• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

manoj-tiwari
ହଟିଲେ ମନୋଜ, ଆଦେଶ ହେଲେ ଦିଲ୍ଲୀ ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ବିଜେପି ମୁଖ୍ୟ। ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ବିଜେପି ମୁଖ୍ୟ ବଦରୁ ହଟିବା ପରେ ଦିଲ୍ଲୀବାସୀଙ୍କ ପାଇଁ ଏକ ଟ୍ୱିଟ୍ କରିଛନ୍ତି ଅଭିନେତାରୁ ନେତା ହୋଇଥିବା ମନୋଜ ତିୱାରୀ। ସେ ତାଙ୍କ ଟ୍ୱିଟ୍‌ର୍‌ରେ ଲେଖିଛନ୍ତି, “ ୩.୬ ବର୍ଷ […]

bsnl
BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଜବରଦସ୍ତ ନୂଆ ପ୍ଲାନ୍ ଆଣିଛି। ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ଓ PRBTର ସୁବିଧା ବି ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ନୂଆ ପ୍ଲାନ୍‌ଗୁଡ଼ିକ ବିଷୟରେ। ବିଏସ୍‌ଏନ୍‌ଏଲ୍‌ର ୩୬୫ ଟଙ୍କାର ପ୍ଲାନ୍‌ ୩୬୫ ଟଙ୍କାର ରିଚାର୍ଜ କଲେ ପ୍ରତିଦିନ ୨ ଜିବି ଜାଟା ସହିତ ୟୁଜର୍ସ ସବୁ ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ ଫ୍ରି କଲିଂ ସୁବିଧା ପାଇପାରିବେ। ତେବେ ପ୍ଲାନ୍ ଉପରେ ୨୫୦ ଟଙ୍କାର ଫେୟର୍(FUP) ପଲିସି […]

save pm modi
'ଭାରତର ଅର୍ଥନୀତିକୁ ବଳ ଦେବାକୁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି'

ନୂଆଦିଲ୍ଲୀ: ଭାରତ ପୁଣିଥରେ ତାର ବିକାଶ ଧାରାକୁ ଫେରିବ। ଅନ୍‌ଲକ୍‌-୧ର କୋହଳ କଟକଣା ସହିତ ସରକାର ଭାରତର ଅର୍ଥନୀତିକୁ ବଳ ଦେବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଆଜି ଭାରତୀୟ ଉଦ୍ୟୋଗ ପରିସଂଘ(ସିସିଆଇ)ର ୧୨୫ତମ ସ୍ଥାପନ ଦିବସ ଅବସରରେ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ବର୍ତ୍ତମାନ କରୋନା ମହାମାରୀର ପ୍ରଭାବ ଓ ଲକ୍‌ଡାଉନ୍‌ ଉପରେ ଆଲୋକପାତ କରି ମୋଦି କହିଛନ୍ତି, “ ବର୍ତ୍ତମାନ ସରକାରଙ୍କ ପାଖରେ ଦୁଇଟି ମୁଖ୍ୟ ଦାୟିତ୍ୱ ରହିଛି। […]

hardik
ବାପା ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସର୍ବିଆ ସୁନ୍ଦରୀ ଗର୍ଲଫ୍ରେଣ୍ଡ ନତାସାଙ୍କ ସହିତ ତାଙ୍କର ବାହାଘର ହୋଇଛି। ବାହାଘର ଫଟୋ ସୋସିଆଲ୍ ମିଡିଆରେ ଉଭୟେ ଅପ୍‌ଲୋଡ୍ କରିବା ପରେ ଫ୍ୟାନ୍‌ ଓ ବନ୍ଧୁଙ୍କ ତରଫରୁ ଛୁଟିଛି ଶୁଭେଚ୍ଛାର ସୁଅ। କେବଳ ସେତିକି ନୁହେଁ, ଟିମ୍ ଇଣ୍ଡିଆର ଏହି ଅଲ୍‌ରାଉଣ୍ଡର ବାପା ହେବାକୁ ଯାଉଛନ୍ତି। ଏନେଇ ରବିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପତ୍ନି ନତାସା ଷ୍ଟାନକୋଭିକ୍‌ଙ୍କ […]

