/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639141913.jpg)
Opposition leader Narasimha Mishra
ଓଟିଭି: ଆଗକୁ ଯଦି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ କୌଣସି ବି ପ୍ରମାଣ ଆସେ ତାହେଲେ ପୋଲିସ ଏହାକୁ ନେଇ ତଦନ୍ତ କରିବ କି?
ନରସିଂହ ମିଶ୍ର: ଉତ୍ତରପ୍ରଦେଶ କେସ୍ ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଲେ ସେହି ଭଳି ଭାବେ ତାଙ୍କ ଜେଜେ ବାପା ମଧ୍ୟ ଏହି କେସର ତଦନ୍ତ କରିବ ।
ଓଟିଭି: ଏବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ଉତ୍ତର ଦେଉଛନ୍ତି ମୁଖ୍ୟମନ୍ତ୍ରୀ, ଯାହାଙ୍କ ବିରୋଧରେ ପ୍ରଶ୍ନ ସେ ଉତ୍ତର କରୁଛନ୍ତି । ଏହାକୁ ନେଇ କଣ କହିବେ ?
ନରସିଂହ ମିଶ୍ର: ଯେହେତୁ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ସେ ଉତ୍ତର ରଖିବା ଉଚିତ ନୁହଁ । ତାଙ୍କୁ ଦୂରେଇ ରଖିବା କଥା । ମୁଖ୍ୟମନ୍ତ୍ରୀଙ୍କ ଏତେ ଜିଦଖୋର ମନୋଭାବ କଣ ପାଇଁ ।
ଓଟିଭି:ଗୃହ ରଷ୍ଟ୍ରମନ୍ତ୍ରୀଙ୍କୁ ଏତେ ସୁରକ୍ଷା ଦେବାର କାରଣ କଣ ?
ନରସିଂହ ମିଶ୍ର: ମୁଁ ଖବର ନେଉଥିଲି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଜରିଆରେ ବିଭିନ୍ନ ଲୋକଙ୍କୁ ନେଇ ବହୁତ ବ୍ୟବସାୟ ପାଇଁ ଅର୍ଥ ଲଗାଯାଇଛି ।
ଓଟିଭି: ଜଣେ ଗୃହମନ୍ତ୍ରୀ ଗୃହକୁ ଲୁଚିକି ଆସିବା କେତେ ଦୂର ଠିକ୍ ? ଏହା ଗଣତନ୍ତ୍ରର ଅବମାନନା ନୁହେଁ କି ?
ନରସିଂହ ମିଶ୍ର: ରାଜନୀତିରେ ସେହି ଭଳି ରୋଲ୍ କରିବାକୁ ହୁଏ । କିନ୍ତୁ ତାହାକୁ ଏତେ ଗୁରୁତ୍ୱ ଦେବା ଉଚିତ୍ ନୁହେଁ । ଗୃହକୁ କଂଗ୍ରେସ ଦଳ ତାଙ୍କୁ ପଶେଇ ଦବନି ତାହା ନଥିଲା । ସେ ଯେଉଁ ଅଭିଯୋଗ କରୁଛନ୍ତି ଗୃହମନ୍ତ୍ରୀଙ୍କୁ ଗୃହ ଭିତରକୁ ପଶେଇ ଦିଆ ଯିବନି ଏହା ସଂପୂର୍ଣ ମିଥ୍ୟା ।
ଓଟିଭି: ମୁଖ୍ୟମନ୍ତ୍ରୀ ବିଭିନ୍ନ ଜାଗା ଗସ୍ତ କରୁଛନ୍ତି,ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରୁଛନ୍ତି , ହେଲେ ବିଧାନସଭା ମାଡୁ ନାହାଁନ୍ତି ,ଏହାକୁ ନେଇ କଣ କହିବେ ?
ନରସିଂହ ମିଶ୍ର: ମୁଖ୍ୟମନ୍ତ୍ରୀ ସବୁଠିକୁ ଯାଉଛନ୍ତି,ହେଲେ ଗୃହକୁ ଆସୁ ନାହାଁନ୍ତି । ମୁଖ୍ୟମନ୍ତ୍ରୀ ଆଗରୁ ତ ବିଧାନସଭାକୁ ଆସୁନଥିଲେ ହେଲେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ୨୧ ବର୍ଷ ଶାସନ କାଳ ମଧ୍ୟରେ ଏଭଳି ପରିସ୍ଥିତି ମୁଖ୍ୟମନ୍ତ୍ରୀ ସମ୍ମୁଖୀନ କରିନଥିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)