ଭାରତର ଏହି ସ୍ଥାନରେ ସବୁଠାରୁ ନିଆରା ହୋଲି ପାଳନ ହୁଏ। ଏଠାରେ ପୁରୁଷମାନେ ମହିଳାଙ୍କ ପରି ଶାଢି ପିନ୍ଧନ୍ତି ଏବଂ ମେକଅପ୍ ନେଇ ହୋଲି ଖେଳନ୍ତି। ଏହି ପରମ୍ପରାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ଯାଦବମାନଙ୍କ ଏକ ନିଆରା ପରମ୍ପରା ହେଉଛି ବାଡି ଖେଳ । ସ୍ବତନ୍ତ୍ର କେନ୍ଦୁ ବାଡିକୁ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ଯାଦବ ସମାଜର ଯୁବକ ମାନେ ବାଡିକୁ ଧରି ଦୁଲଦୁଲିର ତାଳେ ତାଳେ ନାଚ କରିଥାନ୍ତି । ବିଭିନ୍ନ କୌଶଳ ଦେଖାଇବା ସହିତ, ବାଡିକୁ ବାଡି ବାଡେଇ ରଂଗ ଖେଳନ୍ତି ଯାଦବ ଟୋକା । ଦ୍ବାପର ଯୁଗରୁ ଚାଲି ଆସୁଛି ଏହି ବାଡ଼ି ପରମ୍ପରା ।
ବଜେଟ ଇଂଲିଶ ଶବ୍ଦ Budgetରୁ ଆସିଛି। ଏହି ଶବ୍ଦର ଅର୍ଥ ସରକାରଙ୍କ ଅର୍ଥ ବ୍ୟବସ୍ଥାକୁ ବୁଝାଇଥାଏ। ଏହା ମୂଳ ରୂପେ ଫ୍ରେଞ୍ଚ ଶବ୍ଦ Bougetteରୁ ଆସିଛି ଯାହାର ଅର୍ଥ ଚମଡ଼ା ବ୍ରିଫକେଶ।
ବିଚିତ୍ର ଏ ଦେଶ, ବିଚିତ୍ର ଏହାର ଧର୍ମ ପରମ୍ପରା। ୪୫ ଦିନ ଧରି ଚାଲିବାକୁ ଥିବା ମହାକୁମ୍ଭ ମେଳା ୨୦୨୫ ପାଇଁ ରଙ୍ଗୀନ ହୋଇଉଠିଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ସହର। ଭକ୍ତ ଓ ସାଧୁମାନେ ବିଚିତ୍ର ବେଶରେ ନିଜକୁ ସଜେଇବା ମଧ୍ୟ ଏକ ମାନସିକ ପୂଜାରେ ଯାଏ। ଦେଖନ୍ତୁ କିଛି ଦୃଶ୍ୟ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ ।
ମୋହମ୍ମଦ ହିଦାୟତୁଲ୍ଲାହ ଦେଶର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି । ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ସେ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ତାଙ୍କୁ ସେ ବିବାହ କରିଥିଲେ । ଭିନ୍ନ ଧର୍ମରେ ବିବାହ କରିଥିଲେ ହେଁ ଖୁବ ଭଲରେ କଟିଥିଲା ତାଙ୍କର ଦାମ୍ପତ୍ୟ ଜୀବନ । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା ।
ଏହି କ୍ରମରେ ପାରାଦୀପ ବନ୍ଦରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେମିତି ରାଜ୍ୟ ବିକାଶର ମୁଖଶାଳା ପାଲଟିଛି ପାରାଦୀପ, ତା’ଉପରେ ଆଲୋକପାତ କରିଥିଲେ।
ଆଜି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ସମୁଦ୍ରରୁ ନଦୀ, ପୁଷ୍କରିଣୀଠୁ ଆରମ୍ଭ କରି ସବୁ ଜଳାଶୟରେ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଗାଇ ଡଙ୍ଗା ଭସାଉଛନ୍ତି।
ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲିଭ୍-ଇନ୍ ରିଲେସନ୍ସିପ୍ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ଏହା କରିବାକୁ ଅନୁମତି ଦିଅନ୍ତି। ଏଠାରେ ଯୁବତୀମାନେ ନିଜ ପସନ୍ଦର ପୁଅ ବାଛିବା ପାଇଁ ଅଧିକାର ପାଇଛନ୍ତି।
ଦୀପାବଳିରେ ବଡବଡୁଆ ଡାକ ଓଡ଼ିଶାର ଏକ ନିଆରା ପରମ୍ପରା। ମହାଳୟା ଦିନ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।
ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ମହିଳାଙ୍କ... ଦେହରେ ଆସନ୍ତି ଠାକୁରାଣୀ । ଚାଲନ୍ତୁ ଜାଣିବା ଏହି ଲାଠିଯାତ୍ରାକୁ ବିଷୟରେ, କଣ ରହିଛି ଏହାର ମାହତ୍ମ୍ୟ...
ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ଏଇ ଦେଖୁନାହାନ୍ତି ଏ ମହିଳାଙ୍କୁ... ଲୋକେ କହୁଛନ୍ତି ୟାଙ୍କ ଦେହରେ କୁଆଡେ ଠାକୁରାଣୀ ସବାର ହୋଇଛନ୍ତି... ଆଉ ଦେଖନ୍ତୁ ଏ ଲାଠିଯାତ୍ରାକୁ ।
ମେଘାଳୟରେ ଯେଉଁ ପ୍ରକାର ବିବାହ କରାଯାଏ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି । ମେଘାଳୟରେ ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି ।
ଦେବୀଙ୍କୁ ଲାଗି ପାଇଁ ଏମିତି ମୁଆଁ ତିଆରି କଲେ ଗାଁ ଲୋକ । ଲୋକଙ୍କ ମଙ୍ଗଳ ଓ ଭଲ ଫସଲ ପାଇଁ ମା'ଙ୍କୁ ପୂଜାର୍ଚ୍ଚନା ।
ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ।
ସଂଜ ନଇଁଲେ ଧାଡି ପହଣ୍ଡିରେ ଆସି ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି। ୪ଦିନ ରଥ ଟଣା। ଜାଣନ୍ତୁ ଏହି ନିଆରା ରଥଯାତ୍ରା ସମ୍ପର୍କରେ ।
ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଆଦିବାସୀ ସେବକଠାକୁର ମାନଙ୍କର ଉପଚାର ଆରମ୍ଭ କରିଛନ୍ତି।
ଦେବସ୍ନାନ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଠାକୁରଙ୍କ ଅଣସର ନୀତି। ଏହି ବିଧି ମହା ଅଣସର ନାମରେ ଜଣାଶୁଣା। ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ଏହି ଅଣସର ପଟି।
ଓଡ଼ିଶାରେ କୃଷି ବିକାର ମୁଖ୍ୟ ମାନଦଣ୍ଡ ହୋଇଥିବା ହେତୁ ଆମର ପ୍ରାୟ ସମସ୍ତ ପର୍ବ କୃଷିଭିତ୍ତିକ ହୋଇଥାଏ। ଅକ୍ଷୟ ତୃତୀୟାଠୁ ନେଇ ରଜ, ଗହ୍ମା ପୂର୍ଣ୍ଣିମା, ମାଣବସା ଏମିତି ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଠିକ ଏହିପରି ସବୁ ପର୍ବ ପାଳନ୍ତି। ତେବେ ଆଜି ଆସନ୍ତୁ ଏପରି ଏକ ଗଣ ପର୍ବ ରଜ ବିଷୟରେ କିଛି ତଥ୍ୟ ଜାଣିବା।
ଆପଣଙ୍କ ଭିତରେ ଯଦି କେହି ପାନ ଖାଉଥିବା ଲୋକ ଅଛନ୍ତି ତେବେ ଏହି ବିଷୟଟି ଆପଣଙ୍କ ପାଇଁ। ଏହି ଲେଖାରେ ଆସନ୍ତୁ ପାନ ସହ ଜଡିତ କିଛି ପରମ୍ପରା ଓ ବିଜ୍ଞାନ ବିଷୟରେ ଜାଣିବା।
ଘୋଡା ନାଚ ଆମ ପରମ୍ପରା ଆମ ସଂସ୍କୃତି ଓ ଆମ ଜାନିଯାତର ଏକ ପ୍ରତିକ। ଧୀରେ ଧୀରେ ଲୁଚିଯିବାକୁ ବସିଲାଣି। ଚାଲନ୍ତୁ ଜାଣିବା ଚାନ୍ଦବାଲିରୁ ଏକ ନିଆରା ପରମ୍ପରାର କାହାଣୀ
ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି ।
ଏମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଧୂଆଁର ସାହାଯ୍ୟ ନିଅନ୍ତି। ମହିଳାମାନେ ସଫା ରହିବା ପାଇଁ ସ୍ୱତନ୍ତ୍ର ପଦ୍ଧତି ଆପଣାଇଥାଆନ୍ତି।
କୃଷିଭିତିକ ପର୍ବ ଭାବେ ପରିଚିତ ଏହି ଗଙ୍ଗାପେନୁ ଏକ ଭିନ୍ନ, ନିଆରା ଓ ଭାବବିହୋଳ ଭକ୍ତି ଓ ଆବେଗର ପର୍ବ । ମନୋରଞ୍ଜନ ସହ ଭରା ଏହି ପୂଜା ଆଣିଥାଏ ଆନନ୍ଦ, ଉଲ୍ଲାସ ଓ ଭରି ରହିଥାଏ ଭିନ୍ନ ଖୋରାକ ।
ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ପାରମ୍ପରିକ ଭାରତୀୟ ରୀତିନୀତି ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।