kp-sharna
ଭାରତର ଏକ ଅଂଶକୁ ନିଜର ଦାବି କରି ସଂସଦରେ ବିଧେୟକ ଆଣିଲା ନେପାଳ

କାଠମାଣ୍ଡୁ: ଭାରତର ଉତ୍ତର ଭାଗରେ ଏକ ଅଂଶକୁ ନିଜର ବୋଲି ଦର୍ଶାଇ ନେପାଳ ନିଜ ଦେଶର ନୂଆ ମାନଚିତ୍ର ନିର୍ଦ୍ଧାରଣ କରିବାକୁ ଯାଉଛି। ଏନେଇ ନେପାଳ ସଂସଦରେ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହୋଇଛି। ବାମମେଣ୍ଟ ନେତୃତ୍ୱାଧିନ ସରକାର ସଂସଦରେ ବିଧେୟକ ଉପସ୍ଥାନ କରିଥିବାବେଳେ ବିରୋଧୀ ନେପାଳ କଂଗ୍ରେସ ମଧ୍ୟ ଏହା ସପକ୍ଷରେ ଭୋଟ୍ ଦେବ ବୋଲି ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ସମ୍ବିଧାନ ସଂଶୋଧନ ବିଲ୍ ପାସ ଲାଗି ନେପାଳ ସଂସଦରେ ମାସେ ସମୟ ଲାଗିଥାଏ। […]

corna
ଉତ୍ତରାଖଣ୍ଡର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା

ଡେହରାଡୁନ: ଉତ୍ତରାଖଣ୍ଡର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା। ଏହାଛଡ଼ା ସତପାଲଙ୍କ ପରିବାର ସଦସ୍ୟ ଓ କର୍ମଚାରୀଙ୍କୁ ମିଶାଇ ୨୨ ଜଣ ସଂକ୍ରମିତ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାର ସିଂହ ସୂଚନା ଦେଇଛନ୍ତି। ମନ୍ତ୍ରୀ ସତପାଲ ଗତ ୨୯ ତାରିଖରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ। ତେଣୁ ରାଜ୍ୟ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ୍ ପାଳନ କରିବାକୁ କୁହାଯାଇଛି। ଶନିବାର ସତପାଲଙ୍କ ସ୍ତ୍ରୀ ଅମୃତା […]

corona
କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮ ହଜାର ୩୮୦ ସଂକ୍ରମିତ ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୧୬୪ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩କୁ ବୃଦ୍ଧି ପାଇଛି। ଏବେ ଦେଶରେ ୮୯ ହଜାର ୯୯୫ ଆକ୍ଟିଭ୍‌ କେସ୍ ଥିବା ସହ […]

rohit
ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ରୋହିତଙ୍କ ନାଁ ସୁପାରିଶ କଲା ବିସିସିଆଇ

ନୂଆଦିଲ୍ଲୀ: ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନାଁ ସୁପାରିଶ କରିଛି ବିସିସିଆଇ। ଏଥିସହିତ ଅର୍ଜୁନ୍‌ ପୁରସ୍କାର ପାଇଁ ଇଶାନ୍ତ ଶର୍ମା, ଶିଖର ଧୱନ, ଦୀପ୍ତି ଶର୍ମାଙ୍କ ନାଁ ସୁପାରିଶ କରାଯାଇଛି। ଏହି ସମ୍ମାନୀୟ ପୁରସ୍କାରଗୁଡ଼ିକ ପାଇଁ ପାଇଁ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାନୁଆରୁ ୧ ତାରିଖରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଉଦିୟମାନ ଖେଳାଳିଙ୍କ ନାଁ […]

trump
ଟ୍ରମ୍ପ-ଟ୍ୱିଟର ବିବାଦ: ସୋସିଆଲ୍‌ ମିଡିଆ କଟକଣା ପାଇଁ ପ୍ରସ୍ତୁତ ହେଉଛନ୍ତି ଆମେରିକା ସରକାର

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟ୍ୱିଟର୍ ମଧ୍ୟରେ ତୀବ୍ର ହୋଇଛି ବିବାଦ।  ଏପରିକି ସୋସିଆଲ୍ ମିଡିଆ ସାଇଟ୍‌ଗୁଡ଼ିକୁ ସୁରକ୍ଷା ଦେଉଥିବା ଆମେରିକୀୟ ସମ୍ବିଧାନର ସେକ୍ସନ ୨୩୦କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ। ସେକ୍ସନ୍ ୨୩୦ ଅନୁସାରେ ଯଦି କୌଣସି ବ୍ୟକ୍ତି ସୋସିଆଲ୍‌ ମିଡିଆରେ କିଛି ବିବାଦୀୟ ମନ୍ତବ୍ୟ ଦିଅନ୍ତି, ତେବେ କେବଳ ସେହି ବ୍ୟକ୍ତି ଏଥିପାଇଁ ଦାୟୀ ରହିବେ  କମ୍ପାନୀ ଏଥିପାଇଁ କୌଣସି ପ୍ରକାରେ ଦାୟୀ ହେବ ନାହିଁ କି କମ୍ପାନୀକୁ ଆଇନର […]