Advertisment

ଗୃହରେ ମୁହାଁମୁହିଁ ନରସିଂହ-ଅରୁଣ, 5T ସ୍କୁଲକୁ ବଣିକ CMDଙ୍କ କଂପ୍ୟୁଟର ଯୋଗାଣ ନେଇ ବିରୋଧୀଙ୍କ ପ୍ରଶ୍ନ

ବିଧାନସଭାରେ ବଣିକ କୋଚିଂ ଓ ଫେକ୍ ସାର୍ଟିଫିକେଟ ତାତି । ବିଜେଡି ଲିଙ୍କ ଅଭିଯୋଗ ଆଣି ବିରୋଧୀଙ୍କ ହଙ୍ଗାମା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Politics on Vanik Coaching Institute GST Raid

Odisha Politics

ଫେକ୍ ସାର୍ଟିଫିକେଟ୍ ଓ ବଣିକ କୋଚିଂ ସେଣ୍ଟର କେଳେଙ୍କାରୀରେ ବିଜେଡି ଲିଙ୍କ ଅଭିଯୋଗକୁ ନେଇ ଆଜି ବିଧାନସଭାରେ ଝଡ଼ ବହିଛି । ଫାଇଭ୍ ଟି ସ୍କୁଲକୁ କଂପ୍ୟୁଟର ଯୋଗାଣ ନେଇ ବଣିକର ସିଏମ୍ଡି ସୁବ୍ରତ ଛାଟୋଇଙ୍କ ଭୂମିକା କଣ, ଫାଇଭ ଟି ଓ ଆଇଟି ସଚିବଙ୍କ ସହ ସୁବ୍ରତଙ୍କ କି ସପର୍କ ରହିଛି ବୋଲି ପ୍ରଶ୍ନ କରି ଶାସକ ଦଳକୁ ଘାଇଲା କରିଛନ୍ତି ବିରୋଧୀ ଦଳ ନେତା ।

Advertisment

ବଣିକ କୋଚିଂ ସେଣ୍ଟର ବିଜେଡ୍ ଲିଙ୍କ୍ ନେଇ ବିଧାନସଭାରେ ହଙ୍ଗାମା । ଟାର୍ଗେଟରେ ଫାଇଭ୍ ଟି ସଚିବ ଓ ଆଇଟି ସଚିବ । ଫେକ୍ ସାର୍ଟିଫିକେଟ୍‌କୁ ନେଇ ବି ଗୃହରେ ତୁମ୍ବିତୋଫାନ । ଫଟୋ ଦେଖାଇ ମୁହାଁମୁହିଁ ବିରୋଧୀ-ଶାସକ । ବିଧାନସଭାର ଉଠିଲା ବିଧାନସଭାରେ ଫେକ୍ ସାର୍ଟିଫିକେଟ୍ ଓ ବଣିକ କୋଚିଂ ସେଣ୍ଟରର ବିଜେଡି ଲିଙ୍କ ପ୍ରସଙ୍ଗ । ଶୂନ୍ୟକାଳରେ ବଣିକ ସିଏମ୍‌ଡି ସୁବ୍ରତ ଛାଟୋଇଙ୍କ ଭୂମିକାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲେ ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ର । ଫାଇଭ୍ ଟି ସ୍କୁଲକୁ କଂପ୍ୟୁଟର ଯୋଗାଣ ନେଇ ସୁବ୍ରତ ଛାଟୋଇଙ୍କ ଭୂମିକା କଣ, ଫାଇଭ ଟି ଓ ଆଇଟି ସଚିବଙ୍କ ସହ ସୁବ୍ରତଙ୍କ କି ସଂପର୍କ ବୋଲି ପ୍ରଶ୍ନ କରିବା ସହ ବଲାଙ୍ଗିରରେ ଧରାପଡିଥିବା ଜାଲ୍ ସାର୍ଟଫିକେଟ୍ ରାକେଟ୍ ସହ ବଣିକ କୋଚିଂ ସେଣ୍ଟର କଣ ସଂମ୍ପର୍କ ରହିଛି ସେନେଇ ଉତ୍ତର ମାଗିଥିଲେ ବିରୋଧୀ ଦଳ ନେତା । କଂଗ୍ରେସ ବି ଏହି ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲା ।

ସେପଟେ ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଠିକ୍ ସେଇ ସମୟରେ ବିଜେଡି ବିଧାୟକ ଅରୁଣ ସାହୁ, ମନୋଜ ମିଶ୍ରଙ୍କ ସହ ନରସିଂହଙ୍କ ଫଟୋ ଦେଖାଇ କାଉଣ୍ଟର କରିଥିଲେ । ଆଉ ନରସିଂହ ମଧ୍ୟ କହିଥିଲେ ଯଦି ମୋର ଫଟୋ ଅଛି ତେବେ ମୁଁ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମଧ୍ୟ ତଦନ୍ତ ପରିସରକୁ ଆସନ୍ତୁ ବୋଲି ଦାବି କରିଥିଲେ ନରସିଂହ। ଆଉ ଏଇ ପ୍ରସଙ୍ଗକୁ ନେଇ ଗୃହ ଭିତରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ପାଇଁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି।

Advertisment

ସେପଟେ ବଲାଙ୍ଗିର, ଫୁଲବାଣୀ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପରେ କୋରାପୁଟରେ ବି ସାମ୍ନାକୁ ଆସିଛି ଜାଲ ମାଟ୍ରିକ ସାର୍ଟିଫିକେଟ୍ କେଳେଙ୍କାରୀ। ତାହା ବି ସେଇ ପୋଷ୍ଟାଲ ନିଯୁକ୍ତିକୁ ନେଇ। କୋରାପୁଟ ପୋଷ୍ଟାଲ ଡିଭିଜନ ପକ୍ଷରୁ ୩୨ ଟି ପଦବୀ ପାଇଁ ନିଯୁକ୍ତି ଲାଗି ସାର୍ଟିଫିକେଟ୍ ଯାଞ୍ଚ ବେଳେ ମୋଟ୍ ୨୨ ଜଣ ଜାଲ ସାର୍ଟିଫିକେଟ୍ ପ୍ରମାଣପତ୍ର ଦେଇଥିବା ନଜରକୁ ଆସିବାରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ଜାଲ୍ ସାର୍ଟିଫିକେଟର ଚେର ଜିଲ୍ଲାକୁ ଜିଲ୍ଲା ଲମ୍ବିଚାଲିଛି । ଏପଟେ ବଣିକ କୋଚିଂ ସେଣ୍ଟର ନାଁରେ ନୂଆ ନୂଆ ଅଭିଯୋଗ ଆସୁଛି। ଆଉ ଏ ଦୁଇଟିରେ ବିଜେଡି ଲିଙ୍କର ଅଭିଯୋଗ ଶାସକ ଦଳକୁ ହରଡ ଘଣାରେ ପକାଇଛି ।

BJD BJP Congress Odisha Politics
Advertisment
Advertisment