• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

pakistan
ଧରାପଡ଼ିଲା ପାକିସ୍ତାନ ଷଡ଼ଯନ୍ତ୍ର; ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI

ନୂଆଦିଲ୍ଲୀ: ପାକିସ୍ତାନ୍ ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍-ISIର କୁତ୍ସିତ ପ୍ରୟାସ। ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI। ଏହାର ଠୋସ୍ ପ୍ରମାଣ ଲାଗିଛି ଭାରତ ହାତରେ। ଇସଲମାବାଦ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖୁଛି ଆଇଏସ୍ଆଇ। ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ISI ଏଜେଣ୍ଡ ଗୁଇନ୍ଦାଗିରୀ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାର୍‌ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍‌ରେ ପିଛା କରୁଛନ୍ତି। #WATCH Islamabad: […]

corona
ଗୋଟିଏ ଦିନରେ ସର୍ବାଧିକ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ପାର୍ କରିଛି କୋଭିଡ୍-19 ମାମଲା। ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬,୯୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୬୦ ନୂଆ ମୃତ୍ୟୁ ସହ ଦେଶରେ ମୃତ୍ୟୁ ସଂଖ୍ୟା ୬ହଜାର ୭୫ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ […]

china
୬ରେ ଭାରତ ଓ ଚୀନ ମଧ୍ୟରେ ପୁଣି ଉଚ୍ଚସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଭାରତ ଓ ଚୀନ ମଧ୍ୟରେ ପୁଣି ଉଚ୍ଚସ୍ତରୀୟ ଆଲୋଚନା ହେବ। ଦୀର୍ଘଦିନ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଆଲୋଚନା ହେବ। ଲଦାଖ ପାର୍ଶ୍ୱବର୍ତ୍ତୀ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ନିକଟରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ୧୦ ଥରରୁ ଅଧିକ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ। ସେପଟେ ଚୀନ ପକ୍ଷରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ […]

indian
ଗୁଜରାଟ କଂଗ୍ରେସକୁ ପୁଣି ଝଟ୍‌କା: ଇସ୍ତଫା ଦେଲେ ଦୁଇ ବିଧାୟକ

ଗାନ୍ଧିନଗର: ଗୁଜରାଟ କଂଗ୍ରେସକୁ ପୁଣି ଝଟ୍‌କା। କଂଗ୍ରେସର ଦୁଇ ଜଣ ବିଧାୟକ ଜିତୁ ଚୌଧୁରୀ ଓ ଅକ୍ଷୟ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ଅକ୍ଷୟ କର୍ଜନ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କପ୍ରଦା ଶିଟ୍‌ରୁ ଜିତୁ ଚୌଧୁରୀ ପ୍ରତିନିଧିତ୍ୱ କରୁଥିଲେ। ଜୁନ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଯୋଗୁଁ […]

elephant
ଛଳନା, ହିଂସା ଓ ବର୍ବରତାର ସୀମା ଟପିଲା ମଣିଷ; ଗର୍ଭବତୀ ହାତୀକୁ ଏମିତି ହତ୍ୟା କଲା

ମଲ୍ଲାମପୁରମ: ଛଳନା, ହିଂସା ଓ ବର୍ବରତାର ସୀମା ଟପିଲା ମଣିଷ। ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍‌ରେ। ଅଭିଯୋଗ ଅନୁସାରେ, ଗତ ମାସ ୨୭ ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। […]

nisraga
ବାତ୍ୟା ନିସର୍ଗ ଅପଡେଟ୍: ଉଡ଼ାଇଲା ଛପର ଭାଙ୍ଗିଲା ଘର

ମୁମ୍ବାଇ: ବାତ୍ୟା ନିସର୍ଗ ମହାରାଷ୍ଟ୍ର ମାଟି ଛୁଇଁଲା ବେଳକୁ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହିବା ସହିଚ ଘଡ଼ଘଡ଼ି ସହିତ ବର୍ଷା ମହାରାଷ୍ଟ୍ରରେ ତାଣ୍ଡବ ରଚିଥିଲା। ମୁମ୍ବାଇରୁ ପ୍ରାୟ ୭୫ କିଲୋମିଟର ଦକ୍ଷିଣ-ପୂର୍ବକୁ ରାୟଗଡ଼ ଜିଲ୍ଲା ଅଲିବାଗ ନିକଟରେ ଅପରାହ୍ଣ ପ୍ରାୟ ଗୋଟାଏ ବେଳେ  ଲ୍ୟାଣ୍ଡଫଲ କରିଥିଲା ନିସର୍ଗ।  ଏହାର ପ୍ରଭାବରେ ଅଲିବାଗ୍ ସହ ରାୟଗଡ଼, ରତ୍ନଗିରି ଓ ପାଲଗଡ଼ ଭଳି ସମୁଦ୍ର କୂଳିଆ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟିଛି। ବହୁ ଘର କ୍ଷତିଗ୍ରସ୍ତ ହୋଇଥିବା […]

alu,piyaja,oil (3)
ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ। କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେହିପରି ଡାଲି ଜାତୀୟ ଶସ୍ୟ ଓ ତୈଳ ବୀଜକୁ ସରକାର ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ଅମଳ ଓ ନିଅଣ୍ଟିଆ ସମୟରେ ଦରରେ ହ୍ରାସବୃଦ୍ଧିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ନିୟନ୍ତ୍ରଣ ମୁକ୍ତ ହେବା ଅର୍ଥ କେବଳ ଯୁଦ୍ଧ ଓ ମରୁଡି ଭଳି ଜରୁରୀ ପରିସ୍ଥିତିକୁ ଛାଡ଼ି ସରକାର ଏଣିକି ଆଳୁ, ପିଆଜର MRP […]

