ନୂଆଦିଲ୍ଲୀ: ଚୀନ୍ ସହ ରକ୍ତାକ୍ତ ସଂଘର୍ଷକୁ ନେଇ ଭାରତୀୟ ସେନାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଗତକାଲି ଲଦାଖର ଗଲଓ୍ୱାନ ଅଞ୍ଚଳରେ ସଂଘର୍ଷ ଘଟିଥିଲା। ସୀମାରେ କାର୍ଯ୍ୟରତ ୧୭ ଯବାନ ଗୁରୁତର ଆହତ ହୋଇଥିଲେ। ମାଇନସ୍ ତାପମାତ୍ରାରେ ଗୁରୁତର ଅବସ୍ଥାରେ ରହି ସେମାନଙ୍କ ମୃତ୍ୟୁ ହୋଇଥିବା ଏନ୍ଆଇ ରିପୋର୍ଟ ପ୍ରକାଶ କରିଛି। ଏଥିସହିତ ସୀମା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ପ୍ରତିଶ୍ରୁତିବଦ୍ଧ ବୋଲି ସେନା କହିଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, […]
ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଚାଇନାକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଚାଇନାର ପ୍ରାୟ ୪୩ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛି ଖବର ସରବରାହ ସଂସ୍ଥା ଏନ୍ଆଇ। ଭାରତ ପକ୍ଷରୁ ଏହି ସୂଚନା ଜଣାପଡ଼ିଥିବା ଏଏନ୍ଆଇ କୋଟ୍ କରିଛି। ନିଜର ମୃତ ସୈନ୍ୟମାନଙ୍କୁ ନେବା ପାଇଁ ସୀମାରେ ଚୀନ୍ ହେଲିକପ୍ଟର ପହଞ୍ଚିଛି ଥିବା ଖବର ମିଳିଛି। ୨୦ ଭାରତୀୟ ଯବାନ ସହିଦର ଖବର ଆସିବାର ତୁରନ୍ତ […]
ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ଅତିକମ୍ରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଭାରତୀୟ ଯବାନଙ୍କ ସହିଦ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ୨୦ ଯବାନ ସହିଦ ନେଇ ଭାରତୀୟ ସୂତ୍ରରୁ ସୂଚନା ମିଳିଛି। ଚୀନ୍ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ସୂଚନା ରହିଛି। ନିଜର ମୃତ ସୈନ୍ୟମାନଙ୍କୁ ନେବା ପାଇଁ ସୀମାରେ ଚୀନ୍ ହେଲିକପ୍ଟର ପହଞ୍ଚିଛି। […]
ଲଣ୍ଡନ: କରୋନା ମହାମାରୀ ସାରା ବିଶ୍ୱକୁ ଥରହର କରିଥିବା ବେଳେ ଏଭଳି ସମୟରେ ବ୍ରିଟେନରୁ ଆସିଛି ଭଲ ଖବର। ଏହି ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇପାରୁଛି ଡେକ୍ସାମେଥାସନ୍ ଔଷଧ। ପ୍ରତି ୩ ଜଣ ଗୁରୁତର କୋଭିଡ୍ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏ ଔଷଧ କାମ ଦେଉଥିବା ଏବଂ ରୋଗୀଙ୍କ ଜୀବନ ବଞ୍ଚାଇ ପାରୁଥିବା ବ୍ରିଟେନର ଚିକିତ୍ସାବିଜ୍ଞାନୀ ଦାବି କରିଛନ୍ତି। ଏହି ଔଷଧର କ୍ଲିନିକାଲ ଟ୍ରାଏଲ କରାଯାଇଛି। ଏହାକୁ କୋଭିଡ ରୋଗୀଙ୍କ ନିଦାନ କ୍ଷେତ୍ରରେ […]
ନୂଆଦିଲ୍ଲୀ: ଗଲଓ୍ୱାନ ଉପତ୍ୟକାରେ ଭାରତୀୟ-ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପୂର୍ବ ଲଦାଖ ସୀମା ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ଗତକାଲି ରାତିରେ ଚୀନ୍ ସେନା ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା-LACର ଯଥା ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଏହାକୁ […]
ନୂଆଦିଲ୍ଲୀ: ମାସେରୁ ଅଧିକ ସମୟ ଧରି ଚୀନ୍ ସୀମାରେ ଲାଗି ରହିଥିବା ଉତ୍ତେଜନା ଶେଷରେ ସଂଘର୍ଷର ରୂପ ନେଇଛି। ଗତକାଲି ଉଭୟ ଦେଶର ସୈନ୍ୟ ଲଦାଖର୍ ଗଲଓ୍ୱାନ୍ରେ ମୁହାଁମୁହିଁ ହୋଇଥିଲେ। ଟେକାପଥର ମାଡ଼ ସଙ୍ଗକୁ ପରସ୍ପରକୁ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଏଥିରେ ୩ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୫ ଚୀନ୍ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପାଇଁ ଚୀନ୍ ଓଲଟା ଭାରତ ଉପରେ ଦୋଷ ଲଦିଛି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ […]
ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ କରୋନା ହୋଇନାହିଁ। ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଅସୁସ୍ଥ ଅନୁଭବ କରିଥିଲେ ଜୈନ। ତାଙ୍କୁ ଜ୍ୱର ହେବା ସହିତ ପ୍ରଶ୍ୱାସ ନେବାର ଅସୁବିଧା ହେବାରୁ ତାଙ୍କୁ ଗତକାଲି ସୋମବାର ରାତିରେ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲ୍ରେରେ ଭର୍ତ୍ତି କରାଯାଇଥିଲା। ଏନେଇ ଆଜି ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି […]
ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନରେ ସବୁ ପାଣିରେ ପଡ଼ିବ। କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ଆଲୋଚନା। ଏହି ଆଲୋଚନା କାଳରେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଘରୁ ବାହାରକୁ ବାହାରିବା କଥା ଚିନ୍ତା ବି କରନ୍ତୁନି। ସାମାନ୍ୟ ଅସାବଧାନ ହେଲେ ଆମର ସବୁ ଚେଷ୍ଟା ପାଣିରେ ପଡ଼ିବ। ୨ ଗଜ ଦୂରତ୍ୱ ରଖି ସତର୍କତାର ସହ ଆମେ କାମ କରିବା ବୋଲି ମୋଦି ଲୋକମାନଙ୍କୁ […]
ନୂଆଦିଲ୍ଲୀ: ଚୀନ ସୀମାରେ ଚରମ ସୀମାରେ ପହଞ୍ଚିଛି ଉତ୍ତେଜନା ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାର ଗଲଓ୍ୱାନ୍ ଉପତ୍ୟକାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଭାରତର କର୍ଣ୍ଣେଲ ରାଙ୍କର ଜଣେ ଅଫିସରଙ୍କ ସହ ୨ ଜଣ ଯବାନ ସହିଦ୍ ହୋଇଛନ୍ତି। ସେହିପରି ଚୀନ୍ର ୩ରୁ ୪ ଜଣ ଯବାନ ମଧ୍ୟ ପ୍ରାଣ ହରାଇଥିବା ସେନା କହିଛି। ସେପଟେ ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି। […]
ନୂଆଦିଲୀ: ଦିଲ୍ଲୀରେ କରୋନା ସ୍ଥିତି ମୁକାବିଲା ପାଇଁ ଆକ୍ସନ ମୁଡ୍ରେ କେନ୍ଦ୍ର ସରକାର। ଏନେଇ ସୋମବାର ଦିନ ୧୧ଟା ବେଳେ ବୈଠକ ପାଇଁ ସମସ୍ତ ରାଜନୈତିକ ପାର୍ଟିକୁ ଡାକିଛନ୍ତି ଗୃହମନ୍ତ୍ରୀ। ଆସନ୍ତାକାଲି ଅର୍ଥାତ୍ ଜୁନ ୧୫ ତାରିଖରେ ଗୃହମନ୍ତ୍ରାଳୟ ସହିତ ବିଜେପି, ଆପ୍, କଂଗ୍ରେସ ଓ ବିଏସ୍ପି ଦଳର ନେତାମାନେ ଯୋଗ ଦେଇ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଏନେଇ ବିଜେପି, ଆପ୍, ଆଇଏନ୍ସି ଓ ବିଏସ୍ପି ଦଳ ସଭାପତି ସଚିବଙ୍କୁ ଚିଠି ଲେଖାଯାଇଛି। ତା […]
ଗାନ୍ଦିନଗର: ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍ନ୍ୟାଲ୍ ସେଣ୍ଟର ଫର୍ ସେସ୍ମୋଲୋଜୀ (ଏନ୍ସିଏସ୍)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଗୁଜରାଟର କଚ୍ଛ ଜିଲ୍ଲାରୁ ୧୦ କିମି ଓ ରାଜକୋଟ ଠାରୁ ପ୍ରାୟ ୧୨୦ କିମି ଏହା କେନ୍ଦ୍ରୀଭୂତ ହୋଇଛି। ଏହା ରାଜକୋଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୧୨୨ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି। ସୂଚନା ଥାଉକି, ଅତୀତରେ ତିନୋଟି ବଡ଼ ଭୂମିକମ୍ପର ସାମ୍ନା […]
ମୁମ୍ବାଇ: ବଲିଉଡ୍କୁ ହଠାତ୍ ଦୁଃଖ ସାଗରେ ବୁଡ଼ାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ୩୪ ବର୍ଷୀୟ ଷ୍ଟାର୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ସୁଶାନ୍ତ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।। ଘଟଣାରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍କୁ ଶକ୍ତ ଝଟ୍କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି। ତେବେ ଅତ୍ୟଧିକ ମାନସିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରେ କୁହାଯାଉଛି। ଟେଲିଭିଜନ ଧାରାବାହିକରୁ ନିଜର […]