/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642854446.jpg)
Ajay Pradhan Blood Donation
ସାରା ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ । ସବୁଠି ଚର୍ଚ୍ଚା ଏଥର କିଏ ମାରିବ ବାଜି । ଆମ ସାହି ଭାଇ ଜିତିବା ନା ତାଙ୍କ ଗାଁ ଲୋକ ଜିତିବେ ? ଏନେଇ ଏବେ ଛକ ବଜାରେ ସବୁଠି ଆଲୋଚନା । ତେବେ ଏଥର ପଞ୍ଚାୟତ ନିର୍ବାଚନ କିନ୍ତୁ ଟିକେ ଭିନ୍ନ ଲାଗୁଛି । କାରଣ ଏଥର କୋଭିଡ୍ କଟକଣା ଭିତରେ ଚାଲିଛି ପ୍ରଚାର । ନା ଅଯଥା ଭିଡ଼ ଜମୁଛି, ନା ମିଇକ୍ ପ୍ରଚାର ଗାଡ଼ି ବୁଲୁଛି । ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ପ୍ରାର୍ଥୀ ଯାଉଛନ୍ତି ପ୍ରଚାର ମଇଦାନକୁ । ଅନ୍ୟପଟେ ଏଥର ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ବି ଟିକେ ଭିନ୍ନ ଧରଣର ମହୋଲ ଦେଖିବାକୁ ମିଳିଛି । ଅଧିକରୁ ଅଧିକ ପାଠ ପଢ଼ୁଆ ଯୁବକ ଯୁବତୀ ନିର୍ବାଚନୀ ମଇଦାନରେ । ଆଉ ସେମାନଙ୍କ କାର୍ଯ୍ୟକଳାପ ବି ଆଖି ଦୃଶିଆ ।
ସେମିତି ଜଣେ ପ୍ରାର୍ଥୀ ହେଉଛନ୍ତି ପୁରୀ ସଦର ବ୍ଲକ ହରେକୃଷ୍ଣପୁର ପଂଚାୟତର ଅଜୟ ପ୍ରଧାନ । ସେ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିବା ପରେ ରକ୍ତଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ଗାଁରେ ଏବେ ତାଙ୍କୁ ନେଇ ଢ଼େର ଚର୍ଚ୍ଚା । ଭାରତୀୟ ଜନତା ପାର୍ଟି ସମର୍ଥନରେ ସେ ପ୍ରାର୍ଥୀ ହୋଇଛନ୍ତି ।
ତେବେ ଘଟଣାଟି ଏମିତି ଥିଲା ଯେ, ପୁରୀ ସଦର ବ୍ଲକରେ ନାମାଙ୍କନ ପତ୍ର ଦାଖଲ କରି ଫେରିବା ସମୟରେ ଅଜୟଙ୍କ ପାଖକୁ ଏକ ମେସେଜ ଆସିଲା । ସୁମିତ୍ରା ଜେନା ବୋଲି ଜଣେ ଭଉଣୀଙ୍କର ରକ୍ତ ଅବଶ୍ୟକ ରହିଛି । ଏହି ଖବର ପାଇବା ପରେ ଅଜୟ ତୁରନ୍ତ ପୁରୀ ରକ୍ତଭଣ୍ଡାରରେ ପହଞ୍ଚିଥିଲେ । ସେଠାରେ ନିଜେ ରକ୍ତଦାନ କରି ସୁମିତ୍ରା ଭଉଣୀଙ୍କୁ ସାହାର୍ଯ୍ୟ କରିଥିଲେ । ତେବେ ଅଜୟ ପ୍ରଥମ ଥର ପାଇଁ ନୁହେଁ ସେ ଏହା ପୂର୍ବରୁ ୨୫ ଥର ରକ୍ତଦାନ କରିସାରିଛନ୍ତି । ଆଖପାଖ ଅଞ୍ଚଳରେ କିମ୍ବା ସାଙ୍ଗସାଥିଙ୍କ ସମସ୍ୟା ଥିରେ ସେମାନେ ଅଜୟଙ୍କୁ ପ୍ରଥମେ ଖୋଜନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)