• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜିରୋ କାଜୁଆଲଟି ଆମ ଲକ୍ଷ୍ୟ । ଆଜି ବାତ୍ୟା ମୁକାବିଲାକୁ ନେଇ କିଛି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସେବା ଭବନରେ SRC, ରାଜସ୍ବମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ଦାନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି, ଏବେ ଯାଏଁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ୭୨୮୫ ବାତ୍ୟା ଆଶ୍ରୟସ୍ଥଳୀ ଚାଲୁଛି। ବାତ୍ୟା ଦାନାରେ ମୋଟ ୧୬୫୩ ଗାଁ ପ୍ରଭାବିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ଲୋକେ ଗାଁ ଛାଡ଼ିବା ପରେ ଲୋକଙ୍କ ଗାଁକୁ ଜଗିବ ପୋଲିସ । ତେଣୁ ଲୋକେ ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗାଁରେ ୨୪ ଘଣ୍ଟିଆ ପୋଲିସ ପାଟ୍ରୋଲିଂ ହେବ । ୭୨୮୫ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଛି । ୨୩୩୮ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ୧୯ଟି NDRF, ୫୧ ଓଡ୍ରାଫ୍ ଏବଂ ୨୨୦ ଅଗ୍ନିଶମ ଟିମ୍ ଗ୍ରାଉଣ୍ଡରେ ମୁତୟନ ହୋଇଛନ୍ତି। ସେହିପରି ୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now