Advertisment

ବିଜେଡି ଛାଡ଼ିଲେ ସମୀର ଦାଶ; ଭିଡିଓ ବାର୍ତ୍ତାରେ କହିଲେ ଇସ୍ତଫାର କାରଣ

ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି।

author-image
Sonali Ojha
ଅଦ୍ୟତନ ହୋଇଛି
Samir Dash

Samir Dash

ବିଜେଡିକୁ ଶକ୍ତ ଧକ୍କା। । ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର । ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଲେ ସୂଚନା।

Advertisment

ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟ୍‌କା ଲାଗିଛି। କିଛି ଦିନ ଧରି ଦଳ ଡିଆଁ ପର୍ବ ଚାଲିଥିବା ବେଳେ ଏହାରି ଭିତରେ ଇସ୍ତଫା ଦେଇଛନ୍ତି ସମୀର।ବିଜେଡିର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ସମୀର ରଞ୍ଜନ ଦାଶ । ସେ ଏଥର ନିମାପଡାରୁ ଟିକେଟ୍ ଆଶାୟୀ ଥିଲେ। ମାତ୍ର ଏଥର ତାଙ୍କର ଟିକେଟ୍ କାଟିଥିଲା ବିଜେଡି । ଯାହାକୁ ନେଇ ସେ ଅନସ୍ତୁଷ୍ଟ ଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ। ମାତ୍ର ଦଳ ଏହାର ପୁନର୍ବିଚାର କରିନଥିଲା।

ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଛନ୍ତି। ଗୋପ ବିଜେଡି ସଂଗଠନ ଉପରେ ବି ଆସ୍ଥା ହରାଇଛନ୍ତି । ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍‌ ନୁହଁ ବୋଲି କହିଛନ୍ତି ସମୀର। ତେଣୁ ଦଳ ଛାଡ଼ିଲି।

Advertisment

ବିଜେଡି ଟିକେଟ୍‌ରୁ ନିର୍ବାଚନ ଲଢି ନିମାପଡ଼ାରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମୀର । ପ୍ରଥମ ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ନିମାପଡାରୁ ସମୀର ରଞ୍ଜନ ଦାସଙ୍କ ଟିକେଟ୍‌ କାଟିଥିଲା ବିଜେଡି । ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କୁ ସୁଯୋଗ ଦେଇଛି ବିଜେଡି।ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିଲେ। ତିନି ଦଶନ୍ଧି ଧରି ବିଜୁ ଜନତା ଦଳ ସହିତ ଥିବା ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ଶେଷରେ ଦଳ ଛାଡିଛନ୍ତି ।

ନିକଟରେ ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ହେଉଥିଲା । ବିଜେପିର ଜଣେ ମହିଳା ନେତ୍ରୀ ଗଣମାଧ୍ୟମରେ କହିଥିଲେ, ପୁରୀ ଜିଲ୍ଲା ନିମାପଡ଼ାର ଜଣେ ବରିଷ୍ଠ ନେତା ଆମ ଦଳରେ ସାମିଲ ହେବେ । ଏହି ବୟାନ ପରଠାରୁ ସମୀର ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । ହେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି।

BJD Samir Dash General Election 2024
Advertisment
Advertisment