Advertisment

Illegal Gun Factory Case: କେଉଁ ରଜ୍ୟକୁ ଲମ୍ବିଛି ଚଗଲାର ନେଟୱର୍କ ? ବନ୍ଧା ହେଲା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ। !

ଜେଲରୁ ଫେରି କରୁଥିଲା ବନ୍ଧୁକ କାରବାର। ରାଜ୍ୟ ବାହାରକୁ ବନ୍ଧୁକ ପଠାଇ ମାଲାମାଲ ବି ହେଉଥିଲା। କଟକ ବୈୟାଳିଶ ମୌଜା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ। ନାଁ ତା’ର ଚଗଲା ଖୁଣ୍ଟୁଆ ।

author-image
Sujit kumar Swain
Cuttack Illegal Gun Factory Case

Cuttack Illegal Gun Factory Case

ହତ୍ୟା ମାମଲାରେ ଜେଲ ଯାଇଥିଲା। ଜେଲରୁ ଫେରି କରୁଥିଲା ବନ୍ଧୁକ କାରବାର। ରାଜ୍ୟ ବାହାରକୁ ବନ୍ଧୁକ ପଠାଇ ମାଲାମାଲ ବି ହେଉଥିଲା। କଟକ ବୈୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବର ମାଷ୍ଟର ମାଇଣ୍ଡ। ନାଁ ତା’ର ଚଗଲା ଖୁଣ୍ଟୁଆ। ସେ କଟକ ଶଙ୍କରପୁର ଅଞ୍ଚଳର କୁଖ୍ୟାତ ଅପରାଧୀ। ବନ୍ଧୁକ କାରଖାନା ଠାବ ପରେ ଖିଅ ଖୋଜି ଖୋଜି ତା’ ପାଖରେ ପହଞ୍ଚିଥିଲା ଏସ୍‌ଟିଏଫ୍‌। ଆଉ ଏବେ ତାକୁ ମାଡ଼ିବସିଛି। ଏସ୍‌ଟିଏଫ୍‌ ପଞ୍ଝାରେ ପଡିଛି ଚଗଲା। 

Advertisment

ତେବେ ଏଠି ପ୍ରଶ୍ନ କେବେ ଠାରୁ ସେ ବନ୍ଧୁକ କାରବାର କରୁଥିଲା ? ତା’ ଗ୍ୟାଙ୍ଗରେ ଆଉ କିଏ ସାମିଲ ଅଛି ? କେଉଁ କେଉଁ ରଜ୍ୟକୁ ଲମ୍ବିଛି ଚଗଲାର ନେଟୱର୍କ ? ଆଉ କେଉଁଠି ଚାଲିଛି କି ବନ୍ଧୁକ କାରଖାନା ? ଏସବୁ ପ୍ରଶ୍ନକୁ ନେଇ ଏବେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । 

ଅଧିକ ପଢ଼ନ୍ତୁ: 'ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ, ୧୧ ମାସ ପୂର୍ବରୁ କରିଥିଲେ ଅଭିଯୋଗ'

Advertisment

ଚଗଲା ପୂର୍ବରୁ ବାଦାମବାଡ଼ିରେ ହୋଇଥିବା ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା। ଜେଲରୁ ଆସି ବୈୟାଳିଶ ମୌଜା ବନ୍ଧୁକ କାରଖାନାରେ ବନ୍ଧୁକ ତିଆରିରେ ସହାୟତା କରୁଥିଲା । ପୂରା ରାକେଟ ତଥା ବନ୍ଧୁକ କାରବାର ପଛରେ ଥିଲା ତା’ର ବଡ଼ ଭୂମିକା। ବାଦାମବାଡ଼ି ହତ୍ୟାକାଣ୍ଡ ଘଟଣାର ବି ସେ ମାଷ୍ଟରମାଇଣ୍ଡ ଥିଲା । ହତ୍ୟାକାଣ୍ଡ ପରେ, ଜେଲରେ ଅଭିଯୁକ୍ତଙ୍କ ସହ ମିଶି ଚଳାଇଥିଲା ରାକେଟ୍‌। କଟକରୁ ବନ୍ଧୁକ ପାସ୍ କରାଇ, ବାହାର ଜିଲ୍ଲା, ସହର ଏବଂ ରାଜ୍ୟକୁ ଚାଲାଣର ଠିକା ନେଉଥିଲା ଏହି ହାର୍ଡକୋର ଅପରାଧୀ। ଏନେଇ ପ୍ରମାଣ ପାଇବା ପରେ STF ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଆଗକୁ ତାକୁ ରିମାଣ୍ଡ ନେଇ ଖୋଲତାଡ଼ କରିପାରେ ପୋଲିସ। ଗତ ୧୩ ତାରିଖରେ କଟକ ବୈୟାଳିଶ ମୌଜାରେ STF ରେଡ୍ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ବିପୁଳ ପରିମାଣର ଅଧାଗଢ଼ା ବନ୍ଧୁକ ଓ ବନ୍ଧୁକ ତିଆରି ସମାଗ୍ରୀ ଜବତ କରିଥିଲା। ତେବେ ଏହି ବନ୍ଧୁକ କାରଖାନାରୁ କେଉଁ ସ୍ଥାନକୁ ଓ କାହାକୁ ବନ୍ଧୁକ ଯୋଗାଣ ହେଉଥିଲା ତାହାର ଚେର ଖୋଜୁଛି STF।

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି

Cuttack Gun Factory Special Story
Advertisment
Advertisment