କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ‘ଔକାତ୍’ ଏବଂ ‘ଦମ୍’ ଶବ୍ଦର ବ୍ୟବହାର କରିବା ବି ଅନୁଚିତ । ପୂର୍ବତନ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି ବୋଲି କହିଛନ୍ତି ଅପରାଜିତା ।
କୁହାଯାଉଥିଲା, ବିଜେଡି ଶ୍ରୀମୟୀଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିବ। ରାଜଧାନୀରେ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରି ମହିଳା କାଡ୍ ଖେଳିବ ବିଜେଡି। ଯିଏ ବିଜେପିର ଅପରାଜିତାଙ୍କୁ ଚେକ ଦେବାକୁ ସମର୍ଥ ହେବେ। ହେଲେ ଦଳ ଅପ୍ରତ୍ୟାଶିତ ଭାବେ ପ୍ରାର୍ଥୀଙ୍କ ନାଁ ଘେୋଷଣା କଲା।
ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ।
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ। ଏଥର ବିଜେପି ପାଇଁ ସମ୍ମାନର ଲଢ଼େଇ। ଗତ ୩ଟି ନିର୍ବାଚନରେ ବିଜେପି ଏଠାରେ ଖାତା ଖୋଲିପାରିନଥିବା ବେଳେ ଏଥର କିନ୍ତୁ ଖୁବ ଆଶାବାଦୀ ଅଛି।
କୁଆଡ଼େ ଗଲେ ଶ୍ରୀମୟୀ ? ଭୁବନେଶ୍ୱରରେ ଅଛନ୍ତି ନା ବଲାଙ୍ଗୀରରେ ? ସବୁବେଳେ ଆକ୍ଟିଭ୍ ରହୁଥିବା ନେତ୍ରୀ ଯେମିତି ପଡ଼ିଯାଇଛନ୍ତି ନିରବ । ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷଣା ହେବା ପରେ ଶ୍ରୀମୟୀ ମିଶ୍ରଙ୍କ ଦେଖା ମିଳୁନି ।
ଆଜି ତୃତୀୟ ଥର ପାଇଁ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ସେହିପରି ଆଜି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ ।
ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି।
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର ଯୁଦ୍ଧ, ଏବେ ଭାଗ୍ୟ ନିର୍ଦ୍ଧାରଣର ପାଳି। ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼,ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍।
ମେ’ 25ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ସେହିଦିନ 42ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍। ଏହି ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି 383 ବିଧାୟକ ପ୍ରାର୍ଥୀ। ଏ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ?
ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍। କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ। ଆଉ ଆଜି ବି ଉପକୂଳ ଓଡ଼ିଶାର ୩ଟି ସ୍ଥାନରେ ମିଳିତ ପ୍ରଚାର ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ତୀବ୍ର ହମଲା କରିଛନ୍ତି ଏହି ପାଞ୍ଚ ନେତା।
ରାଲି, ରୋଡ୍ ସୋ', ପୋଷ୍ଟର, ବ୍ୟାନର୍ ଓ ଅନ୍ୟ ଜାକଜମକ। ନିର୍ବାଚନ ଲଢ଼ିବା ବ୍ୟୟବହୁଳ ହୋଇଥିବା ବେଳେ, କଂଗ୍ରେସକୁ ଘାରିଛି ଟଙ୍କା ଚିନ୍ତା। ଆକାଉଣ୍ଟ ଫ୍ରିଜ୍ ହେବା ଯୋଗୁଁ ଅନ୍ୟ ଦଳ ତୁଳନାରେ କଂଗ୍ରେସ ପାଖରେ ଅର୍ଥ ସମ୍ବଳ ନାହିଁ ବୋଲି, ଭୁବନେଶ୍ବରରେ AICC ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ସଂକେତ ଦେବା ପରେ, ପାର୍ଟି ଫଣ୍ଡିଂକୁ ଭରସା କରି ପ୍ରାର୍ଥୀ ବନିଥିବା ନେତାଙ୍କୁ ଘାରିଛି ଟଙ୍କା ଚିନ୍ତା।
ତୃତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି ୩୮୩ ବିଧାୟକ ପ୍ରାର୍ଥୀ। ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ?
ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି 'ହାତ' ମୁଠାରେ ? ଭୋଟ୍ ବେଳେ କଂଗ୍ରେସକୁ ଘେରିଛି କି ଅର୍ଥ ସଂକଟ ? ଦିନକ ତଳେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତିଙ୍କ ପାଣ୍ଠି ଚିନ୍ତା ପରେ, ଉଠିଛି ଅନେକ ପ୍ରଶ୍ନ।
ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍ । କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ ।
ଗ୍ରୀଷ୍ମ ତାତି ସାଙ୍ଗକୁ । ଏବେ ନିର୍ବାଚନ ବେଳେ ଲୋକଙ୍କ ପାଣି ସମସ୍ୟା ବଡ଼ ମୁଦ୍ଦା ପାଲଟିଛି । ବାଲେଶ୍ୱର ସଦର ବ୍ଲକ ମିରିଗୀମୁଣ୍ଡି ଗାଁର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ।
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର ଯୁଦ୍ଧ, ଏବେ ଭାଗ୍ୟ ନିର୍ଦ୍ଧାରଣର ପାଳି । ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ କଟକରେ ମକଡ୍ରିଲ କରିଛି ଭାରତୀୟ ବାୟୁସେନା । ଯେହେତୁ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟର ଦ୍ୱାରା କଟକ ଆସିବେ, ତେଣୁ ବାଲିଯାତ୍ରା ପଡିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।
ନିର୍ବାଚନ ବେଳେ ଭୁବନେଶ୍ୱରରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଏବଂ ଫଟୋ ପୋଷ୍ଟ ସହ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ୨୪୯ଟି ପୋଷ୍ଟ ହଟାଇଛି କମିସନରେଟ ପୋଲିସ ।
ଓଡ଼ିଶା ଛାଡ଼ି ପଳାଇବେ କି ପାଣ୍ତିଆନ୍ ? ଭୁବନେଶ୍ୱରରୁ ବିମାନରେ ବସି ସିଧା ଚେନ୍ନାଇରେ ଲ୍ୟାଣ୍ତ କରିବେ। ଏମିତି କିଛି ଢ଼ଙ୍ଗରେ ଭିକେ ପାଣ୍ତିଆନ୍ଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି।
ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଦୁଇଟି ଗୁତୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ହେଉଛି ସହରୀ ଶିକ୍ଷିତ ସମାଜରେ ମତଦାନ ହାର କମିବା ଏବଂ ଦ୍ୱିତୀୟଟି ହେଉଛି ଗ୍ରାମାଂଚଳରେ ଲୋକଙ୍କ ଭୋଟ ବର୍ଜନ। ଏଥିପାଇଁ ଦାୟୀ କିଏ? ବିକାଶର ବାର୍ତ୍ତାକୁ ବ୍ୟାପକ ପ୍ରଚାର କରୁଥିବା ଦୀର୍ଘ ବର୍ଷର ଏକ ସ୍ଥାୟୀ ସରକାର ଏଥିପାଇଁ ଉତ୍ତରଦାୟୀ ନୁହେଁ କି?
ବୈଜୟନ୍ତ କହିଛନ୍ତି ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ୨ ଜଣ ବୁଲି ବୁଲି କମେଡ଼ି ଭିଡିଓ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ତିଆରି କରି ମଝିରେ ମଝିରେ ଛାଡ଼ୁଛନ୍ତି । ଏଆଇ, ଡିପଫେକ୍ ଭିଡିଓ କଥା କହିବାରୁ ଲୁଚିଛପି ଭିଡିଓ ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।
୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।
୫ ହେଭିୱେଟ୍ ବାଲେଶ୍ୱରରେ ରୋଡ୍ ସୋ’ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି ୫ ହେଭିୱେଟ୍।
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ ।
ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ୫ ବରିଷ୍ଠ ନେତା । କାର୍ଯ୍ୟକର୍ତ୍ତାଙ୍କ ସହ ବଡ଼ ରଣନୀତି ନେଇ ଆଲୋଚନା ହେବ କହିଲେ ଧର୍ମେନ୍ଦ୍ର ।