• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲକ୍ଷ୍ୟ ସ୍ଥିର.. ହାତରେ ଯୋଦ୍ଧା ଭଳି ଧନୁତୀର । କେତେବେଳେ ଶୋଇକି, କେତେବେଳେ ପାଟିରେ ଧରିକି ତ କେତେବେଳେ ଓଲଟା ମାରୁଛନ୍ତି ତୀର.. । ଦୁଇଜଣ ସାଧାରଣ ବାଳକ ଭଳି ଦେଖାଯାଉଥିଲେ ବି ହେଉଛନ୍ତି ଅସାଧାରଣ । ଧନୁର୍ବିଦ୍ୟାରେ ପାରଙ୍ଗମ ଦୁଇ ଧୁନୁର୍ଦ୍ଧାରୀ ହେଲେ ବିଘ୍ନେଶ ଓ ଗୋପବନ୍ଧୁ ।

ଦୁହେଁ ନୂଆପଡା ଜିଲ୍ଲା ହରିପୁର ଜୁନାନୀ ଗୁରୁକୂଳ ଆଶ୍ରମର ବ୍ରହ୍ମଚାରୀ ବା ବିଦ୍ୟାର୍ଥୀ । କୌଣସି ଜିନିଷକୁ ଲକ୍ଷ୍ୟବିଦ୍ଧ କରିବାରେ ସେମାନେ ସିଦ୍ଧହସ୍ତ. । ପାଖ ହେଉ କି ଦୂର.. ଯେ କୌଣସି ବସ୍ତୁକୁ ଆରାମରେ ଲକ୍ଷ୍ୟବିଦ୍ଧ କରିପାରନ୍ତି.. । ଆଖି ବନ୍ଦ କରି, ଶୋଇ, ବିପରୀତ ଦିଗରେ ଥାଇ,ଦର୍ପଣରେ ଦେଖି, ଏପରି ଅନେକ ଉପାୟରେ ଲକ୍ଷ୍ୟବିଦ୍ଧ କରିବାରେ ମାହିର ଦୁଇଜଣ.. । ପୌରାଣିକ କଥାବସ୍ତୁରୁ ଏକଲବ୍ୟ ଓ ଅର୍ଜୁନଙ୍କ କାହାଣୀରୁ ପ୍ରଭାବିତ ହୋଇ ଉଭୟେ ଧନୁର୍ଦ୍ଧାରୀ ହେବାକୁ ଲକ୍ଷ୍ୟ ସ୍ଥିର କରିଛନ୍ତି ଆଉ ସେଇ ଦିଗରେ ଉଦ୍ୟମ ଜାରି ରଖିଛନ୍ତି.. ।

ଅଧିକ ପଢ଼ନ୍ତୁ: ବଲାଙ୍ଗୀରର ଏକଲବ୍ୟ, ଏମିତି ଲକ୍ଷ୍ୟ ସାଧନା ଯେ ଯିଏ ଦେଖିଲେ ସିଏ ବାହା ବାହା କରିବ

କେବଳ ଗୋବବନ୍ଧୁ ଓ ବିଘ୍ନେଶ ନୁହଁନ୍ତି..ଏହି ଗୁରୁକୁଳ ଗଢୁଛି ଅନେକ ଏକଲବ୍ୟ ଏବଂ ଅର୍ଜୁନ । ଭାରତୀୟ ସଂସ୍କୃତି ଓ ପରଂପରାକୁ ବଞ୍ଚାଇ ରଖିବା ସହ ବିଦ୍ୟାର୍ଥୀଙ୍କୁ ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା ଦିଆଯାଉଛି. । ବୈଦିକ ପରଂପରା ଦ୍ୱାରା ପରିଚାଳିତ ଏହି ଗୁରୁକୂଳ ଆଶ୍ରମରେ ଏବେ ବି ଗୁରୁ ପରଂପରା ବଂଚି ରହିଛି । ଶତ୍ରୁ ମୁକାବିଲା ଓ ଆତ୍ମରକ୍ଷା ଲାଗି ଧର୍ନୁର୍ବିଦ୍ୟା, ବର୍ଚ୍ଛା ଚାଳନା, ଖଣ୍ଡା ଚାଳନା, ସୂର୍ଯ୍ୟ ନମସ୍କାର, ଗଦାଚାଳନା ଭଳି ଅନେକ କୌଶଳ ଶିକ୍ଷା ଦିଆଯାଉଛି ।

ଦେଖନ୍ତୁ ଭିଡିଓ | ଏ ଯୁଗର ଏକଲବ୍ୟ....୧୦ ବର୍ଷ ହେଲାଣି ଏମିତି ଗୁରୁଙ୍କୁ ବୋହୁଛନ୍ତି ରବି

ଆଜିର ଅତ୍ୟାଧୁନିକ ଯୁଗରେ ବି ବଂଚିଛି ଭାରତୀୟ ଗୁରୁକୂଳ ପରଂପରା । ଯେଉଁଠି ଶାସ୍ତ୍ର ଓ ଶସ୍ତ୍ର ଶିକ୍ଷା ଦିଆଯାଉଛି । ଏମାନଙ୍କ ଆଦର୍ଶ ରାମ, ଅର୍ଜୁନ ଓ ଏକଲବ୍ୟଙ୍କ ଭଳି ଚରିତ୍ର । ଗୁରୁକୂଳର ବାର୍ଷିକ ଉତ୍ସବରେ ବ୍ରହ୍ମଚାରୀଙ୍କ ଶସ୍ତ୍ର କୌଶଳ ଦେଖି ହଜାର ହଜାର ଲୋକ ପ୍ରଶଂସା କରିଛନ୍ତି.. ।

(ରିପୋର୍ଟ-ମାୟାଧାର ସରାଫ, ନୂଆପଡା)