Advertisment

‘ଓଡ଼ିଶାବାସୀ କହୁଛନ୍ତି ଏଥର ନିର୍ବାଚନରେ ୨୧ରୁ ୨୧ ଲୋକସଭା ସିଟ୍‌ ଜିତିବୁ’

ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂ । ‘ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ। ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Rajnath Singh Odisha Visit

Rajnath Singh

ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କର ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣାରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ପରେ ରୟଗଡ଼ାରେ ନିର୍ବାଚନୀ ପ୍ରଚାର କରିଛନ୍ତି ରାଜନାଥ । ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ‘ମୁଁ ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି ଲାଗୁଛି। ଏଥର ନିର୍ବାଚନରେ ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ବୋଲି ଓଡ଼ିଶାବାସୀ କହୁଛନ୍ତି। ଏହା ଜଗନ୍ନାଥଙ୍କ ଧରିତ୍ରୀ, ବିଦେଶରେ ବି ଜଗନ୍ନାଥଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ରହିଛି’ ବୋଲି ସେ କହିଛନ୍ତି ।

Advertisment

ରାଜନାଥ ଆହୁରି କହିଛନ୍ତି ’ଲମ୍ବା ସମୟ କଂଗ୍ରେସ ଦେଶରେ ଶାସନ କଲା। ହେଲେ ଦେଶରୁ ଗରିବୀ ହଟାଇ ପାରିଲେନି । କିନ୍ତୁ ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି। ପ୍ରଥମେ ଓଡ଼ିଶା ଆସିଲା ବେଳେ ଗରିବୀ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଓଡ଼ିଶାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବିଜେଡି ସରକାରରେ ଯେଉଁ ସୁବିଧା ମିଳୁନି, ବିଜେପି ଆସିଲେ ମିଳିବ’ ।

ଅଧିକ ପଢ଼ନ୍ତୁ: ଆମେ ଯାହା କହୁ କାମରେ ତାହା କରି ଦେଖାଉ: ରାଜନାଥ ସିଂହ

ସେହିପରି ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂ । ‘ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ। ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ। ଆମେ ଯାହା କହୁ, ତାହା କରୁ । କଂଗ୍ରେସ ଓ ବିଜେଡି କେବଳ ଆଶ୍ୱାସନା ଦେଲେ, ପୂରଣ କଲେନି। ଯଦି ଆଶ୍ୱାସନା ପୂରଣ କରିଥାଆନ୍ତେ ଓଡ଼ିଶାରେ ଗରିବୀ ହଟିଥାଆନ୍ତା। ଆମେ ୩୭୦ ହଟାଇବାକୁ କହିଥିଲୁ, ପୂରଣ କଲୁ, ରାମ ମନ୍ଦିର ପ୍ରତିଷ୍ଠା କରିବାକୁ କହିଥିଲୁ, ତିଆରି କଲୁ, ତିନି ତଲାକ ସମାପ୍ତ କରିବାକୁ କହିଥିଲୁ, କରି ଦେଖାଇଲୁ। ଯେଉଁ ଧର୍ମର ହେଉନା କାହିଁକି ମାଆ, ଭଉଣୀଙ୍କୁ ଅସମ୍ମାନ ବରଦାସ୍ତ ହେବନି। କଂଗ୍ରେସ କହୁଥିଲା ଦୁର୍ନୀତି ହଟାଇବୁ, ହଟିଲା କି ବୋଲି ରାୟଗଡ଼ାରେ କହିଛନ୍ତି ରାଜନାଥ ସିଂ ।

