• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Vote Counting
ରାତି ପାହିଲେ ଖୋଲିବ ଇଭିଏମ୍

କାଲି ଆସିବ ଫଳାଫଳ ହେଲେ ଆଜିଠୁ ନେତାଙ୍କ ଛାତି ଧଡ଼ ଧଡ଼। କାରଣ କେହି ବି ଶତପ୍ରତିଶତ କନ୍ଫିଡେଣ୍ଟ ନାହାନ୍ତି। କାହିଁ ନା ୨୪ ନିର୍ବାଚନରେ ବଦଳି ଥିଲା ବହୁ ସମୀକରଣ। ବଦଳିଥିଲା ଭୋଟିଂ ପାର୍ଟନ୍।

Vote Counting
୨୪ ସିଂହାସନ କାହା ଭାଗ୍ୟରେ? Exit ପୋଲ ସତ ହେଲେ, ନୂଆ ସରକାର ପାଇବ ଓଡିଶା

ରାତି ପାହିଲେ ଖୋଲିବ ଇଭିଏମ୍। ବାହାରିବ ଭାଗ୍ୟ ଫଳ। ଆଶା ଆଶଙ୍କାରେ ନେତା, ଉତ୍କଣ୍ଠାରେ ଜନତା। ବଡ଼କଥା ହେଲା, ଅନ୍ୟ ନିର୍ବାଚନଠୁ ୨୪ ନିର୍ବାଚନ ଥିଲା ଅନେକ ଦୃଷ୍ଟିରୁ ଭିନ୍ନ। ସମସ୍ତଙ୍କ ପାଇଁ ବହୁ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ, ଅନେକ ଆହ୍ୱାନ ଭରା।

Vote Counting
ରାତି ପାହିଲେ ଫଳ: ଅନିଦ୍ରା ନେତା, ସରକାରକୁ ନେଇ ବଢୁଛି ସସପେନ୍ସ

ରାତି ପାହିଲେ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ସିଇଓଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ପ୍ରସ୍ତୁତି ଶେଷ। ନିରନ୍ତର ବ୍ୟବଧାନରେ କିପରି ଗଣତି ଅପଡେଟ୍ ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।

Odisha Assembly
ଭାଙ୍ଗିଲା ଓଡ଼ିଶା ବିଧାନସଭା, ବିଜ୍ଞପ୍ତି ପ୍ରକାଶ କଲା ସଂସଦୀୟ ବ୍ୟାପାର ବିଭାଗ

ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।

Attack on Abhilash Panda
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଆଉ ୫ ଜଣଙ୍କୁ ବାନ୍ଧିଲା ପୋଲିସ୍

ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ୍ । ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

Vote Counting
କିଏ ଜିତିବ, କାହାର ହେବ ହାର୍... କାଲି ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ

ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍‌ ଦାୟିତ୍ୱରେ ରହିଛନ୍ତି ।

Odisha Politics Exit poll
ଜୁନ୍ ୪ ଫାଇନାଲ ରେଜଲ୍ଟ ପୂର୍ବରୁ ହୃଦସ୍ପନ୍ଦନ ବଢ଼ାଇଲା ଏକ୍‌ଜିଟ୍ ପୋଲ୍ ସର୍ଭେ ଫଳାଫଳ

ଇଣ୍ଡିଆ ଟୁଡେ ଆକ୍ସିସ ଏକଜିଟ୍ ପୋଲ୍ ଅନୁସାରେ, ଓଡ଼ିଶାର ୨୧ ଲୋକସଭା ସିଟ୍ ମଧ୍ୟରୁ ଜବରଦସ୍ତ ପ୍ରଦର୍ଶନ ସହ ବିଜେପି ୧୮ରୁ ୨୦ ସିଟ୍ ହାସଲ କରିବାକୁ ଥିବା ବେଳେ ବେଳେ ବିଜେଡି ୦ରୁ ୨ ଏବଂ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ହାସଲ କରିପାରେ।

Odisha Politics BJP
ଓଡ଼ିଶାରେ ବିଜେପି ଗ୍ରାଫ୍ ଉପରମୁହାଁ

କେମିତି ସଫଳ ହେବାକୁ ଯାଉଛି ବିଜେପି? କୁହାଯାଉଛି, ଚଳିତ ନିର୍ବାଚନରେ ଅଣଓଡ଼ିଆ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ସାଜିଛି ମୁଖ୍ୟ ଫାକ୍ଟର।

Poll Voilence
କଡ଼ ଲେଉଟାଉଥିବା ରାଜ୍ୟ ରାଜନୀତିରେ ରକ୍ତପାତ...

