ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି। ତେବେ ଅତ୍ୟଧିକ ମାନସିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରେ କୁହାଯାଉଛି। ଟେଲିଭିଜନ ଧାରାବାହିକରୁ ନିଜର […]
ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର। ରବିବାର ପେଟ୍ରୋଲ୍ ଲିଟର ପ୍ରତି ୬୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୬୪ ପଇସା ବୃଦ୍ଧି ହୋଇଛି। କରୋନା ଲକ୍ଡାଉନ୍ ହେବା ପରେ ଲଗାତର ୮ଥର ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିଛି। ଏହି ଆଠ ଥର ବଢ଼ିବା ଭିତରେ ପେଟ୍ରୋଲ୍ ଲିଟର ପ୍ରତି ୪.୫୨ ପଇସା ବଢ଼ି ସାରିଥିବା ବେଳେ ଡିଜେଲ୍ ୪.୬୪ ବୃଦ୍ଧି ହୋଇ ସାରିଲାଣି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୭୫.୧୬ ଟଙ୍କାରୁ […]
ଚେନ୍ନାଇ: ବାହୁବଳୀ ଫିଲ୍ମରେ ଶିବଗାମୀ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଥିବା ଦକ୍ଷିଣ ଫିଲ୍ମ ଷ୍ଟାର୍ ରମ୍ୟା କ୍ରିଷ୍ଣନନ୍ଙ୍କ ଗାଡ଼ିରୁ ଜବତ ହେଲା ୯୬ଟି ମଦ ବୋତଲ। ଗତ ଗୁରବାର ଜୁନ୍ ୧୧ ତାରିଖରେ ତାଙ୍କ ସ୍ପୋର୍ଟସ ଗାଡ଼ିରୁ ଏତେ ସଂଖ୍ୟକ ମଦ ବୋତଲ ଜବତ ହୋଇଛି। ଏହାପରେ ତାଙ୍କ ଡ୍ରାଇଭର୍ ସେଲଭକୁମାରକୁ ପୁଲିସ ଗିରଫ୍ କରିଛି। ପୁଲିସ ତଦନ୍ତ ବେଳେ ରମ୍ୟା ମଧ୍ୟ ଗାଡ଼ିରେ ଥିଲେ। ଖବର ଅନୁସାରେ, ସେଦିନ ମହାବଳିପୁରମରୁ […]
ମୁମ୍ବାଇ: ମହାରାଷ୍ଟ୍ର ଲୋନାର ହ୍ରଦର ପାଣି କାହିଁକି ଗୋଲାପୀ ରଙ୍ଗ ହେଲା ଏନେଇ ଗବେଷଣା କରିବ ନାଗପୁର ସ୍ଥିତ ଜାତୀୟ ପରିବେଶ ଗବେଷଣା ପ୍ରତିଷ୍ଠାନ। ଆସନ୍ତା ସପ୍ତାହରେ ବୁଲଧାନା ଜିଲ୍ଲା ଲୋନାର ହ୍ରଦ ପରିଭ୍ରମଣ କରି ନମୂନା ସଂଗ୍ରହ ହେବ। ଏବଂ କାହିଁକି ଏହାର ରଙ୍ଗ ଗୋଲାପୀ ହେଲା ଏନେଇ ଗବେଷଣା କରିବେ ସଂସ୍ଥାର ବୈଜ୍ଞାନିକ। ୫୦ ହଜାର ବର୍ଷ ତଳେ ପୃଥିବୀ ସହ ଏକ ଉଲ୍କା ପିଣ୍ଡ ବାଡ଼େଇ ହେବାରୁ ଏହି ଅଣ୍ଡାକୃତ୍ତିର ହ୍ରଦ ସୃଷ୍ଟି […]
କୋଲକାତା: ପଶ୍ଚିମବଙ୍ଗରେ ଭୁଶୁଡ଼ିଲା ତିନି ମହଲା ବିଶିଷ୍ଟ ଘର। ମାତ୍ର ୫ ସେକେଣ୍ଡରେ ତିନି ମହଲା କୋଠା ଭୁଶୁଡ଼ି ମାଟିରେ ମିଶିଗଲା। ବିରାଟ ଚୁନା ହୋଇଗଲା ବିରାଟ କୋଠାଘର। କୋଲକାତାଠାରୁ ୧୨୦ କିଲୋମିଟର ଦୂର ପଶ୍ଚିମ ମିଦନାପୁର ଜିଲ୍ଲା ଦାସପୁର ବ୍ଲକର ନିଶ୍ଚିନ୍ତପୁର ଗାଁରେ ଘଟିଛି ଏହି ଘଟଣା। କୋଠାଟି ପାଖରେ ଯାଇଥିବା କେନାଲ ଭିତରକୁ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଆଖପାଖ ପୂରା ଧୂଆଁଳିଆ ହୋଇଯାଇଥିଲା। ଖବର ଅନୁସାରେ, କିଛିଦିନ ପୂର୍ବରୁ କେନାଲ ସଂପ୍ରସାରଣ ଓ […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ସରକାର। ଗୋଟିଏ ପଟେ ଲକଡାଉନ ପରେ ଅନଲକ ମୋଡରେ କେନ୍ଦ୍ର ସରକାର ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଏବେ ଚିନ୍ତାର କାରଣ ହୋଇଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୮୨୪ ହୋଇଥିବାବେଳେ ମାସ ଶେଷ ସୁଦ୍ଧା ଲକ୍ଷେ ଟପିବ ବୋଲି ରାଜ୍ୟ ସରକାର ଆଶଙ୍କା କରିଛନ୍ତି। ଏହାସହ ଅଧିକ ସଂଖ୍ୟକ ବେଡ୍ ଆବଶ୍ୟକ ଥିବାରୁ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ଥିବା ବେଡ୍କୁ ଦିଲ୍ଲୀବାସୀଙ୍କ ଲାଗି ସଂରକ୍ଷିତ […]
କାଠମାଣ୍ଡୁ: ଭାରତର କିଛି ଅଞ୍ଚଳକୁ ନିଜର ଦର୍ଶାଇ ନେପାଳ ଜାରି କରିଥିବା ନୂଆ ମାନଚିତ୍ରକୁ ମାନ୍ୟତା ଦେଲା ନେପାଳ ସଂସଦ। ନେପାଳ ନିମ୍ନ ସଦନ ପ୍ରତିନିଧି ସଭାରେ ଏନେଇ ଭୋଟିଂ ପରେ ବିଧେୟକ ଗୃହୀତ ହୋଇଛି। ସାମ୍ବିଧାନିକ ବିଧେୟକ ଭାବେ ଉପସ୍ଥାପିତ ଏହି ବିଧେୟକ ଉପରେ ନିମ୍ନ ସଦନ ତଥା ପ୍ରତିନିଧି ସଭାରେ ଆଲୋଚନା ପରେ ଭୋଟିଂ ହୋଇଥିଲା। ଏହି ବିବାଦୀୟ ବିଲ୍ଟି ୨୫୮(ଭିତରୁ୨୭୫) ଭୋଟ୍ରେ ପାରିତ ହୋଇଛି। ତେବେ ଏହା ବିରୋଧରେ ଗୋଟିଏ ବି ଭୋଟ୍ […]
ଚେନ୍ନାଇ: ଭେଟେରାନ୍ ସିନେମାଟୋଗ୍ରାଫର ବି କାନ୍ନାନଙ୍କ ପରଲୋକ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ରେ ୬୯ ବର୍ଷୀୟ କାନ୍ନାନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ BOFTA ଫିଲ୍ମ ଇନ୍ଷ୍ଟିଟ୍ୟୁଟ୍ରେ ଫାଉଣ୍ଡର ତଥା ପ୍ରଯୋଜକ ଜି ଧନଞ୍ଜୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଗତ କିଛି ସପ୍ତାହ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ି ଥିଲେ। ତାଙ୍କ ମୃତଦେହକୁ ଚେନ୍ନାଇସ୍ଥିତ ବାସଭବନରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ଅନ୍ତିମ ସଂସ୍କାର ହେବ। ବି. କାନ୍ନାନ ହେଉଛନ୍ତି ପ୍ରତିଷ୍ଠିତ […]
ଇସଲାମାବାଦ: ପାକିସ୍ତାନ ଅଲ୍ରାଉଣ୍ଡର ତଥା ପୂର୍ବତନ କ୍ୟାପ୍ଟେନ୍ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍ଶା ଆଲ୍ଲାହ।” […]
କୋଲକାତା: ଆଇଆଇଟି ଖଡ଼ଗପୁରର ଏକ ଗବେଷଣା ଟିମ୍ ଏମିତି ଏକ ମେସିନ୍ ତିଆରି କରିଛନ୍ତି ଯାହା ସାମାଜିକ ଦୂରତା ନିୟମକୁ ମାନିବାରେ ସାହାଯ୍ୟ କରିବ। ଯଦି କେହି ସାମାଜିକ ଦୂରତା ନିୟମ ଭାଙ୍ଗନ୍ତି ତେବେ ତୁରନ୍ତ ଏହା ସତର୍କ ସୂଚନା ଦେଇଦେବ। ଏହି ଗବେଷଣା ଟିମ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତିମ ବୁଦ୍ଧି ସମ୍ପନ୍ନ) ଉପରେ ଆଧାରିତ ଏକ ସାଇବର୍ ଫିସିକାଲ୍ ସିଷ୍ଟମ୍ ଡେଭଲପ୍ କରିଛନ୍ତି ଯାହା ପବ୍ଲିକ୍ ପ୍ଲେସ୍ ବା ସର୍ବସାଧାରଣ ସ୍ଥାନଗୁଡ଼ିକରେ ସୋସିଆଲ୍ ଡିଷ୍ଟାନ୍ସିଂକୁ ପରିଚାଳନା କରିବାରେ […]
ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ଏହି ସୂଚନା ଦେଇଛନ୍ତି ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଭଣେ। ଏବଂ ଯାହା ସମସ୍ୟା ଅଛି ସେଥିପାଇଁ ଅତି ଗୁରୁତ୍ୱର ସହ କଥାବାର୍ତ୍ତା ଚାଲିଛି ବୋଲି ନରଭଣେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ନରଭଣେ କହିଛନ୍ତି, “ ମୁଁ ସମସ୍ତଙ୍କୁ ଶୁନିଶ୍ଚିତ କରିବାକୁ ଚାହେଁ ଯେ ଚାଇନା ସହିତ ଥିବା ଆମର […]
ନୂଆଦିଲ୍ଲୀ: ଦେଶରେ ଅନ୍ଲକ୍-୧ ଚାଲିଥିବା ବେଳେ ପୁଣିଥରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି। ଏହି ମିଟିଂ ଦୁଇଟି ଭାଗରେ ହେବ। ପ୍ରଥମ ମିଟିଂ ୧୬ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ମିଟିଂ ୧୭ ତାରିଖରେ ହେବ। ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମ ପାଳିରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା […]
ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଡବଲ୍ ମର୍ଡର ଘଟଣାରେ ପୁଲିସ ଜଣେ ନବମ ଶ୍ରେଣୀ ଛାତ୍ରକୁ ଗିରଫ କରିଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ୯ ଜଣ ଗିରଫ ହେବା ପରେ ବୁଧବାର ରାତିରେ ନବମ ଶ୍ରେଣୀର ଛାତ୍ରକୁ ପୁଲିସ୍ ଗିରଫ କରି ଜେଲ୍ ପଠାଇଛି। ଘଟଣା ଅନୁସାରେ, ବରଗଦବା ଗାଁରେ ଏକ ନଦୀ ପାଖରେ ଦୁଇ ଦାଦା ପୁଅ ଭାଇ କୃଷ୍ଣା (୨୫) ଓ ଦିବାକର (୨୩)ଙ୍କୁ ୯ ଏମଏମ […]
ନୁଆଦିଲ୍ଲୀ। ଏଣିକି କୋବିଡ-୧୯ ଯାଞ୍ଚ କେନ୍ଦ୍ରକୁ ନିଜ ମୋବାଇଲ ମାଧ୍ୟମରେ ଖୋଜି ବାହାର କରିହେବ। ଆଜ୍ଞା ହଁ, ଗୁଗଲ ୟୁଜର୍ସମାନଙ୍କ ପାଇଁ ଗୁଗଲ ସର୍ଚ, ଆସିଷ୍ଟାଣ୍ଟ ତଥା ମ୍ୟାପ୍ରେ ଏହି ସୁବିଧା ଉପଲବ୍ଧ। ଲୋକଙ୍କୁ କରୋନା ଯାଞ୍ଚ କେନ୍ଦ୍ରର ସଠିକ ଲୋକେଶନ ଦେବା ପାଇଁ ଗୁଗୁଲ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ମାଇ ଗଭର୍ଣ୍ଣମେଣ୍ଟ ସହିତ କାମ କରୁଛି। ଏହି ନୂଆ ସୁବିଧାଟି ଭାରତର ଇଂରାଜୀ ସହ ଅନ୍ୟ ଆଠଟି ଭାଷାରେ ଯଥା – ହିନ୍ଦୀ, […]
ଶ୍ରୀନଗର: ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଏଲ୍ଓସି ସୀମା ପାକିସ୍ତାନ ଅଧିକୃତ କଶ୍ମୀରରେ ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡାଇଲା ଭାରତ। ରଜୌରି ଓ ପୁଂଚ ଅଂଚଳରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏହାର ଦୃଢ ଜବାବ ଦିଆଯାଇଛି। ଗତ କିଛି ଦିନ ହେବ ଜାମ୍ମୁଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଗତକାଲି ଭାରତର ଆଗୁଆ ଘାଟିକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ […]
