କିଛି ଆଇନ କାନୁନ ମାନୁନାହିଁ ଏ ଶାସକ ଦଳ : ଗାଇଗୋରୁ ପରି ବାଡ଼େଇଲେ, ରାଜ୍ୟ ସରକାର ପୂରା ଦୁର୍ନୀତିରେ ବୁଡ଼ିକି ରହିଛି : ସନ୍ତୋଷ ସିଂ ସାଲୁଜା
ସରକାରଙ୍କ ଚାପରେ ପୋଲିସ୍ ବର୍ବରତା କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ ।
ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ ।
ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ରାଉରକେଲାରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ସାରା ରାଜ୍ୟରେ ମମିତା ମେହେର କେସକୁ ନେଇ ସ୍ତବ୍ଧ ଥିବା ବେଳେ । ବିଧାନସଭାରେ ଏନେଇ ଗୃହ ମୁଲତବୀ ରହିଛି । ମମିତା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରି ଥିଲେ । ତେବେ ଆମର ବିଶେଷ ଉପସ୍ଥାପନା ଖୋଲାକଥାରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧୀ ମନୋରଞ୍ଜନ ଯୋଶୀ...
ପୁଣି ରାଜଧାନୀ ପାଲଟିଲା ରଣକ୍ଷେତ୍ର । ଏଥର ପୋଲିସ ବନାମ ଛାତ୍ର କଂଗ୍ରେସ । ଧସ୍ତାଧସ୍ତି, ଠେଲାପେଲା, ଲାଠିମାଡ଼ । ଯାହାକୁ ପାଇଲା ମାଡ଼ ମାରିଲା ପୋଲିସ । ମାଡ଼ ଭୟରେ ଯିଏ ଯେମିତି ପାରିଲା ଦୌଡ଼ିଲା ।
ସମୟ ଦିନ ପ୍ରାୟ ଗୋଟାଏ ହେବ । ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଲୋୟର ପିଏମ୍ଜିରେ ଗୋଟିଏ ପଟେ କଂଗ୍ରେସର ଦଳୀୟ ନେତାଙ୍କ ସଭା ।
ଚିନ୍ତାରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟ ଅଭାବ ଅସୁବିଧା ପାଇଁ ଧୀରେ ଧୀରେ ପାଠରୁ ଦୂରଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ପାଠପଢ଼ା ଓ ପିଲାଙ୍କ ମଧ୍ୟରେ ମହାମାରୀ କରୋନା ବିଶାଳ ବ୍ୟବଧାନ ସୃଷ୍ଚି କରିବା ପରେ ସଙ୍କଟରେ ରହିଛି ପ୍ରାଥମିକ ଶିକ୍ଷା।
ତେବେ ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ବିଧାନସଭାରେ ବିରୋଧୀ ହୋ-ହଲ୍ଲା କରିଥିଲେ । ମମିତାଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ହୋ-ହଲ୍ଲା ଜାରି ରହିଥିଲା । ଗତକାଲି ଅଷ୍ଟମ ଦିନରେ ମଧ୍ୟ ବିରୋଧୀ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ ।
ବିଜେଡ଼ିରେ ମୁଁ କାହିଁକି ମିଶିଲି ତାହା କହିଲେ ଇତିହାସ ହେବ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ବେଶ୍ ମତେ ଉତ୍ସାହିତ କରେ, କାମ କରିବା ପାଇଁ ଏଠିକି ଆସିଲି : ପ୍ରଫୁଲ୍ଲ ମାଝୀ
ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଛନ୍ତି ପ୍ରଫୁଲ୍ଲ ମାଝି । ବିଜେଡିରେ ଯୋଗଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ‘ଆଜିର ଦିନ ମୋ ପାଇଁ ଏକ ସ୍ମୃତିର ଦିନ ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍ର ବର୍ବରତା ଦେଖିବାକୁ ମିଳିଛି।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।
ଶୀତ ଅଧିବେଶନ ଆରମ୍ଭ ହେବାର ପ୍ରାୟ ସପ୍ତାହେ ବିତି ଗଲାଣି । ଅଜି ବିଧାନସଭାର ଅଷ୍ଟମ ଦିନ ଥିଲା । ଏହି ୮ ଦିନ ମଧ୍ୟରେ ପବିତ୍ର ଗୃହରେ ଦିନେ ବି ହୋଇପାରିନି ଆଲୋଚନା ।
ପୋଲିସ୍ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା।
ମମିତା ମେହେର ପ୍ରସଙ୍ଗରେ ଆଜି ବିଜେପି ଯୁବ ମୋର୍ଚ୍ଚାର ଧାରଣା । ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା ।
ଆଜି ବିଜେଡିର ଦରବୃଦ୍ଧି ପ୍ରତିବାଦ । ସକାଳ ୯ଟାରୁ ଶୋଭାଯାତ୍ରା ଆରମ୍ଭ । ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଆଜି ଠପ୍ ହେଲା ଗୃହ କାର୍ଯ୍ୟ : ଫଟୋ ଦେଖାଇଲେ, ସବୁଦଳ ମିଶି ହଙ୍ଗାମା କଲେ । ଶେଷରେ ଆଜି ବି ଯଥା ପୂର୍ବଂ ତଥା ପରିଂ ପରି ଲାଗିରହିଲା ସ୍ଥିତି ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍ ପ୍ରତିକ୍ରିୟା ରଖିଛନ୍ତି।
ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମୋଦି । ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁ ନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି ।
ମମିତା ମାମଲାରେ ଆସମ୍ଲିରେ ଜାରି ରହିଛି ପଲିଟିକାଲ ହାଇଡ୍ରାମାI ନବୀନଙ୍କୁ ଧୃତରାଷ୍ଟ୍ର ଓ ଦିବ୍ୟଶଙ୍କରଙ୍କୁ ଦୁର୍ଯ୍ୟଧନ ଦର୍ଶାଇଲା ବିଜେପି I ଘଣ୍ଟ ପିଟି ଚେତାଇବାକୁ ଚେଷ୍ଟାକଲେ ବିଜେପି ସଦସ୍ୟ I ଦୁର୍ଗା ରୂପରେ ମମିତାଙ୍କୁ ଚିତ୍ରଣ କରି କଂଗ୍ରେସର ବିଧାନସଭା ପରିକ୍ରମା I ବିରୋଧୀ ସଦସ୍ୟ ଙ୍କ ଉପରେ ବିଜେଡି ଛିଞ୍ଚିଲା ଜଗନ୍ନାଥଙ୍କ ଜଳ I
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତିକ୍ଷିତ ଗୋରଖପୁର ଏମ୍ସର ଆଜି ଲୋକାର୍ପଣ ହୋଇଛି ।