ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ । ବିମାନ ବନ୍ଦରରେ ବୋମା ଥିବା ନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଆସିଲା ଧମକପୂର୍ଣ୍ଣ କଲ୍ । ଧମକପୂର୍ଣ୍ଣ କଲ୍ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତଙ୍କୁ ଆଲର୍ଟ କରାଯାଇଛି । ଏହା ସହ ବିମାନ ବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି ।
Also Read
ଭୁବନେଶ୍ୱର ସହିତ ଝାରସୁଗୁଡ଼ା ବିମାନ ବନ୍ଦରରେ ବି ବୋମା ଆତଙ୍କ । ବୋମା ଆତଙ୍କ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଖାନତଲାସି ଜାରି । ବେଙ୍ଗଲୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନରେ ବୋମା ଗୁଜବ ହୋଇଥିଲା । ବିମାନଟି ଝାରସୁଗୁଡ଼ାରେ ଓହ୍ଲାଇବା ପରେ ଡଗ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ କରାଯାଇଛି ।
#ଭୁବନେଶ୍ବର_ବିମାନ_ବନ୍ଦରରେ_ବୋମା!
— ଓଟିଭି (@otvkhabar) October 24, 2024
ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ । ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ । ଧମକପୂର୍ଣ୍ଣ କଲ୍ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ । ବିମାନ ବନ୍ଦରରେ କଡ଼ାକଡି କରାଯାଉଛି ଯାଞ୍ଚ ।#Bhubaneswarairport #Airport #Odisha #OTV pic.twitter.com/COYViQ83uD
ସେପଟେ ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ ହେବା ପରେ ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ ଓଟିଭିକୁ କହିଛନ୍ତି, ବୋମା ଥିବା ନେଇ ଏକ ହୋକ୍ସ କଲ୍ ରିସିଭ୍ ହୋଇଥିଲା । ଟ୍ବିଟର ଜରିଆରେ ଏମିତି ଏକ ସୂଚନା ପହଞ୍ଚିଥିଲା । ଏୟାର ଆକାଶ ବିମାନରେ ବୋମା ଥିବା ସୂଚନା ଆସିଥିଲା । ଏନେଇ ଏସ୍ଓପି ଫଲୋ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ କୌଣସିଠାରେ ବୋମା ନଥିବା ଜଣାପଡ଼ିଛି । ବିମାନକୁ ଯାଞ୍ଚ କରି କ୍ଲିୟରାନ୍ସ ଦିଆଯାଇଥିବା ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି । କିଛି ସମୟ ମଧ୍ୟରେ ବିମାନଟି ଗନ୍ତବ୍ୟସ୍ଥଳକୁ ଉଡ଼ାଣ କରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।
#ଭୁବନେଶ୍ବର_ବିମାନ_ବନ୍ଦରରେ_ବୋମା!
— ଓଟିଭି (@otvkhabar) October 24, 2024
-ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ
-ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍
-ଧମକପୂର୍ଣ୍ଣ କଲ୍ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ
-ବିମାନ ବନ୍ଦରରେ କଡ଼ାକଡି କରାଯାଉଛି ଯାଞ୍ଚ#Bhubaneswarairport #Airport #Odisha #OTV pic.twitter.com/kOW0cFd26d