Advertisment

'ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି’

ତେବେ ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହଁନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି, ସେମାନେ ଆମ ସହ ସମ୍ପର୍କରେ ଅଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
'Many eknath shinde is in BJD': Samir Mohanty

'Many eknath shinde is in BJD'

ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି ନା, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ଆଉ ଏମାନେ ସମସ୍ତେ ବିଜେପି ସହ ସଂପର୍କରେ ଅଛନ୍ତି। ବିଜେଡି ନେତା ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଆଜି ଏଭଳି ବଡ଼ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ନୂଆ ନୂଆ ରାଜନୀତିକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଗିରି କରୁଥିବା ପାଣ୍ଡିଆନ୍ କେବେଠୁ ସେଫୋଲଜିଷ୍ଟ ହେଲେଣି ବୋଲି ପ୍ରଶ୍ନ କରିବା ସହ, ସମୀର କହିଛନ୍ତି, ପାଣ୍ଡିଆନ୍ ଯଦି ସ୍ୱୀକାର କରୁଛନ୍ତି ବିଜେପିର ୫୦ଟି ସିଟ୍ ହେବ ବୋଲି, ଜୁନ୍ ୪ ତାରିଖ ଦିନ ଜାଣିବେ କ’ଣ ହେବ।

Advertisment

ଅଧିକ ପଢ଼ନ୍ତୁ: ଆମେ ଯାହା କହୁ କାମରେ ତାହା କରି ଦେଖାଉ: ରାଜନାଥ ସିଂହ

ତେବେ ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହଁନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି, ସେମାନେ ଆମ ସହ ସମ୍ପର୍କରେ ଅଛନ୍ତି। ପୂର୍ବରୁ ସଭାପତି କହିଛନ୍ତି ଯେ ଓଡ଼ିଶା ମାଟିର ଓଡ଼ିଆ ପିଲା ସ୍ୱାଭିମାନୀ ପିଲା, ଯାହା ଦେହରେ ଓଡ଼ିଆ ରକ୍ତ ଅଛି ସେ କ୍ରୀତଦାସ ପାଖରେ ରହିପାରିବନି । ତେଣୁ ଗୋଡ଼ ତଳୁ ମାଟି ଖସୁଥିବା ବିଜେଡି ଜାଣିଗଲାଣି ବୋଲି କହିଛନ୍ତି ସମୀର।

କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ଓଡ଼ିଶାରେ ବିଜେପି ୪୦ରୁ ୫୦ ସିଟ୍ ପାଇ ଆସିଲେ ବିଜେଡି ସରକାର ଭାଙ୍ଗିଦେବେ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଦିନ ପୂର୍ବରୁ ପାଣ୍ଡିଆନ୍‌ଙ୍କ ଏଭଳି ମନ୍ତବ୍ୟ ପରେ ଏହାର ଜବାବରେ ବିଜେପି ନେତା ସମୀର ମହାନ୍ତିଙ୍କ ବିଜେଡିରେ ଅନେକ ଏକନାଥ ସିନ୍ଦେ ଅଛନ୍ତିର ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଆହୁରି ସରଗରମ୍ କରିଛି।

Advertisment

ସେପଟେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମଝିରେ ଆଉ ତିନି ଦିନ । ୧୩ରେ ପଡ଼ିବ ପର୍ଯ୍ୟାୟ ଲାଗି ଭୋଟ୍। ଏଥିପାଇଁ ମରାଥନ୍ ପ୍ରଚାର ଜାରି ରହିଛି। ଆଜି ଭବାନୀପାଟଣାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଓ ରାୟଗଡ଼ାର ବରିଝୋଲରେ ଦୁଇ ଦୁଇଟି ନିର୍ବାଚନୀ ସଭା କରି ଉଭୟ କଂଗ୍ରେସ୍ ଓ ବିଜେଡି ଉପରେ ବର୍ଷିଛନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଛନ୍ତି, ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ
ବିଜେଡି ସରକାର ଦେଖିଲେ। ହେଲେ ଏବେ ଓଡ଼ିଶାର ମାହୋଲ ବଦଳିଲା ଭଳି। ଓଡ଼ିଶାବାସୀ କହୁଛନ୍ତି ଏଠି ୨୧ରୁ ୨୧ ଲୋକସଭା ସିଟ୍ ବିଜେପି ଜିତିବ।

ଏବେ ବିଜେଡି ସରକାରରେ ଯେଉଁ ସୁବିଧା ମିଳୁନି, ବିଜେପି ଆସିଲେ ତାହା ମିଳିବ। ଆୟୁଷ୍ମାନ ଯୋଜନାର ସୁଫଳ ପାଇବେ ଓଡ଼ିଶାବାସୀ। ସେହିପରି କଂଗ୍ରେସ ୫୦/୫୫ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ ଗରିବୀ ଦୂର ହେଲାନି, କିନ୍ତୁ ୧୦ ବର୍ଷରେ ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି,ଆଗାମୀ ୧୦ରୁ ୧୫ ବର୍ଷରେ କେହି ଗରିବ ରହିବେନି କହିଛନ୍ତି ରାଜନାଥ ।

BJD BJP Samir Mohanty General Election 2024
Advertisment
Advertisment