଲାନି। ତଣ୍ଟିଚିପି ତା’ ଜୀବନ ନେଇଗଲା। ଉତ୍ତରପ୍ରଦେଶ ମୀରଟ ପରେ ରାଜସ୍ଥାନରେ ଜଣେ ସ୍ତ୍ରୀର ବର୍ବର କାଣ୍ଡର କାହାଣୀ। ଜଣେ ମହିଳା ତା ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଛି। ପୋଲିସ ଉଭୟ ପ୍ରେମିକ ଓ ସ୍ତ୍ରୀକୁ ଗିରଫ କରିଛି।

Advertisment

ରାଜସ୍ଥାନର ଜୟପୁରରେ ସ୍ୱାମୀ ଧନଲାଲ ସୈନିଙ୍କ ସହ ରହୁଥିଲେ ଗୋପାଳୀ ଦେବୀ। ତେବେ ୫ ବର୍ଷ ହେଲା ଦୀନଦୟାଲଙ୍କ ସହ ଥିଲା ଗୋପାଳୀଙ୍କ ପ୍ରେମ ସମ୍ପର୍କ। ଏକଥା ଜାଣି ନଥିଲେ ସ୍ୱାମୀ। ଗୋପାଲୀ ଦେବୀ ଗୋଟିଏ ଫ୍ୟାକ୍ଟ୍ରୀରେ କାମ କରୁଥିବା ସ୍ୱାମୀଙ୍କୁ କହିଥିଲେ। ହେଲେ ବାସ୍ତବରେ କପଡ଼ା ଷ୍ଟୋରରେ କାମ କରୁଥିବା ଦୀନଦୟାଲଙ୍କୁ ଦେଖା କରିବାକୁ କାମ କରିବା ବାହାନାରେ ସେ ଯାଉଥିଲେ। ବେଶ୍ କିଛି ଦିନ ଏଭଳି ଚାଲିଥିଲା ଲୁଚାଛପା ପ୍ରେମ। ମାର୍ଚ୍ଚ ୧୬ ତାରିଖ। ସବୁଦିନ ପରି ପତ୍ନୀ କାମକୁ ଯାଉଛି ବୋଲି କହି ଘରୁ ବାହାରି ପଡିଥିଲେ। ସୈନିଙ୍କୁ ପତ୍ନୀଙ୍କ ଉପରେ ସନ୍ଦେହ ହୋଇଥିଲା। ସେ କ’ଣ କାମ କରୁଛନ୍ତି ବୋଲି ଜାଣିବା ପାଇଁ ତାଙ୍କ ପିଛା କରିଥିଲେ। ସେଠାରେ ସେ ଦୀନଦୟାଲ ଓ ଗୋପାଲୀ ଦେବୀଙ୍କୁ ଏକାଠି ଦେଖି ଚକିତ ହୋଇପଡିଥିଲେ। ଏହାକୁ ନେଇ ତିନି ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। 

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି

Advertisment

ପରେ ରାଗରେ ଗୋପାଲୀ ଦେବୀ ଏକ ଲୁହା ରଡ୍‌ରେ ସୈନିଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ସେ ତଳେ ପଡ଼ି ଯିବାରୁ ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ ଉଭୟ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସ୍ୱାମୀର ମୃତଦେହକୁ ଏକ ଅଖାରେ ପୂରାଇ ବାଇକ୍‌ରେ ଧରି ରାସ୍ତାରେ ବୁଲିଥିଲେ। ପରେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। 

ମୁଖ୍ୟ ରାସ୍ତା ପାଖରୁ ପୋଲିସ୍‌ ଅଧା ପୋଡ଼ା ମୃତଦେହକୁ ଜବତ କରିଥିଲା। ଦୁଇ ଦିନ ପରେ ପୀଡ଼ିତଙ୍କ ପରିଚୟ ମିଳିଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ୍‌ ଗୋପାଲୀ ଦେବୀ ଓ କୁଶୱାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଏଭଳି ଘଟଣା ନୂଆ ନୁହେଁ। କେତେବେଳେ ସ୍ତ୍ରୀ ସ୍ୱାମୀକୁ ଖଣ୍ଡ ଖଣ୍ଡ କରିଦେଉଛି ତ ଆଉ କେଉଁଠି କିଏ ସ୍ୱାମୀକୁ ମୃତ୍ୟୁକୋଳରେ ଶୁଆଇ ଦେଉଛି। ପରକୀୟା ପ୍ରତି ପାଇଁ ସ୍ୱମା ସଂସାରକୁ ତୁଚ୍ଛ ଭାବୁଛି ସ୍ତ୍ରୀ। ପ୍ରେମ ପାଇଁ ସ୍ତ୍ରୀ ନିଜ ହାତରେ ନିଜ ଘରକୁ ଭାଙ୍ଗିବାକୁ ବି ପଛାଉନି।  

ଅଧିକ ପଢ଼ନ୍ତୁ: 'ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ, ୧୧ ମାସ ପୂର୍ବରୁ କରିଥିଲେ ଅଭିଯୋଗ'

Rajasthan Murder Case Jaipur SpecialStory
Advertisment
Advertisment