• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଓଡ଼ିଶା ଆଡ଼କୁ ଭୟଙ୍କର ରୂପ ଧରି ମାଡ଼ିଆସୁଛି ଭୀଷଣ ବାତ୍ୟା 'ଦାନା' । ଏବେ ପାରାଦୀପ ଠାରୁ ୮୦ କିଲୋମିଟର ଏବଂ ଧାମରା ଠାରୁ ୧୧୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ଝଡ଼ । ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି । 

ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗଉଥିବା ବେଳେ, ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆଜି ରାତିରେ ହିଁ ଭିତରକନିକା ଓ ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବ ଦାନା। IMD ଡିଜି ମୃତୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । 

IMD ଡିଜିଙ୍କ ସୂଚନା ଅନୁଯାୟୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ପବନ ବଢୁଛି।  ରାତି ୩ଟାରୁ ଭୋର୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହାର ତୀବ୍ରତା ଅତି ଭୀଷଣ ହୋଇନଥିବାରୁ ବାତ୍ୟାର ଆଖି ସୃଷ୍ଟି ହେବନାହିଁ । ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲା ଉପରେ ପଡ଼ିବ । ଲ୍ୟାଣ୍ଡଫଲ୍ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦୁର୍ବଳ ହେବା ସହ ଏହାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗକୁ ରିକର୍ଭ ହୋଇପାରେ ବୋଲି ଆକଳନ କରାଯାଇଛି । ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟା ଏବଂ କାଲି ରାତି ସାଢ଼େ ୧୧ଟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ । 
  

OTV is now on Whatsapp

Join and get latest news update delivered to you via whatsapp

Join Now