୨୦୨୩ରେ ମଧ୍ୟଯୁଗୀୟ ପରମ୍ପରା । ବିନା ଦୋଷରେ ଶାସ୍ତି। ଦଣ୍ଡ ଏମିତି, ଯେକେହି ବି ଶୁଣିଲେ ସ୍ତବ୍ଦ ହୋଇଯିବ। ଗାଁ ସାରା ବୁଲି, ଘଣ୍ଟ ପିଟି ପିଟି ଦୁଇ ପରିବାରକୁ ବାସନ୍ଦ କରାଯାଇଛି । ଘଟଣା ହେଉଛି, ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଶାର୍ଗୁଣାପଲ୍ଲୀର । ଯେଉଁଠି ବୁଲୁ ନାହାକ ଓ ତାଙ୍କ ଶାଳକ ଉମା ଦାସଙ୍କ ପରିବାରକୁ ଗତ ୪ ମାସ ହେଲା ଏକଘରିକିଆ କରିଛନ୍ତି ଗାଁଲୋକେ । ନା କେହି କଥା ହେଉଛନ୍ତି, ନା କେହି ସେମାନଙ୍କ ମୁହଁ ଚାହୁଁଛନ୍ତି । ନିଜ ଗାଁରେ ଏମାନେ ବନି ଯାଇଛନ୍ତି ଅପରିଚିତ, ଅଛୁଆଁ ।
Published: Satyendu Shekher Mishra
Last updated: 23 February 2023, 09:07 PM IST
ସ୍କୁଲ ସଞ୍ଚାଳକ ପଙ୍କଜଙ୍କ ନିକଟରେ ସ୍କୁଲ ମାନ୍ୟତା ସମ୍ପର୍କିତ କୌଣସି କାଗଜପତ୍ର ନାହିଁ। ଗୋଟିଏ ବଖରାରେ ୩୪ ଜଣ ପିଲା ଶୋଇଥିବାର ଦେଖିବାକୁ ମିଳିଥିଲା। କୋଠରୀର ଆକାରଠୁ ପିଲା ସଂଖ୍ୟା ଦୁଇରୁ ତିନି ଗୁଣା ଥିଲା। ପଶୁଙ୍କ ଭଳି ଗୋଟିଏ କୋଠରୀରେ ଖୁନ୍ଦାଖୁନ୍ଦି କରି ନିର୍ଦ୍ଦୟ ଭାବେ ରଖାଯାଉଥିଲା।