• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମାଡ଼ି ଆସୁଛି ଭୀଷଣ ବାତ୍ୟା । ବଙ୍ଗୋପସାଗରରୁ ବଳ ଗୋଟାଇ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି । ସାଇକ୍ଲୋନ୍ 'ଦାନା' ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ‘ଦାନା’ ଲ୍ୟାଣ୍ଡଫଲ୍ କରିବ । ଭିତରକନିକା-ଧାମରା ପାଖରେ ଉପକୂଳ ଅତିକ୍ରମ କରିବ । ତେବେ ବାତ୍ୟା ‘ଦାନା’କୁ ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ୨୪ ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ଦାନା । ଲ୍ୟାଣ୍ଡଫଲ୍‌ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ଜୁଆର ଆସିବ । ଉକ୍ତ ୩ ଜିଲ୍ଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ସେହିପରି ଜଗତସିଂହପୁର ଜିଲ୍ଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଉକ୍ତ ଜିଲ୍ଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ । ନଦୀରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସେହିପରି ବାତ୍ୟା ‘ଦାନା’ର ଆଖିକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି IMD ଡିଜି । ସେ କହିଛନ୍ତି, ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି । ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ । ‘ଦାନା’ ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଏହାର ଆଖି ସୃଷ୍ଟି ହୋଇନି । ପୂର୍ବାନୁମାନ ଅନୁସାରେ ବାତ୍ୟା ‘ଦାନା’ର ତୀବ୍ରତା ରହିବ, ଆଉ ବଢ଼ିବନି ବୋଲି IMD ଡିଜି ସୂଚନା ଦେଇଛନ୍ତି ।

ସେହିପରି ଲ୍ୟାଣ୍ଡଫଲ୍‌ ପରେ ବାତ୍ୟାର ଗତିପଥ ଟିକେ ବଙ୍କେଇବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲ୍ୟାଣ୍ଡଫଲ୍‌ ପରେ ବାତ୍ୟା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ଲ୍ୟାଣ୍ଡଫଲ୍‌ ପରେ ବାତ୍ୟା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ୨୪ ଏବଂ ୨୫ ତାରିଖ ଦୁଇଦିନ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଅତି ଭୀଷଣ ବର୍ଷା ମଧ୍ୟ ହୋଇପାରେ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।

OTV is now on Whatsapp

Join and get latest news update delivered to you via whatsapp

Join Now