• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦୁଇ ଦୁଇଟି ପଞ୍ଚାୟତର ୩ କୋଟିରୁ ଉର୍ଦ୍ଧ୍ବ ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ତଳନାଗି ଓ ପୋଡ଼ା ପଦର ପଞ୍ଚାୟତର ପିଇଓ ଭାବେ ଦେବାନନ୍ଦ ସାଗର ଗତ ୨୦୧୮ରୁ ୨୦୨୨ ଯାଏଁ କାର୍ଯ୍ୟ ତୁଲାଇ ଆସୁଥିଲେ । କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ପୋଡ଼ା ପଦର ପଞ୍ଚାୟତ ଓ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ତଳନାଗି ଏହି ଦୁଇଟି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ସରକାରୀ ଯୋଜନା ଓ ସହାୟତା ଟଙ୍କା ଆତ୍ମସାତ କରି ଆସୁଥିବା ଅଭିଯୋଗ ହୋଇଥିଲା ।

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

ତେବେ ଏହି ଅଭିଯୋଗ ପରେ ଏହି ମାମଲାର ତଦନ୍ତ ଭିଜିଲାନ୍ସ କରିଥିଲା । ତଦନ୍ତ ପରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର କରିଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରିଛି କଳାହାଣ୍ଡି ଭିଜିଲାନ୍ସ । ତେବେ ପ୍ରାରମ୍ଭିକ ତଦନ୍ତ କରିବା ପରେ ପଞ୍ଚାୟତ ଅନୁଦାନ ଟଙ୍କାକୁ କୋଟିପତି ସ୍ବପ୍ନ ନେଇ ବ୍ୟାଟିଂ ଆପରେ ଲଗାଇ ଥିବା ଭିଜିଲାନ୍ସ ସୂଚନା ପାଇଛି ।