• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜେଡିକୁ ବିରୋଧୀ ଅପେକ୍ଷା ବିଦ୍ରୋହୀଙ୍କ ଠାରୁ ଭୟ ପ୍ରଭାବିତ କରିପାରନ୍ତି । ନିର୍ବାଚନୀ ଫଳାଫଳକୁ ଅସନ୍ତୁଷ୍ଟକୁ ମନେଇବାରେ କିଛି ମାତ୍ରାରେ ଦଳ ସଫଳ ହେଲା ସତ, ମାତ୍ର ଏବେବି ଏକାଧିକ ବିଦ୍ରୋହୀ ପ୍ରାର୍ଥୀ ସ୍ୱାଧୀନ ଭାବେ ଲଢି ଦଳର ମୁଣ୍ଡବିନ୍ଧା ବଢାଇଦେଇଛନ୍ତି । ସେପଟେ ଆଉ କିଛି ଅସନ୍ତୁଷ୍ଟ ତ, ଦଳୀୟ ନେତୃତ୍ୱଙ୍କ ଟିକେଟ ବଣ୍ଟାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ।

ବିଜେଡିର ଚିନ୍ତା ବଢାଉଛନ୍ତି ରିବେଲ୍ କ୍ୟାଣ୍ଡିଡେଟ୍ । ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ସିଧାସଳଖ ଚାଲେଞ୍ଜ, ଯାହାକି ସ୍ପଷ୍ଟ ହୋଇଛି ଭୁବନେଶ୍ୱର ୩୫ ନମ୍ବର ଓ୍ୱାର୍ଡର ପୂର୍ବତନ ବିଜେଡ଼ି କର୍ପୋରେଟର ଦେବାଶିଷ ସିଟ୍‌ଙ୍କ ପ୍ରତିକ୍ରିୟାରୁ । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳ ବିଧାୟକଙ୍କ ଟିକଟ ବଣ୍ଟାକୁ ନେଇ ପ୍ରଶ୍ନ ବି ଉଠାଇଛନ୍ତି । ଆଉ ୩୫ ନମ୍ବର ୱାର୍ଡରେ ସ୍ୱାଧୀନ ଭାବେ ନିଜ ପତ୍ନୀ ସୁମିତା ସିଟ୍‌ଙ୍କୁ ପ୍ରାର୍ଥୀ କରାଇଛନ୍ତି ।

ଖାଲି ଦେବାଶିଷ ନୁହେଁ ୩୭ ନମ୍ବର ୱାର୍ଡରେ ମଧ୍ୟ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ଅର୍ଜ୍ଜୁନ ବେହେରାଙ୍କ ପତ୍ନି ବନ୍ଦିତା ପାଲ । ୧୩ ନମ୍ବର ୱାର୍ଡରେ ବି ସମାନ ସ୍ଥିତି । ଆଶାୟୀଙ୍କୁ ଦଳ ଟିକଟ ନଦେବାରୁ ଏବେ ବିଦ୍ରୋହୀ ଏକଜୁଟ୍ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଇତିଶ୍ରୀ ଦାସଙ୍କୁ ଛିଡା କରାଇଛନ୍ତି । ମନର ଅସନ୍ତୋଷ ମନରେ ମାରି ଏବେ ନେତୃତ୍ୱଙ୍କୁ ପାନେ ଚଖାଇବାକୁ ବିଦ୍ରୋହୀ ପ୍ରାର୍ଥୀ ଯେମିତି ବଦ୍ଧ ପରିକର । ଭୁବନେଶ୍ୱରର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସବୁଠାରୁ ଅଧିକ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ଅଛନ୍ତି।

କଟକରେ ମଧ୍ୟ ସ୍ଥିତି ସମାନ । ବର୍ଷ ବର୍ଷ ଧରି ଶାସକ ଦଳରେ ଥିଲେ ମଧ୍ୟ ଟିକେଟ ମିଳି ନଥିବାରୁ ବିଦ୍ରୋହୀଙ୍କ ସଂଖ୍ୟା ବି ଏଠି ଅଧିକ । ସିଧାସଳଖ ଦଳୀୟ ନିଷ୍ପତ୍ତିକୁ ଚାଲେଞ୍ଜ କରି ନିର୍ବାଚନ ମଇଦାନରେ ଟକ୍କର ଦେଉଛନ୍ତି ।

ମାଳ ମାଳ ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କୁ ବିଜେଡି କଳେ ବଳେ କୌଶଳେ ଶାନ୍ତ କରିବାକୁ ଚେଷ୍ଟା କରିଛି । ପ୍ରତିଶ୍ରୁତି ପାଇ କିଛି ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର ବି କରିଛନ୍ତି । ଯିଏ ମାନିଲେନି, ସେଥିରୁ ଅନେକଙ୍କୁ ଦଳ ସସପେଣ୍ଡ ମଧ୍ୟ କରିଛି । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତରେ ବିଦ୍ରୋହୀ ପ୍ରାର୍ଥୀ କିନ୍ତୁ ଶାସକ ଦଳର ରେଜଲ୍ଟକୁ ପ୍ରଭାବିତ କରିପାରନ୍ତି । ସେପଟେ ବିଜ଼େଡିର ଦମ୍ଭୋକ୍ତି ରିବେଲ୍ କ୍ୟାଣ୍ଡିଡେଟ୍ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ଆଦୌ ନୁହଁନ୍ତି ।

ରିପୋର୍ଟର- ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା, କଟକରୁ ଦେବାଶିଷ ମହାନ୍ତି, ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ ଜଗଦୀଶ ଦାସ