• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଚାରବିଭାଗୀୟ ତଦନ୍ତ ଦାବି କଲେ ବରିଷ୍ଠ ନେତା ନରସିଂହ ମିଶ୍ର

  • ମାନବାଧିକାର କମିଶନଙ୍କର ମଧ୍ୟ ଦ୍ୱାରସ୍ଥ ହେବେ

  • ପୋଲିସ ମାଡ଼ରେ ଆହତ କର୍ମୀଙ୍କୁ କ୍ଷତିପୂରଣ ଦିଆଯାଉ

  • ପୋଲିସ ବିରୋଧରେ ୩୦୭ ଦଫାରେ ତଦନ୍ତ ହେଉ

ଭୁବନେଶ୍ୱର : ପିସିସି ଅଫିସରେ ପଶି ପୋଲିସର ମାଡ଼ ଘଟଣାକୁ କଡ଼ା ଭାଷାରେ ନିନ୍ଦା । ପୂରା ମାମଲାର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସ ପ୍ରେସମିଟ୍ କରି ପୋଲିସର କାର୍ଯ୍ୟକୁ ତ୍ରୀବ ନିନ୍ଦା କରିଛି । ପୋଲିସ୍ ମାନବାଧିକାର ଉଲ୍ଲଘଂନ କରିଛି । ଗୋଡ଼ାଇ ଗୋଡ଼ାଇ ପିଟିବା, ପିସିସି ଅଫିସ୍ ଭିତରେ ଆତଙ୍କ ଖେଳାଇବା ଭଳି କାର୍ଯ୍ୟ ପୋଲିସ୍ କରିଛି । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି ।

ସରକାରଙ୍କ ଚାପରେ ଏପରି କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ପୋଲିସର ଏହି କାର୍ଯ୍ୟ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ପୋଲିସ ବିରୋଧରେ ୩୦୭ ଦଫା ଲଗାଯାଇ, ନ୍ୟାୟିକ ତଦନ୍ତ କରାଯାଉ । ଏପରି ଆନ୍ଦୋଳନ ଆହୁରି ହେବ ଏବଂ କଂଗ୍ରେସ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ନରସିଂହ ମିଶ୍ର ।

ସେହିପରି ପିସିସି ସଭାପତି ନିରଞ୍ଜନ୍ ମିଶ୍ର ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ବେଳେ ସବୁ ଆଇନ୍ କାନୁନ୍ ଭାଙ୍ଗି ପୋଲିସ୍ ବର୍ବରଚତ ଭାବେ ପିଲାଙ୍କ ଉପରେ ଅତ୍ୟାଚାର କଲେ । ନିରୀହ ଜନସାଧାରଣ ମଧ୍ୟ ଅତ୍ୟାଚାରିତ ହେଉଛି । ଏପରି ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି । ଆନ୍ଦୋଳନ ଏଇଠି ସରିଗଲା ବୋଲି ସରକାର ଭାବନ୍ତୁ ନାହିଁ । ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ବିଜେଡ଼ି ସରକାର ଶାସନ ଭିତରେ ରହିବା ଅସହ୍ୟ ହେଲାଣି । ଲୋକଙ୍କୁ ବାଡ଼େଇବ ବୋଲି କେଉଁ ଆଇନରେ ଅଛି ବୋଲି ପ୍ରଶ୍ନ କରିଛନ୍ତି । କୌଣସି ରାଜନୈତିକ ଅଫିସରେ ପଶି ପିଟିବାର ଅଧିକାର ପୋଲିସ୍ ପାଖରେ ନାହିଁ ବୋଲି ସେ କହିଛନ୍ତି ।

ଗତକାଲି ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଲୋୟର ପିଏମ୍‌ଜିରେ ଗୋଟିଏ ପଟେ କଂଗ୍ରେସର ଦଳୀୟ ନେତା ସଭା କରିଥିଲେ । ଆରପଟେ ସଭାସ୍ଥଳ ଯାଏଁ ବାଇକ୍ ରାଲିରେ ଆସିବା ପରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ଉଦ୍ୟମ କରିଥିଲେ । ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏଁ ପହଞ୍ଚିଯାଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲା ପୋଲିସ । ଏହି ସମୟରେ ଅଣ୍ଡା ସହ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ ।

ବାସ୍ ଏଇଠୁ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଅମାନିଆ ହେବାରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ । ତାହାରି ଭିତରେ କିଏ ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ତ ଆଉ କିଏ ବ୍ୟାରିକେଡ୍ ଡେଇଁ ସୁରକ୍ଷା ବଳୟକୁ ଭେଦ କରିଥିଲା । ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍ ଆକ୍ସନ ମୋଡ୍‌କୁ ଆସିଥିଲା । ଆଉ ଯାହାକୁ ପାରିଲା ପିଟିଲା । ଏପରିକି କଂଗ୍ରେସ ଭବନରେ ପଶି ନିର୍ଘାତ ମାଡ଼ ମାରିଲା । ଏଥିରେ କିଛି ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।