d
ଜେଲରୁ ମୁକୁଳିଲେ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ: ୩ ବର୍ଷ ପୂର୍ବରୁ ଜେଲରୁ ମୁକୁଳିଲେ ବହୁଚର୍ଚ୍ଚିତ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡ ମୁଖ୍ୟ ଦୋଷୀ ମନୁ ଶର୍ମା। ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଥିବା ମନୁ ଶର୍ମା ତିହାର ଜେଲ୍‌ରୁ ବାହାରିଛନ୍ତି। ଦିଲ୍ଲୀ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ସୁପାରିଶକୁ ଉପରାଜ୍ୟପାଳ ମଞ୍ଜୁରୀ ଦେବା ପରେ ମନୁ ଶର୍ମା ୩ ବର୍ଷ ପୂର୍ବରୁ ଜେଲରୁ ବାହାରିଛନ୍ତି। ମନୁଙ୍କ ସହ ଅନ୍ୟ ୧୮ ଜଣ ମଧ୍ୟ ସଜା ସରିବା ପୂର୍ବରୁ ମୁକୁଳିଛନ୍ତି। ଗତ ମାସ […]

china
ଭାରତ ବିରୋଧରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଚୀନ୍‌ ଉପରେ ବର୍ଷିଲା ଆମେରିକା

ନୂଆଦିଲ୍ଲୀ: LACରରେ ଉତ୍ତେଜନାକୁ ନେଇ ଚୀନ ଉପରେ ବର୍ଷିଛି ଆମେରିକା। ଏକଛତ୍ରବାଦୀ ଶାସକ ହିଁ ଏଭଳି ଆଚରଣ ଦେଖାନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି। ଏଲଏସିରେ ସୈନ୍ୟ ମୁତୟନ ହେଉ, କି ହଂକଂରେ ଚୀନ ସେନାର ବଳ ପ୍ରୟୋଗ କିମ୍ବା ଦକ୍ଷିଣ ଚୀନ୍ ସାଗରରେ ସାମରିକ ଶକ୍ତି ବୃଦ୍ଧି ନିକଟରେ କମ୍ୟୁନିଷ୍ଟ ଶାସକଙ୍କ ଆଚରଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ସେହିପରି ଭାରତ ବିରୋଧରେ ଚୀନରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଆମେରିକା ବୈଦେଶିକ […]

oop
କରୋନା ଅପ୍‌ଡେଟ୍: ଆଜି ବି ୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: କ୍ରମାଗତଭାବେ ଚତୁର୍ଥ ଦିନ ଧରି ଦେଶରେ ୮ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୮ ହଜାର ୧୭୧ ଜଣ ନୂଆ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏଥି ସହ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୨୦୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୫୯୮ରେ ପହଞ୍ଚିଛି। ସେପଟେ ସଂକ୍ରମିତ ବ୍ୟକ୍ତିଙ୍କ […]

harina
ଅଜଗର ମୁହଁରୁ ଏମିତି ବର୍ତ୍ତିଗଲା ହରିଣ

ନୂଆଦିଲ୍ଲୀ: ଜଙ୍ଗଲର ଦ୍ରୁତ ହରିଣକୁ ମାଡ଼ିବସିଥିଲା ବିରାଟ ଅଜଗର। ଧୀରେ ଧୀରେ ହରିଣର ଶ୍ୱାସରୁଦ୍ଧ ହେଉଥିଲା।  ଏତିକିବେଳେ ଜଣେ ବ୍ୟକ୍ତି ଆସି ଅଜଗରକୁ ଘଉଡ଼ାଇବା ସହିତ ହରିଣର ଜୀବନ ବଞ୍ଚାଇଲେ। ଏମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ମତ ଦେଖିବାକୁ ମିଳୁଛି। ଅନେକ ଏହାକୁ ଠିକ୍ ଭୁଲ୍‌ର ମାପ କାଠିରେ ମାପୁଥିବା ବେଳେ କେହି କେହି ଏହି ଦୃଶ୍ୟକୁ ବିପଦଜନକ ବୋଲି କହିଛନ୍ତି। ବିନୀତ ବିଶିଷ୍ଟ ନାମକ […]

condom
କ୍ୱାରେଣ୍ଟିନ୍ ଅବଧି ଶେଷ ପରେ ପ୍ରବାସୀଙ୍କୁ ମିଳୁଛି ମାଗଣା କଣ୍ଡୋମ

ପାଟନା: ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ କ୍ୱାରେଣ୍ଟାଇନ୍‌ର ଅବଧି ପୂରଣ କରି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା କଣ୍ଡୋମ ବାଣ୍ଟୁଛନ୍ତି ବିହାର ସରକାର। ଏନେଇ ମଙ୍ଗଳବାର ବିହାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮.୭୭ ଲକ୍ଷ ପ୍ରବାସୀ କ୍ୱାରେଣ୍ଟିନ୍ ଅବଧି ପୂରଣ କରି ଘରକୁ ଫେରିଥିବା ବେଳେ ଏବେବି ୫.୩୦ ଲକ୍ଷ ଲୋକ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ତେବେ ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ବିହାର ସରକାରଙ୍କ […]