• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଅନେକ ପରମ୍ପରା ରହିଛି । କିଛି ପରମ୍ପରାକୁ ରୀତିନୀତି ଅନୁସାରେ ପାଳନ କରାଯାଉଥିବା ବେଳେ କିଛି ପରମ୍ପରା ନିଜର ଖୁସି ପାଇଁ ହୋଇଥାଏ । ଆମ ଦେଶ ଭାରତର ଅନେକ ସ୍ଥାନରେ ବିବାହକୁ ନେଇ ବହୁ ପରମ୍ପରା ଦେଖିବାକୁ ମିଳିଥାଏ । ହେଲେ ଆଜି ଆମେ ଏପରି ଏକ ଅଜବ ବିବାହ ପରମ୍ପରା ବିଷୟରେ କହିବୁ ଯାହା ଆପଣଙ୍କୁ ଚକିତ କରିଦେବ ।

କୁହାଯାଏ ଜୀବନ ସାଥୀ ହେଉଛି ସାତ ଜନମର ସାଥୀ । ଗୋଟିଏ ଥର ବିବାହ କରିବା ପରେ ଉଭୟ ସାତ ଜନମର ସାଥୀ ହେବାକୁ କଥା ଦେଇଥା’ନ୍ତି । ସାରା ଜୀବନ ଏକାଠି ରହିଥା’ନ୍ତି । ହେଲେ ବର୍ତ୍ତମାନ ଏମିତି ଏକ ପରମ୍ପରା ନଜରକୁ ଆସିଛି ଯାହା ସତରେ ଆଶ୍ଚର୍ଯ୍ୟ । କାରଣ ଜଣେ ଯୁବକ ଜଣେ ଯୁବତୀଙ୍କୁ ବିବାହ କରନ୍ତି ସତ, ହେଲେ ସାରା ଜୀବନ ପାଇଁ ନୁହେଁ ବରଂ ମାତ୍ର ଗୋଟିଏ ଦିନ ପାଇଁ ।

ହଁ ଏମିତି ଏକ ପରମ୍ପରା ରହିଛି । ଯୁବକ-ଯୁବତୀଙ୍କ ଗୋଟିଏ ଦିନ ପାଇଁ ବିବାହ ହୋଇଥାଏ । ଯୁବକ-ଯୁବତୀ ଗୋଟିଏ ଦିନ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥା’ନ୍ତି । ସୂଚନା ଅନୁସାରେ ଏପରି ବିବାହ ଚୀନରେ ହିଁ ଆରମ୍ଭ ହୋଇଥିଲା । ଆଉ ଏହା ଚାଲୁ ମଧ୍ୟ ରହିଥିଲା ।

ଏହାର କାରଣ ଥିଲା ଅର୍ଥର ଅଭାବ । ଅର୍ଥ ଅଭାବ ହେତୁ ପୂର୍ବରୁ ଚୀନରେ ଅନେକ ଲୋକ ଅବିବାହିତ ରହିଯାଉଥିଲେ । ଯୁବକମାନେ ଅବିବାହିତ କାରଣରୁ କୁଆଁରା ରହୁଥିଲେ । ତେଣୁ ଯୁବକ-ଯୁବତୀମାନଙ୍କ ଉପରୁ ଏହି ଶବ୍ଦ ହଟାଇବାକୁ ମାତ୍ର ଗୋଟିଏ ଦିନ ପାଇଁ ସେମାନଙ୍କ ବାହାଘର କରାଯାଉଥିଲା ।

ସବୁଠାରୁ ବଡ଼ କଥା ହେଉଛି ଏହି ବାହାଘର ପାଇଁ କନ୍ୟାମାନଙ୍କୁ ବାହାହେବାକୁ ଟଙ୍କା ଦେଇ ଯୁବକମାନେ ବାହାହେଉଥିଲେ ବୋଲି କୁହାଯାଇଛି ।