ମାର୍ଶାଘାଇ ବ୍ଲକ ଯମପଡ଼ା ପଞ୍ଚାୟତର ୭୫ ବର୍ଷିୟ ପୁରୁଷୋତ୍ତମ ସ୍ୱାଇଁ । ଯାହାଙ୍କୁ ବିଜେଡି କର୍ମୀ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Odisha Politics Exit poll
ଓଡ଼ିଶା MP ସିଟକୁ ନେଇ ଏକଜିଟ୍ ପୋଲ୍ ପରେ ହଲଚଲ୍ ରାଜନୀତି

ଅଧିକାଂଶ ସର୍ଭେରେ ବିଜେପିକୁ ୧୫ରୁ ଊର୍ଦ୍ଧ୍ବ ସିଟ୍ ମିଳିବା ସମ୍ଭାବନା । ବିଧାନସଭା ଫଳାଫଳରେ ବି ପଡ଼ିପାରେ ପ୍ରଭାବ ।

Odisha Politics BJP
ଏକଜିଟ୍ ପୋଲ୍‌ରେ ବିଜେପିକୁ ବଡ଼ ସଫଳତା, କ’ଣ ଥିଲା ଷ୍ଟ୍ରାଟେଜୀ ?

ଓଡ଼ିଶାରେ ବିଜେପିର ବଡ ସଫଳତା ପଛରେ କାମ କଲା କେଉଁ ଷ୍ଟ୍ରାଟେଜି ? ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ନା ‘ବିଜେଡିରେ ପାଣ୍ଡିଆନ୍ ରାଜ୍’ ପ୍ରସଙ୍ଗ ?

Poll Voilence
ରକ୍ତ ରଞ୍ଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ, ହତ୍ୟାରୁ ଆରମ୍ଭ ହତ୍ୟାରେ ହେଲା ଶେଷ

ରକ୍ତରଂଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ। ଭୋଟ୍ ହିଂସା ଭିତରେ କେଉଁଠି ମୁଣ୍ଡ ଗଡ଼ିଲା ତ ଆଉ କେଉଁଠି ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ହେଲେ ନେତା ଓ କର୍ମୀ।

EXIP POLL Odisha
ବିଧାନସଭା Exit Poll କହୁଛି ଏଥର ରାଜ୍ୟରେ ଝୁଲା ସରକାର !

ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍।

BJP
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଡିଜିପି ଅଫିସ୍‌ ଘେରିବ ବିଜେପି

କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।

Political debate
ଏକଜିଟ୍ ପୋଲ ପରେ ରାଜନୈତିକ ବୟାନବାଜି, ୧୦ରେ ଶପଥ ନେବା ନେଇ ମନମୋହନଙ୍କ ଦମ୍ଭୋକ୍ତି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ୪ରେ ସରକାର ପରିବର୍ତ୍ତନ ହେବ । ସେଦିନ ଅପରାହ୍ମ ସୁଦ୍ଧା ଟ୍ରେଣ୍ଡ ଆସି ସାରିଥିବ ଓ ଚିତ୍ର ସ୍ପଷ୍ଟ ହେବ । ୧୦ରେ ଶପଥ ନେବୁ ବୋଲି ବି ଦମ୍ଭ ଦେଖାଇଛନ୍ତି ମନମୋହନ ସାମଲ ।

Election
Exit Poll 2024: ଦେଶରେ କିଏ ଗଢ଼ିବ ସରକାର?

ଦେଶରେ ସମସ୍ତ ୭ଟି ପର୍ଯ୍ୟାୟ ଏବଂ ରାଜ୍ୟରେ ସମସ୍ତ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ଆସିବାରେ ଲାଗିଛି ଏକଜିଟ୍ ପୋଲ୍। 

Odisha Politics
ରାଜ୍ୟ ସାରା ମାଳ ମାଳ ହିଂସା! କେନ୍ଦ୍ରାପଡ଼ାରେ ରକ୍ତପାତ, ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା

ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଅଭିଯୋଗ । କେନ୍ଦ୍ରାପଡ଼ାରେ ବିଜେଡିର ରକ୍ତପାତ ରାଜନୀତି ଅଭିଯୋଗ । ଗତକାଲି ରାତିରେ ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Odisha Election
ଶେଷ ପର୍ଯ୍ୟାୟରେ ବି ସାଂଘାତିକ ଭୋଟ୍ ହିଂସା

୨୪ ନିର୍ବାଚନର ଅନ୍ତିମ ଚରଣ ମତଦାନବେଳେ ଆଜି କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଆଦି ସ୍ଥାନରୁ ଆସିଛି ମାଳ ମାଳ ହିଂସାର ଖବର। ସବୁକୁ ବଳି ଯାଇଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର।

