ଓଡ଼ିଶା ପୌରନିର୍ବାଚନ: ଭୋଟିଂ, କାର୍ଯ୍ୟସୂଚୀ, ଫଳାଫଳ ଓ ନିର୍ବାଚନ ସମ୍ପର୍କିତ ସମସ୍ତ ଖବର ଜାଣନ୍ତୁ..
ପୌର ନିର୍ବାଚନ କ’ଣ ?
ଏହି ନିର୍ବାଚନ ମାଧ୍ୟମରେ ପୌରାଞ୍ଚଳର ଲୋକମାନେ ସିଧାସଳଖ ଭାବେ ନିଜ ଲୋକ ପ୍ରତିନିଧି ବାଛିଥାନ୍ତି । ମହାନଗର ନିଗମ(Municipality Corporation), ପୌରପାଳିକା(Municipality), ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)କୁ ନେଇ ସହରାଞ୍ଚଳରେ ପରିଷଦ ଗଠନ ହୋଇଥାଏ ।
କେଉଁ କେଉଁ ସ୍ଥାନରେ ମତଦାନ ହେବ?
ଚଳିତ ବର୍ଷ ଓଡ଼ିଶାରେ ପୌର ନିର୍ବାଚନ ତିନୋଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବ। ଏଥିପାଇଁ ମୋଟ୍ ୪୪୩୭ ବୁଥ୍ ହୋଇଛି ।
ମତଦାନ ତାରିଖ
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମାର୍ଚ୍ଚ ୨୪ ରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି । ଏହି ଦିନ ଭୋଟର ମାନେ ବୁଥ୍କୁ ଯାଇ ନିଜ ମନପସନ୍ଦର ଲୋକ ପ୍ରତିନିଧି ବାଛିବେ । ରାଜ୍ୟ ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ।
ଫଳାଫଳ ଘୋଷଣା ତାରିଖ
ମାର୍ଚ୍ଚ ୨୬ରେ ଭୋଟ୍ ଗଣତି ହେବ ଓ ସେହିଦିନ ଫଳାଫଳ ଘୋଷଣା ହୋଇପାରେ ।
ଏଥର ନୂଆ କ’ଣ?
ନିର୍ବାଚନ ସମ୍ପର୍କିତ ଅଉଡେଟ୍ ଖବର ଜାଣିବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ
ବିଜେଡିର ଚିନ୍ତା ବଢାଉଛନ୍ତି ରିବେଲ୍ କ୍ୟାଣ୍ଡିଡେଟ୍ । ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ସିଧାସଳଖ ଚାଲେଞ୍ଜ ଦେଉଛନ୍ତି ।
ବିଜେଡ଼ିର ଚିନ୍ତା ବଢାଉଛନ୍ତି କି ରିବେଲ୍ କ୍ୟାଣ୍ଡିଡେଟ୍? ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରୁଛନ୍ତି
ପୌର ନିର୍ବାଚନ ପାଇଁ କମ୍ପୁଛି ସାରା ରାଜ୍ୟ: କାଲି ଶେଷ ଦିନ ପ୍ରଚାର, ଭୋଟ୍ରଙ୍କୁ ମନାଇବା ଲାଗି ନେତାଙ୍କ ଜାରି ରହିଛି ପ୍ରୟାସ
ତେବେ ସବୁ ଦଳର ଫୋକସ୍ରେ ରହିଛି ବସ୍ତି ଭୋଟ୍ । କାରଣ ବସ୍ତି ଭୋଟ୍ ହିଁ ପୌର ନିର୍ବାଚନର ହାର ଜିତ୍ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପୌରାଞ୍ଚଳରେ ଶିକ୍ଷିତ ଭୋଟର୍ ପ୍ରାୟତଃ କମ୍ ଭୋଟ୍ ଦେବାକୁ ଯାଇଥାନ୍ତି । କିନ୍ତୁ ବସ୍ତିବାସିନ୍ଦା ଅଧିକ ମାତ୍ରାରେ ଭୋଟ ଦେଇଥାନ୍ତି ।
ମହିଳା ଗୁପଚୁପ୍ ବିକାଳୀ ଜଣକ ଏବେ କଂଗ୍ରେସ ଦଳ ପକ୍ଷରୁ ଚେୟାରମ୍ୟାନ ସିଟ୍ ପାଇଁ ଲଢେଇ କରୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବେଶ୍ ଚର୍ଚ୍ଚା ଚାଲିଛି ।
