• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Municipal Elections

Live Results

ଓଡ଼ିଶା ପୌରନିର୍ବାଚନ: ଭୋଟିଂ, କାର୍ଯ୍ୟସୂଚୀ, ଫଳାଫଳ ଓ ନିର୍ବାଚନ ସମ୍ପର୍କିତ ସମସ୍ତ ଖବର ଜାଣନ୍ତୁ..

ପୌର ନିର୍ବାଚନ କ’ଣ ?
ଏହି ନିର୍ବାଚନ ମାଧ୍ୟମରେ ପୌରାଞ୍ଚଳର ଲୋକମାନେ ସିଧାସଳଖ ଭାବେ ନିଜ ଲୋକ ପ୍ରତିନିଧି ବାଛିଥାନ୍ତି । ମହାନଗର ନିଗମ(Municipality Corporation), ପୌରପାଳିକା(Municipality), ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)କୁ ନେଇ ସହରାଞ୍ଚଳରେ ପରିଷଦ ଗଠନ ହୋଇଥାଏ ।


କେଉଁ କେଉଁ ସ୍ଥାନରେ ମତଦାନ ହେବ?
ଚଳିତ ବର୍ଷ ଓଡ଼ିଶାରେ ପୌର ନିର୍ବାଚନ ତିନୋଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବ। ଏଥିପାଇଁ ମୋଟ୍‌ ୪୪୩୭ ବୁଥ୍‌ ହୋଇଛି ।

 
ମତଦାନ ତାରିଖ
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମାର୍ଚ୍ଚ ୨୪ ରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି । ଏହି ଦିନ ଭୋଟର ମାନେ ବୁଥ୍‌କୁ ଯାଇ ନିଜ ମନପସନ୍ଦର ଲୋକ ପ୍ରତିନିଧି ବାଛିବେ । ରାଜ୍ୟ ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ।

 
ଫଳାଫଳ ଘୋଷଣା ତାରିଖ
ମାର୍ଚ୍ଚ ୨୬ରେ ଭୋଟ୍‌ ଗଣତି ହେବ ଓ ସେହିଦିନ ଫଳାଫଳ ଘୋଷଣା ହୋଇପାରେ ।


ଏଥର ନୂଆ କ’ଣ?

  • ପ୍ରଥମଥର ପୌର ନିର୍ବାଚନରେ ଭୋଟର୍‌ଙ୍କ ପାଇଁ ଇଭିଏମ୍‌ରେ ନୋଟା ଅପ୍ସନ୍‌ ରହିବ।
  • ମତଦାନ ସେଣ୍ଟରରେ ଇଲୋକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌(EVM) ବ୍ୟବହାର କରାଯିବ।
  • ଭୋଟର ମାନେ ଦୁଇଟି ଇଭିଏମ୍‌ରେ ମତଦାନ କରିବେ। ଗୋଟିଏ ଇଭିଏମ୍‌ରେ ମେୟର/ଚେୟାରମ୍ୟାନ୍‌ ପାଇଁ ଓ ଅନ୍ୟଟିରେ କର୍ପୋରେଟର/କାଉନ୍‌ସିଲର୍‌ ପାଇଁ ଭୋଟ ଗ୍ରହଣ କରାଯିବ ।
  • ଗତ ମ୍ୟୁନିସିପାଲିଟି ନିର୍ବାଚନରେ ଅର୍ଥାତ୍‌ ୨୦୧୩-୨୦୧୪ ରେ ମୋଟ୍‌ ୯୪ ଟି ପୌରାଞ୍ଚଳରେ ମତଦାନ ହୋଇଥିଲା।


ନିର୍ବାଚନ ସମ୍ପର୍କିତ ଅଉଡେଟ୍‌ ଖବର ଜାଣିବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ

crowd
ହରିହାଟ ମେଳାରେ କିଣାକିଣି ପାଇଁ ପ୍ରବଳ ଭିଡ଼

ଯାଜପୁର କୋରେଇ ବ୍ଲକ କରଦା ପଞ୍ଚାୟତରେ କାହିଁ କେଉଁ ଆବାହମାନ କାଳରୁ ଚାଲିଆସୁଛି ହରିହାଟ ମେଳା l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘ ସପ୍ତମୀରୁ ଆରମ୍ଭ ହୋଇଛି ମେଳା ଓ ମହୋତ୍ସବ।

Video Icon
Koraput Kolab Reserve
ବର୍ଷା ନାହିଁ, ଡ୍ୟାମ୍‌ରେ ପାଣି ନାହିଁ... ଘାରିବ ବିଦ୍ୟୁତ ସମସ୍ୟା...