Odisha Election
ମତଦାନ ବାଧାପ୍ରାପ୍ତ ଅସନ୍ତୋଷ ଝାଡ଼ିଲେ ଭୋଟର

ରାଜ୍ୟରେ ଶେଷ ପାଳି ଭୋଟିଂ ବେଳେ ବି ଅବ୍ୟବସ୍ଥାର ମାଳ ମାଳ ଅଭିଯୋଗ। ଅଧିକାଂଶ ଅଭିଯୋଗ, ଇଭିଏମର ଅଚଳାବସ୍ଥା। ମତଦାନ ବାଧାପ୍ରାପ୍ତ ହେବାରୁ ଅସନ୍ତୋଷ ଝାଡ଼ିଥିଲେ ମତଦାତା। ତେବେ ଗତଥର ଅପେକ୍ଷା ଏଥର କମ୍ ସଂଖ୍ୟକ ତ୍ରୁଟି ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

General Election 2024
ଗଣତନ୍ତ୍ରର ମହାପର୍ବ ପାଇଁ ସୀମାହୀନ ଉତ୍ସାହ

ରାଜ୍ୟରେ ସରିଲା ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ରାପଡା, ଗତସିଂହପୁର, ବାଲେଶ୍ବର, ଯାଜପୁର, ଭଦ୍ରକ ଓ ମୟୂରଭଂଜରେ ବେଶ୍ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ଜନତା।

exit poll 2024
ସର୍ଭେ କହୁଛି ଲୋକସଭାରେ NDAକୁ ବହୁମତ...

ଭୋଟିଂ ଶେଷ ହେବା ମାତ୍ରେ ବିଭିନ୍ନ ନ୍ୟୁଜ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ଅଧିକାଂଶ ଏକଜିଟ ପୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିବାକୁ ଯାଉଥିବା ଆକଳନ କରିଛନ୍ତି। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।

General Election 2024
ଗଣତନ୍ତ୍ରର ମହାପର୍ବ ପାଇଁ ସୀମାହୀନ ଉତ୍ସାହ; ମତାଧିକାର ସାବ୍ୟସ୍ତକୁ ଭୁଲିଲେନି ଶତାୟୁ

ଗଣତନ୍ତ୍ରର ଗଣପର୍ବ ପାଇଁ ସୀମାହୀନ ଉତ୍ସାହ। ବୟସର ଅପରାହ୍ଣରେ ଦୁର୍ବଳ ସ୍ୱାସ୍ଥ୍ୟକୁ ପଛ କରି ନିର୍ବାଚନର ମହାପର୍ବରେ ସାମିଲ ହୋଇଛନ୍ତି ଜଳେଶ୍ୱର ଡେମୁରିଆ ଗାଁର ୯୯ ବର୍ଷିୟା ଅଭୟାରାଣୀ ପ୍ରଧାନ। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହ୍ୱିଲ ଚେୟାରରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଅସ୍ତରଙ୍ଗର ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ।

Odisha Election
ସରିଲା ନିର୍ବାଚନ, ମାଳ ମାଳ ଅଭିଯୋଗ; କେଉଁଠି EVM ଅଚଳ ତ କେଉଁଠି ବାହାରିଲାନି ସ୍ଲିପ୍

ରାଜ୍ୟରେ ଶେଷ ପାଳି ଭୋଟିଂ ବେଳେ ବି ଅବ୍ୟବସ୍ଥାର ମାଳ ମାଳ ଅଭିଯୋଗ । ଅଧିକାଂଶ ଅଭିଯୋଗ, ଇଭିଏମର ଅଚଳାବସ୍ଥା ।

Exit Poll 2024
Exit Poll 2024: ସର୍ଭେ କହୁଛି ତୃତୀୟ ଥର ମୋଦି ସରକାର, ରାଜ୍ୟରେ ୧୫-୧୭ ସିଟ୍‌

୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ଆଜି ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହୋଇଛି। ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Odisha Election
ଚାରିଆଡ଼େ ମାଳ ମାଳ ବୁଥ୍ ହିଂସା, BJD କର୍ମୀଙ୍କ ରକ୍ତାକ୍ତ ଆକ୍ରମଣ ଦେଖିଲା ସାରା ରାଜ୍ୟ

ଶେଷ ପର୍ଯ୍ୟାୟରେ ବି ସାଂଘାତିକ ଭୋଟ୍ ହିଂସା । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ସ୍ଥାନରୁ ଆସିଛି ବିଜେଡି କର୍ମୀଙ୍କ ଦାଦାଗିରି, ବୁଥ୍ ରିଗିଂ ଓ ମରଣାନ୍ତକ ଆକ୍ରମଣର ମାଳ ମାଳ ଅଭିଯୋଗ ।