/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680269636.jpg)
Weather Forecast
ଅସରାରେ ବର୍ଷାରେ ପୁଣି ଭିଜିଲା ରାଜଧାନୀ । ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ବର୍ଷା ହୋଇଛି । ବର୍ଷା ଫଳରେ ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖରେ ଆଜି ପୁଣି ଅଣ୍ଟାଏ ଅଣ୍ଟାଏ ପାଣି ଜମା ହୋଇଥିଲା । ଗାଡି, ମୋଟର ଅଧା ବୁଡିଯାଇଥିବା ଦେଖିବାକୁ ମିଳିଥିଲା ।
Advertisment
ପଶ୍ଚିମା ଝଡ ପ୍ରଭାବରେ ୩୦ ମାର୍ଚ୍ଚରୁ ଏପ୍ରିଲ ୧ ଯାଏଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ଆଜି ୧୨ଟି ଜିଲ୍ଲାକୁ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ହେବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ସମୟରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ ହୋଇଥିଲା । ଆସନ୍ତାକଲି ପାଇଁ ଉତ୍ତର ଓଡିଶା ର ଅଧିକାଂଶ ଅଞ୍ଚଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)