Advertisment

କଂଗ୍ରେସ ଶାସନରେ ଭ୍ରଷ୍ଟାଚାର ବଢ଼ିଛି। ରାଜୀବ ଗାନ୍ଧି କହିଥିଲେ, ଦିଲ୍ଲୀରୁ ଶହେ ପଇସା ଗଲେ ୧୫ ପହଞ୍ଚୁଛି। କିନ୍ତୁ ଭ୍ରଷ୍ଟାଚାର ନା ସମାପ୍ତ କରିଲେ ନା ରୋକିପାରିଲେ। କିନ୍ତୁ ଜନଧନ ଜରିଆରେ ମୋଦି ଭ୍ରଷ୍ଟାଚାର ହଟାଇଛନ୍ତି । ପୂର୍ବେ ଅନ୍ତର୍ଜାତୀୟ ମଞ୍ଚରେ ଆମ ନେତାଙ୍କୁ ଗୁରୁତ୍ୱ ମିଳୁ ନଥିଲା। ବର୍ତ୍ତମାନ ମୋଦିଙ୍କ ସମୟରେ ଭାରତର ଗୁରୁତ୍ବ ବଢ଼ିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇ ଉଦାହରଣ ଦେଇଛନ୍ତି ରାଜନାଥ ସିଂ । ସେ କହିଛନ୍ତି କଠିନ ସମୟରେ ପ୍ରାୟ ୨୫ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିଥିଲେ। ୪ ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ କରି ସେମାନଙ୍କୁ ଫେରାଇ ଆଣିଲେ ମୋଦି। ଏହା ବର୍ତ୍ତମାନର ଭାରତ, ଦୁର୍ବଳ ଭାରତ ନୁହେଁ ବୋଲି କହିଛନ୍ତି ରାଜନାଥ।

ସେହିପରି କରୋନା ସମୟରେ ଭାରତର ଦକ୍ଷତା ମଧ୍ୟ ବଖାଣିଛନ୍ତି ରାଜନାଥ ସିଂ । ସେ କହିଛନ୍ତି ‘ମୋଦି ବୈଜ୍ଞାନିକଙ୍କ ସହ କଥା ହୋଇ କରୋନା ଟିକା ପ୍ରସ୍ତୁତ କଲେ। ଆମ ଦେଶର ଲୋକେ ଟିକା ନେବା ସହ ବିଦେଶକୁ ପଠାଗଲା । ସେହିପରି ୨୦୦୪ରେ ଭାରତର ସ୍ଥାନ ଅର୍ଥନୀତିରେ ଏକାଦଶ ଥିଲା। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହେଲୁ। ୨୦୨୭ରେ ଆମ ଦେଶ ଟପ୍ ଥ୍ରୀ ଭାବେ ଉଭା ହେବ। ଆମେରିକା, ଚୀନ୍ ପଛକୁ ତୃତୀୟ ସ୍ଥାନରେ ରହିବୁ ବୋଲି ରାୟଗଡ଼ା ସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

ରାୟଗଡ଼ାର ବିଶାଳ ଜନସଭାରେ ଆଦିବାସୀଙ୍କୁ ନେଇ ମଧ୍ୟ କହିଛନ୍ତି ରାଜନାଥ । ସେ କହିଛନ୍ତି ‘ଆଦିବାସୀଙ୍କୁ ଆମ ସରକାର ସବୁଠୁ ଅଧିକ ସମ୍ମାନ ଦିଏ । ବିର୍ସା ମୁଣ୍ଡା ଜନ୍ମଦିନ ସାରା ଦେଶରେ ପାଳନ କରାଯାଉଛି। କଂଗ୍ରେସ ସମୟରେ ଏହା ହୋଇ ପାରି ନଥିଲା ବୋଲି କହିଛନ୍ତି ରାଜନାଥ ସିଂ।

ସେହିପରି ମୁଦ୍ଦା ନ ଥିବାରୁ ବିରୋଧୀ ଆମ ନାଁରେ ଅପପ୍ରଚାର କରୁଛି କଂଗ୍ରେସ। ବିଜେପି ସମ୍ବିଧାନ ସଂଶୋଧନ କରିବ ବୋଲି ଅପପ୍ରଚାର କରୁଛି । କିନ୍ତୁ ସବୁଠୁ ଅଧିକ ୮୦ ଥର କଂଗ୍ରେସ ସମ୍ବିଧାନ ବଦଳାଇଛି। ଏପରିକି ସମ୍ବିଧାନର ମୁଖବନ୍ଧ ବା ଆତ୍ମାକୁ କଂଗ୍ରେସ ବଦଳାଇଛି ବୋଲି କହିଛନ୍ତି ରାଜନାଥ ।

BJP Rajnath Singh General Elections 2024
Advertisment
Advertisment