ନୂଆଦିଲ୍ଲୀ: କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜସ୍ଥାନରେ ଅପରେସନ କମଲ ହେବ କି? ଏଭଳି ଆଶଙ୍କାକୁ ନେଇ ରାଜ୍ୟ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଚିନ୍ତାରେ ପଡ଼ିଯାଇଛନ୍ତି। ଜୁନ୍ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୨ ଜଣ ପ୍ରାର୍ଥୀ ଛିଡ଼ା କରିଥିବାରୁ, ଦ୍ୱିତୀୟ ପ୍ରାର୍ଥୀ ଜିତିବା ଲାଗି ବିଜେପି ଘୋଡ଼ା ବେପାର କରିବାକୁ ଯୋଜନା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହ କଂଗ୍ରେସ ନିଜର ବିଧାୟକଙ୍କୁ ନେଇ ଗୋଟିଏ […]
ନୂଆଦିଲ୍ଲୀ: କରୋନା ରୋଗୀଙ୍କ ସହ ଅମାନୁଷିକ ବ୍ୟବହାର ହେଉଛି। ମୃତଦଦେହକୁ ମିଳୁନି ସମ୍ମାନ। ଛାତିକୁ ଥରାଇ ଦେବା ଭଳି କୋଲକାତା ସହରର ଏକ ଦୃଶ୍ୟକୁ ସାମ୍ନାକୁ ଆସିଛି। ଏଠାରେ ଶବକୁ ସିମେଣ୍ଟ ବସ୍ତା ଭଳି ଟାଣି ଗାଡ଼ିରେ ପୂରାଉ ହେଉଛି। ମହାନଗର ନିଗମ କର୍ମଚାରୀ ଯେତିକି ବିଭତ୍ସ, ସେତିକି ସ୍ପର୍ଶକାତର ମଧ୍ୟ। ପୂର୍ବରୁ ମୁମ୍ବାଇର ଏଇଏମ୍ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ନେଇ କିଛି ଭିଡିଓ ଭାଇରାଲ ହୋଇଥିଲା। ଚିକିତ୍ସାଧିନ ରୋଗୀଙ୍କ ନିକଟରେ ପଡ଼ି ରହିଥିଲା କରୋନା ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ; ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି। ଦିଲ୍ଲୀରେ ଅଳିଆ ଗଦାରୁ ଏକ ମୃତଦେହ ମିଳିବା ପରେ ଆଜି ଏଭଳି ଢଙ୍ଗରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏହାସହ କରୋନା ଟେଷ୍ଟିଂକୁ ନେଇ ମଧ୍ୟ ଦିଲ୍ଲୀ ସରକାରଙ୍କ ଉପରେ ଭର୍ତ୍ସନା କରିଛନ୍ତି କୋର୍ଟ। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କାହିଁକି କରୋନା ଟେଷ୍ଟିଂ କମିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯେତେବେଳେ କି ତାମିଲନାଡ଼ୁରେ ପ୍ରତିଦିନ […]
ହାଇଦ୍ରାବାଦ: ଭାରତରେ କରୋନାଠୁ ଅଧିକ ଭୟଙ୍କର ହେଉଛି ଲୋକଙ୍କ ମନରେ ଥିବା ଘୃଣା ଭାବ ଡର। କରୋନା ମହାମାରୀ ବ୍ୟାପିବା ଦିନଠାରୁ ଲୋକଙ୍କ ମନରେ ଏତେ ଡର ଓ ଘୃଣା ଭାବ ଆସିଯାଇଛି ଯେ ତା’ର ଚାପରେ ମାନବିକତା ମରିଯାଇଛି। ରାସ୍ତାରେ ଛଟ୍ପଟ୍ ହୋଇ ଜୀବନ ଚାଲିଗଲେ ବି କରୋନା ଭୟରେ କେହି ଅନେଇବାକୁ ନାହାଁନ୍ତି। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତେଲେଙ୍ଗାନା ମେଡାକ ଜିଲ୍ଲା ଚେଙ୍ଗୁଣ୍ଠାରେ। ଏଠାରେ ୫୨ ବର୍ଷୀୟ ଶ୍ରୀନିବାସ ଗଛ ତଳେ […]
ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରୁ ଆଜି ଚମାଇ ଦେବା ଭଳି ଖବର ଆସିଛି। କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ଏକାଥରକେ ୧୦୦ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି ପୁଲିସ। ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ୩ ଗିରଫ। ଜାମ୍ମୁ ଓ କାଶ୍ମୀର ହଣ୍ଡଓ୍ୱାରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ନଗଦ ୧ କୋଟି ୩୪ ଲକ୍ଷ […]