ଚାଲିଛି ପ୍ରଚାର, କମ୍ପୁଛି ମଇଦାନ । ପ୍ରଥମ କରି ପୌର ନିର୍ବାଚନର ସାମ୍ନା କରୁଥିବା ବିଜେପୁରରେ ଏବେ ସରଗରମ ରାଜନୀତି । ଏଠାରେ କଂଗ୍ରେସ, ବିଜେଡି, ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି ।
ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ତେବେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।
ପୌର ଭୋଟ୍ ପାଇଁ ପ୍ରଚାରରେ କମ୍ପୁଛି ସହର । ଆଉ ମାତ୍ର ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାକୁ ଆଉ ଏ ଲଢ଼େଇ ନଥିବ । ହେଲେ ବିଜେଡି ହେଉ କି ବିରୋଧୀ ବିଜେପି ଅବା କଂଗ୍ରେସ, ଏଯାଏଁ ପ୍ରଚାର ମୈଦାନ୍କୁ ଓହ୍ଲାଇ ନାହାନ୍ତି ସେଭଳି କୌଣସି ହେଭିୱେଟ୍ ।
ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି ।
କେନ୍ଦ୍ରାପଡ଼ାରେ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପୌର ନିର୍ବାଚନ ଲାଗି ମାଲକାନଗିରିରେ ଜୋର ଧରିଛି ପ୍ରଚାର । ଦିନରାତି ଏକ କରି ନେତା ଭୋଟ୍ ମାଗୁଛନ୍ତି ଘରକୁ ଘର ବୁଲିବା ସହ ରୋଡ୍ ସୋ କରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ ଡହ ଡହ ଖରାକୁ ଖାତିର ନ କରି କଂଗ୍ରେସର ପ୍ରାର୍ଥୀମାନେ ଆଜି ପ୍ରଚାର କରିଛନ୍ତି
ବଡ଼ବିଲ ପୌରାଧ୍ୟକ୍ଷ ପ୍ରାର୍ଥୀ ବ୍ରହ୍ମାନନ୍ଦ ପାଢ଼ୀ । ସେ ପାଗଳା ନନା ଭାବେ ବଡ଼ବିଲରେ ବେଶ୍ ପରିଚିତ । ପେଷାରେ ସେ ହେଉଛନ୍ତି ଜଣେ ପୂଜକ । ବଡ଼ବିଲ ଚେୟାରମ୍ୟାନ ହେବାକୁ ତାଙ୍କର ପ୍ରବଳ ଇଛା
ବରଗଡ଼ରେ ଯୁଆଡ଼େ ଚାହିଁବ ଭଙ୍ଗା, ମୁକୁଳା...ଉଚ୍ଛୁଳା ଡ୍ରେନ୍ । ସ୍ୱଚ୍ଛ ବରଗଡ଼, ସବୁଜ ବରଗଡ଼ର ସ୍ଳୋଗାନକୁ ଉପହାସ କରି ସେଇ ପାଖରେ ଏବଂ ଗଳି ଗଳିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି । କେବଳ ୧ ନମ୍ବର ଓ୍ୱାର୍ଡର କେଶବ ନଗର ନୁହେଁ, ଅଳ୍ପ ବହୁତେ ବରଗଡ଼ ସହରର ଅଧିକାଂଶ ଓ୍ୱାର୍ଡରେ ପରିମଳର ଏହିଭଳି ସ୍ଥିତି ।
ଯୋଡ଼ା ଓ ବଡ଼ବିଲରେ ସ୍ୱାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଏକଲାଚୋଲ ପ୍ରଚାର । ଜିତିବାକୁ ମନରେ ରହିଛି ଦୃଢ ଇଛା । ନା ଅଛନ୍ତି କର୍ମୀ ନା ସମର୍ଥକ, ସ୍କୁଟି ଧରି ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା ।
ଭୋଟରଙ୍କୁ ପଦ୍ମଫୁଲ ଦେଇ ଭୋଟଭିକ୍ଷା କରୁଛନ୍ତି ବାରିପଦା ସହର ୩ ନମ୍ବର ୱାର୍ଡର ବିଜେପି କାଉଁସିଲର୍ ପ୍ରାର୍ଥି।