ଡ୍ୟାମର କାର୍ଯ୍ୟନିର୍ବାହୀ ଇଂଜିନିୟର କହିଛନ୍ତି, ଆଗାମୀ ଦିନରେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ସୁଧୁରିବାର ଆଶା ରହିଛି।

ରାଜଧାନୀରେ ଶିକ୍ଷକଙ୍କ ହଲ୍ଲାବୋଲ୍ ! ଦୁଇ ଦିନରେ ନିଷ୍ପତ୍ତି ନବଦଳାଇଲେ ପରୀକ୍ଷା ବର୍ଜନ

ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

NHAI
କଟକ-ସମ୍ବଲପୁର NH-୫୫ରେ ପାଦେ ପାଦେ ବିପଦ, ୩ ବର୍ଷରେ ଗଲାଣି ଅଢ଼େଇ ଶହରୁ ଅଧିକ ଜୀବନ

୪ବର୍ଷ ହେଲା ସରିପାରୁନି ସଂପ୍ରସାରଣ କାମ । ଅସହାୟତା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Stone Mafia
ନିଶ୍ଚିହ୍ନ ହୋଇଯିବ ବଙ୍ଗୋମୁଣ୍ଡାର ମୁଙ୍ଗେ ପାହାଡ଼, ପଥର ମାଫିଆଙ୍କର ପଡ଼ିଛି ଲୋଲୁପ ଦୃଷ୍ଟି

ଜୀବିକା, ଧର୍ମ ଓ ଇତିହାସ ସହ ଯୋଡ଼ି ହୋଇଛି ମୁଙ୍ଗେ ପାହାଡ଼ । ଐତିହାସିକ ପାହାଡ଼ ସୁରକ୍ଷା ପାଇଁ ତେଜିଲା ଅଞ୍ଚଳବାସୀଙ୍କ ଦାବି ।

Deputy Mayor
ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ଦୁଇ ମହିଳାଙ୍କ ହାତରେ

କଟକ ପରେ ଭୁବନେଶ୍ୱରରେ ବି ଡେପୁଟି ମେୟର ପଦ ଲାଗି ବସ୍ତିକୁ ଗୁରୁତ୍ୱ । ବିଜେଡି ଫୋକସ୍‌ରେ ମହିଳା । ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା କହଁର ।

Video Icon
Deputy Mayor
ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି

ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ମହିଳାଙ୍କ ହାତରେ । ପ୍ରଥମେ ମେୟର ତାପରେ ଡେପୁଟି ମେୟର, କଟକ ପରେ ଭୁବନେଶ୍ୱରରେ ବିଜେଡ଼ିର ସରପ୍ରାଇଜ୍ କାର୍ଡ । ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି ।

Sulochana Das Takes Oath As BMC Mayor; Deputy Mayor Poll Today
ଶପଥ ନେଲେ ବିଏମ୍‌ସିର ନବ ନିର୍ବାଚିତ ମେୟର

ଆଜି ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।

BMC Deputy Mayor Election Today, Process To Begin At 10 AM | Bhubaneswar
ଆଜି ଭୁବନେଶ୍ୱର ଡେପୁଟି ମେୟର ନିର୍ବାଚନ; କିଏ ପିନ୍ଧିବ ମୁକୁଟ ?

ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁରୀ ମେୟର ନିର୍ବାଚନ । ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।

Bhubaneswar Suspense
କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର?

କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏହି ପଦଲାଗି ଜୋରଦାର୍ ଲବି ଚାଲିଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ କେଉଁଠୁ ଆସିବ ଡେପୁଟି ମେୟରଙ୍କ ନାଁ, କେଉଁ ବିଧାୟକଙ୍କର ରହିଛି କେତେ ଦବ୍‌ଦବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Video Icon
Bhubaneswar Suspense
କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ରେସ୍‌ରେ ୫ ଜଣଙ୍କ ନାଁ !

ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ।  ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ।

Berhampur Municipal
BeMC ଡେପୁଟି ମେୟର ନିର୍ବାଚନ, କିଏ ମାରିବ ବାଜି ? ଆସିବ କି ଟ୍ୱିଷ୍ଟ..

ବିଜେଡିକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଗୋଷ୍ଠୀର ଶକ୍ତି ନାହିଁ । ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଜଣେ ମହିଳା ହୋଇଥିବାରୁ ଡେପୁଟି ମେୟର ପଦବୀ ଜଣେ ପୁରୁଷଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । 

Damayanti Majhi
ମୁଁ ରାଜନୀତିରେ ନୂଆ; ପାଠ ପଢ଼ିବି ଆଉ କଟକ କଥା ବି ବୁଝିବି

କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୪୯ ନମ୍ବର ଓ୍ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ ।

Deputy mayor
ପୌର ଉପାଧ୍ୟକ୍ଷ ନିର୍ବାଚନ, ଜାଣନ୍ତୁ କିଏ କେଉଁଠି କଲା କବ୍‌ଜା

ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍‌ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍‌ଜା ।

Election
ପୌର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୈତିକ ଛକାପଞ୍ଝ

କେଉଁଠି ଘୋଡ଼ା ବେପାରର ଆଶଙ୍କା ତ କେଉଁଠି ମିଶ୍ରଣ ପର୍ବର ଆସର । ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଆଜି ବିଜେଡିର ହାତ ଧରିଛନ୍ତି ଖୋର୍ଦ୍ଧା ପୌର ପରିଷଦର ସମସ୍ତ ୫ ସ୍ୱାଧୀନ କାଉନସିଲର । 

Video Icon